ନବ ଦାସ କହିଥିଲେ ଝାରସୁଗୁଡାରେ ବିଜେଡି ଝଣ୍ଡା ଧରିବାକୁ କେହି ରହିବେ ନାହିଁ, ଏବେ ନବ ନିଜେ ଧରିବେ ଝଣ୍ଡା : ଭଲ କଥା ବୋଲି କହିଲେ କିଶୋର ମହାନ୍ତି

Published By : Prameya-News7 Bureau | January 14, 2019 IST

ଭୁବନେଶ୍ବର ୧୪|୧: ନବଦାସ ବିଜେଡିରେ ମିଶିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟକ ତଥା ବିଜେଡି ନେତା କିଶୋର ମହାନ୍ତି । ଦଳରେ କିଏ ଯୋଗ ଦେବେ ଦଳ ସୁପ୍ରିମୋ ସେ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବେ ।ସେଥିରେ ତାଙ୍କର କିଛି କହିବାର ନାହିଁ ବୋଲି କିଶୋର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନବ ଦାସ ଏବଂ କିଶୋର ମହାନ୍ତି ପାରମ୍ପରିକ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ । ନବ ବିଜେଡିରେ ଯୋଗ ଦେଲେ ଝାରସୁଗୁଡା ଆସନରୁ ବିଧାନସଭା ପ୍ରାର୍ଥୀ ହେବା ପାଇଁ ଚାହିଁବେ । ଏପଟେ କିଶୋର ମହାନ୍ତି ବରାବର ଏହି ଆସନରୁ ଲଢି ଆସୁଛନ୍ତି । ଗତ କିଛିଦିନ ତଳେ ନବ ଦାସ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେବା ଫଳରେ କିଶୋର ମହାନ୍ତି ବିଜେଡି ଛାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତେବେ ନବ ଦାସ ବିଜେଡିରେ ଯୋଗ ଦେବାପରେ ସେ ଦଳ ଛାଡିବାର ପ୍ରଶ୍ନ ଉଠୁ ନହିଁ ବୋଲି କିଶୋର କହିଛନ୍ତି ।  

{"id":73815}

ସେ କହିଛନ୍ତି ଯେ, ଦଳ ଯାହା ଦାୟିତ୍ବ ଦେବ ତାହା ତୁଲାଇବି । ଦଳରେ ରହିଛି ଓ ରହିବି ମଧ୍ୟ । ନିର୍ବାଚନ ଆସିଲେ କିଏ କେଉଁଠି ଛିଡ଼ା ହେବ ତାହା ସ୍ପଷ୍ଟ ଜଣାପଡିବ ବୋଲି କିଶୋର କହିଛନ୍ତି । ନବ ଦାସ କହିଥିଲେ ଝାରସୁଗୁଡ଼ାରେ ବିଜେଡିର କେହି ଝଣ୍ଡା ଧରିବାକୁ ରହିବେନି । ଏବେ ସେ ବିଜେଡିକୁ ଝଣ୍ଡା ଧରିବାକୁ ଆସୁଛନ୍ତି, ଏହା ଭଲ କଥା ବୋଲି କିଶୋର କଟାକ୍ଷ କରି କହିଛନ୍ତି ।

ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ଅବସରରେ ନବ ବିଜେଡିରେ ଯୋଗ ଦେବେ ବୋଲି ସ୍ପଷ୍ଟ ହେଲା ପରେ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.