ଦିଲ୍ଲୀ ଅଭିମୁଖେ କିଷାନ କ୍ରାନ୍ତି ପଦଯାତ୍ରା ; ୨୦ ହଜାରରୁ ଅଧିକ କୃଷକ ସାମିଲ

Published By : Prameya-News7 Bureau | October 02, 2018 IST

ଦିଲ୍ଲୀ ୨/୧୦ : ଦିଲ୍ଲୀ ଅଭିମୁଖେ କିଷାନ କ୍ରାନ୍ତି ପଦଯାତ୍ରା ଆରମ୍ଭ ହୋଇଛି । ପଦଯାତ୍ରାରେ ୨୦ ହଜାରରୁ ଅଧିକ କୃଷକ ସାମିଲ ହୋଇଛନ୍ତି । ଆଇନ ଶୃଙ୍ଖଳା ସ୍ଥିତିକୁ ନଜରରେ ରଖି ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭାରତୀୟ କିଷାନ ୟୁନିୟନ ପକ୍ଷରୁ କରାଯାଥିବା ଏହି ପଦଯାତ୍ରାରେ ହଜାର ହଜାର କୃଷକ ସାମିଲ ହୋଇଥିବା ଜଣାପଡ଼ିଛି । ୧୫ ଦଫା ଦାବି ସହ ଉତ୍ତର ପ୍ରଦେଶରୁ ଦିଲ୍ଲୀରେ ପ୍ରବେଶ କରୁଛନ୍ତି ଭାରତ କୃଷକ ସଂଘ ନେତା ରାକେଶ ଟୀକାୟତଙ୍କ ନେତୃତ୍ୱରେ ସମାବେଶ ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼ ସହ ବିଦ୍ୟୁତ ଯୋଗାଣରେ ରିହାତି ପାଇଁ ଦାବି କରିଛନ୍ତି କୃଷକ ମାନେ । ଆଇନ ଶୃଙ୍ଖଳା ସମସ୍ୟା ଆଶଙ୍କା କରି ଦିଲ୍ଲୀ ପୋଲିସ ଉତ୍ତର ପ୍ରଦେଶ ସୀମାବର୍ତୀ ଅଂଚଳରେ ନିଷେଧାଶ ଜାରି କରିଛି | ଦକ୍ଷିଣ ଦିଲ୍ଲୀରେ ଟ୍ରାଫିକ ଚଳାଚଳରେ ବିଶୃଙ୍ଖଳା ଘଟିପାରେ ବୋଲି ଯାତ୍ରୀମାନଙ୍କୁ ଦିଲ୍ଲୀ ଟ୍ରାଫିକ ପୋଲିସ ସତର୍କ କରାଇଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.