ଦୁଇ ଛାତ୍ରୀଙ୍କୁ ଛାତ୍ରଙ୍କ ଜବରଦସ୍ତ ଚୁମ୍ବନ ଦେବାର ଭିଡିଓ ଭାଇରାଲ : ଉଦ୍ଧତ ଛାତ୍ରଙ୍କୁ ଧାଡିରେ ଠିଆକରି ଚପଲରେ ପିଟିଲେ ଛାତ୍ରୀ

Published By : Prameya-News7 Bureau | September 24, 2018 IST

ଢେଙ୍କାନାଳ ୨୪/୯: ଦୁଇଜଣ ସ୍କୁଲ ଛାତ୍ରୀଙ୍କୁ ଜବରଦସ୍ତ କୁଣ୍ଢାଇ ଚୁମ୍ବନ ଦେଇ ଭିଡିଓ ଭାଇରାଲ କରିଥିବା ଛାତ୍ରମାନଙ୍କୁ ଛାତ୍ରୀମାନେ ଗ୍ରାମବାସୀଙ୍କ ସମ୍ମୁଖରେ ଚପଲରେ ମାଡ କରିଛନ୍ତି। ଏପରି ଦୁଇଟିଯାକ ସଙ୍ଗୀନ ଭିଡିଓ ଢେଙ୍କାନାଳରେ ଭାଇରାଲ ହେବାରେ ଲାଗିଛି । ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ଅନ୍ତର୍ଗତ ଏକ ହାଇସ୍କୁଲରେ ଘଟିଥିବା ପଦାକୁ ଆସିଛି । ଗତ ଦୁଇଦିନ ତଳର ଏହି ଘଟଣା ବୋଲି ଜଣାପଡିଛି । ଭିଡିଓରେ ସ୍କୁଲରେ ଦୁଇ ଛାତ୍ରୀଙ୍କୁ ପାଞ୍ଚ ଛଅ ଜଣ ଛାତ୍ର ସ୍କୁଲ ଭିତରେ ଜବରଦସ୍ତ ଦୀର୍ଘ ସମୟ କୁଣ୍ଢାଇ ଚୁମ୍ବନ ଦେବାର ଦୃଶ୍ୟକୁ ପାଖରେ ଥିବା ଅନ୍ୟ ଛାତ୍ରମାନେ ମୋବାଇଲ ଯୋଗେ ଭିଡିଓ ସୁଟିଂ କରୁଥିବାର ଦେଖାଯାଇଛି । ଏପରିକି ଏହି ଘଟଣାକୁ ନେଇ ପରେ ସ୍କୁଲ ପରିସରରେ ଗ୍ରାମବାସୀଙ୍କ ସମ୍ମୁଖରେ ଏପରି କାଣ୍ଡ ଘଟାଇ ଥିବା ୫ଜଣ ଛାତ୍ରଙ୍କୁ ଧାଡିରେ ଛିଡା କରି ଛାତ୍ରୀ ଦୁଇଜଣ ଚପଲରେ ବାରମ୍ବାର ପିଟୁଥିବା ଭାଇରାଲ ହୋଇଥିବା ଅନ୍ୟ ଏକ ଭିଡିଓରେ ଦେଖାଯାଇଛି । ଫଳରେ ଏହି ସ୍କୁଲକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଏହି ସ୍କୁଲ ଓ ଗ୍ରାମର ନାଁ ଜଣାପଡିଥିଲେ ମଧ୍ୟ ଏପରି କାଣ୍ଡ ଘଟାଇଥିବା ଛାତ୍ର ମାନେ ନାବାଳକ ହୋଇଥିବାରୁ ସାମାଜିକ ଦୃଷ୍ଟିକୋଣରୁ ଆମେ ଏହି ସ୍କୁଲର ନାମ ଓ ଛାତ୍ରମାନଙ୍କ ମୁହଁକୁ ଦେଖାଇବାକୁ ଉଚିତ ମନେ କରୁନାହୁଁ । ତେବେ ସ୍କୁଲ ମଧ୍ୟରେ ଏପରି ଅଭାବନୀୟ ଲଜ୍ୟାକର ଘଟଣା ଢେଙ୍କାନାଳରେ ବେଶ୍ ଆଲୋଡନ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.