କୀଟନାଶକ ଖାଇ ଜୀବନ ହାରିଲେ ମା ଓ ପୁଅ, ଋଣ ବୋଝ ସହିନପାରି ଆତ୍ମହତ୍ୟା ଅଭିଯୋଗ

Published By : Prameya-News7 Bureau | May 07, 2022 IST

ରାୟଗଡ଼ା ୦୭/୦୫: ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ଗାଁରେ ଅଘଟଣ । କୀଟନାଶକ ଖାଇ ମା ଓ ପୁଅଙ୍କ ଆତ୍ମହତ୍ୟା । ଆତ୍ମହତ୍ୟା କରିଥିବା ମା ହେଲେ ଜି. ରାଣୀ ଓ ପୁଅ ହେଲେ ଜି. ଶ୍ୟାମ। ଗତକାଲି ରାତିରେ ଉଭୟେ ଆତ୍ମହତ୍ୟା କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି । ତେବେ ଅଧିକ ଋଣ ବୋଝ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପରିବାର ସ୍ପଷ୍ଟ ସୂଚନା ପ୍ରଦାନ କରୁନାହାନ୍ତି । ଖବରପାଇ ଶେଷଖାଲ ଥାନା ପୁଲିସ ପହଞ୍ଚି ଅନୁସନ୍ଧାନ ଜାରୀ ରଖିଛି ।

ସୂଚନା ଥାଉକି, ଗତକାଲି ରାତିରେ ରାଣୀ ଓ ଶ୍ୟାମ ମିଳିତ ଭାବେ କୀଟନାଶକ ଖାଇଥିଲେ । ଏହା ବିଳମ୍ବରେ ଜଣାପଡିଥିଲା । ଜଣାପଡିବା ପରେ ପରିବାର ବର୍ଗ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.