ଆମାଜନକୁ ଫ୍ୟୁଚର ରିଟେଲର ପ୍ରମୁଖ ଅଂଶ ବିକ୍ରି କରିବେ କିଶୋର ବିୟାନୀ !

Published By : Prameya-News7 Bureau | May 08, 2020 IST

ନଗଦ ସଂକଟର ସମ୍ମୁଖୀନ ହୋଇଥିବା ଫ୍ୟୁଚର ରିଟେଲର ଅହମ ଭାଗ ଆମାଜନକୁ ବିକିବା ଲାଗି ଏହାର ମାଲିକ କିଶୋର ବିୟାନୀ ଯୋଜନା କରୁଥିବା ଜଣାପଡିଛି। ସଂସ୍ଥା ଉପରେ ବଢିବଢି ଚାଲିଥିବା ଋଣ ଭାର ହ୍ରାସ ଲାଗି କିଶୋରଙ୍କ ଆଗରେ ଏବେ ଏହି ଗୋଟିଏ ବାଟ ହିଁ ଅଛି। ତେବେ ଫ୍ୟୁଚର ଗ୍ରୁପ ତାଙ୍କ ଖୁଚୁରା ଖାଦ୍ୟ ବ୍ୟବସାୟକୁ ଏକ ପୃଥକ ସଂସ୍ଥାରେ ପରିଣତ କରି ଭାରତର ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ନିୟମ ଅନୁରୁପ କରିବାକୁ ମଧ୍ୟ ଚାହୁଁଛନ୍ତି।

{"id":266537,"sizeSlug":"large"}

ସ୍ଥାନୀୟ ସୂତ୍ରରୁ ପ୍ୟାକେଜଡ୍ ଖାଦ୍ୟ ପଦାର୍ଥର କାରବାର କରୁଥିବା ଖୁଚୁରା ସଂସ୍ଥାରେ ଭାରତ ସରକାର  ଶତ ପ୍ରତିଶତ  ପ୍ରତ୍ୟକ୍ଷ ନିବେଶ ଲାଗି ଅନୁମତି ଦେଉଛନ୍ତି। ଏଥିରେ ବିଏସଇ ତାଲିକାଭୁକ୍ତ ଫ୍ୟୁଚର ରିଟେଲ ଫ୍ଲାଗସିପ୍ ନେଟୱାର୍କର ଅର୍ଦ୍ଧାଧିକ ଖାଦ୍ୟ ସାମଗ୍ରୀ ଏବେ ବିଗବଜାର ହାଇପର ମାର୍କେଟରେ ହଟ୍ ସେଲର ଭାବେ ଜଣାଶୁଣା। ଖୁଚୁରା ଖାଦ୍ୟ ଉଦ୍ୟୋଗ ଆମାଜନ ରିଟେଲ ଇଣ୍ଡିଆର ମାଲିକାନା ପୂର୍ବରୁ ଆମାଜନ ନିକଟରେ ରହିଛି। ଯେଉଁଥିରେ ସିଏଟଲ ଜିଆଣ୍ଟ ୫୦୦ ମିଲିୟନ ଡଲାର ନିବେଶ ଲାଗି ଏବେ ଆଗ୍ରହୀ ଅଛନ୍ତି।

{"id":266538,"sizeSlug":"large"}

ଏଥିରେ ଆମାଜନ ଯଦି ବିୟାନୀଙ୍କ କମ୍ପାନୀର ଅଂଶ କିଣନ୍ତି ତେବେ ଏହା ତାଙ୍କର ଦ୍ୱିତୀୟ କାରବାର ହେବ। ଗତବର୍ଷ ଆମାଜନ ବିୟାନୀଙ୍କ ଫ୍ୟୁଚର କୁପନସର ୪୯ ପ୍ରତିଶତ ଅଂଶ କିଣିଥିଲେ। ଯେଉଁଥିଲେ ଫ୍ୟୁଚର ରିଟେଲସର ୭.୩ ପ୍ରତିଶତ ଥିବା ବେଳେ ଭବିଷ୍ୟତରେ ସମ୍ପୂର୍ଣ୍ଣ ହୋଲ୍ଡିଂସ୍ କ୍ରୟର ମଧ୍ୟ ସର୍ତ୍ତ ଥିଲା। ଏହା ଦ୍ୱାରା ଆମାଜନ ଭାରତର ସର୍ବ ବୃହତ୍ତ ସୂଚୀବଦ୍ଧ ଫ୍ୟୁଚର ରିଟେଲର ୩.୬ ପ୍ରତିଶତର ମାଲିକାନା ହାସଲ କରିବାକୁ ସକ୍ଷମ ହୋଇଥିଲେ।

{"id":266540,"sizeSlug":"large"}

ତେବେ ଗତ କିଛି ମାସ ହେଲା ବିକ୍ରି ହ୍ରାସ ଓ ପରେ ପରେ କରୋନା ଭାଇରସ ମହାମାରୀର ପ୍ରକୋପ ଅଧିକୃତ କମ୍ପାନୀର ସେୟାର ମୂଲ୍ୟ ହ୍ରାସର କାରଣ ପାଲଟିଛି। ଉପୁଜିଥିବା ପରିସ୍ଥିତିରେ ସମ୍ଭାବିତ ସ୍ରୋତ ଖୋଜିବାକୁ ଫ୍ୟୁଚର ରିଟେଲ ବାଧ୍ୟ ହୋଇଛନ୍ତି। ଏଥିରେ ଫ୍ୟୁଚର ଗ୍ରୁପରେ ବୀମା କମ୍ପାନୀ ଫ୍ୟୁଚର ଜେନେରାଲୀର ମିଶ୍ରଣ କଥା ମଧ୍ୟ ବିଚାର କରାଯାଉଛି।

{"id":266541,"width":573,"height":287,"sizeSlug":"large"}

ବିୟାନୀଙ୍କ ହୋଲ୍ଡିଂ କମ୍ପାନୀ ଫ୍ୟୁଚର କର୍ପୋରେଟ୍ ରିସୋର୍ସ ଗତମାସରେ ବକେୟା ଋଣ ପୈଠ କରିବାରେ ବିଫଳ ହୋଇଥିଲେ। ଫଳରେ ଆଇଡିବିଆଇ ଟ୍ରଷ୍ଟିସିପ୍ ବନ୍ଧକ ରଖିଥିବା ଫ୍ୟୁଚର ରିଟେଲ ସେୟାର ଜବତ କରିନେଇଥିଲେ। ତେବେ ବମ୍ବେ ହାଇକୋର୍ଟ ଆଇଡିବିଆଇ ଟ୍ରଷ୍ଟିସିପ୍ ଓ ଅନ୍ୟମାନଙ୍କୁ ଫ୍ୟୁଚର ରିଟେଲ ସେୟାର ବିକ୍ରି ଉପରେ ରହିତାଦେଶ ଜାରି କରିବା ବିୟାନୀଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଥିଲେ ହେଁ ଋଣମୁକ୍ତ କରିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.