ନୂଆଦିଲ୍ଲୀ: ୧୪ ଦିନରେ ପଞ୍ଚିଲା ଚାଷୀ ଆନ୍ଦୋଳନ । ଚାଷୀଙ୍କ ସମର୍ଥନରେ ପଞ୍ଜାବ ବର୍ଡରରେ ସୋମବାର ଟ୍ରାକ୍ଟର ରାଲି । ଭାରତୀୟ କିଷାନ ୟୁନିୟନ ଆଜି ଟ୍ରାକ୍ଟର ଶୃଙ୍ଖଳ କରିବ । ଏହାକୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରଶାସନ ଆଲର୍ଟ ହୋଇଯାଇଛି । ଜାତୀୟ ରାଜପଥ ପାର୍ଶ୍ବରେ ଥିବା ସସସ୍ତ ଥାନାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ପଞ୍ଜାବ-ହରିୟାଣା-ଦିଲ୍ଲୀ ସୀମାକୁ ସିଲ୍ କରାଯାଇଛି।
ଆଜି ଦିନ ସାଢେ ୧୧ଟାରେ ଭାରତୀୟ କିଷାନ ୟୁନିୟନ ମିରଟ୍ ଜାତୀୟ ରାଜପଥରେ ବିରୋଧ ପ୍ରଦର୍ଶନ କରିବ । ଏନଏଚ-୫୮, ମୋହଧିନପୁର, ସକୌତି, କୈଳାସ ହସ୍ପିଟାଲ ଆଦି ଅଞ୍ଚଳର ସମସ୍ତ ଚାଷୀ ଏନଏଚ-୫୮ରେ ଟ୍ରାକ୍ଟର ଧରି ବିରୋଧ ପ୍ରଦର୍ଶନ କରିବେ । ପୂରା ହାଇଓ୍ବେ ଭାରତୀୟ କିଷାନ ୟୁନିୟନ କବଜାରେ ରହିବ । ମୁଜାଫରନଗର ଜିଲ୍ଲା ସୀମାରେ ଭୁରାହେଡି ରୁ ଖତୈଲିର ଭଙ୍ଗେଲା ଗାଁ ପର୍ଯ୍ୟନ୍ତ ଟ୍ରକ୍ଟର ଶୃଙ୍ଖଳ ହେବ । ଜାତୀୟ ରାଜପଥରେ ଟ୍ରକ୍ଟର ଲମ୍ବା ଲାଇନ୍ ଲାଗିବ । ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଛି ।
wp:embed {"url":"https://www.prameyanews7.com/amrit-bharat-station-yojna-pm-modi-dedicate-railway-projects-to-nation/","type":"wp-embed","providerNameSlug":"prameya-news-7"}ଟ୍ରାକ୍ଟର ଶୃଙ୍ଖଳ ହେଉଥିବା ଜାତୀୟ ରାଜପଥ ୫୮ରେ ହଜାର ହଜାର ସଂଖ୍ୟାରେ ଲୋକ ଯାତାୟାତ କରିଥାନ୍ତି । ଶହ ଶହ ସଂଖ୍ୟାରେ ଯାନବାହନ ଏହି ରାସ୍ତା ଦେଇ ଯାଇଥାଏ । ଉତ୍ତରାଖଣ୍ଡର କିଛି ଗାଡ଼ି ମଧ୍ୟରେ ଏହି ରାସ୍ତାରେ ଯାତାୟାତ କରିଥାନ୍ତି । ଟ୍ରକ୍ଟର ରାଲି ବେଳେ ସାମସ୍ୟା ସୃଷ୍ଟି ହେବ ବୋଲି କୁହାଯାଉଛି । ଏହାକୁ ନଜରରେ ରଖି ମିରଟ୍ ଏସଏସପି ଅଭିଷେକ ସିଂହ ଜାତୀୟ ରାଜପଥ ପାର୍ଶ୍ବରେ ପଡ଼ୁଥିବା ସମସ୍ତ ଥାନାକୁ ଆଲର୍ଟ ରହାକୁ ନିର୍ଦ୍ଦେଶ ଦେଉଛନ୍ତି ।