ହଲିଉଡ୍‌ ଷ୍ଟାର କ୍ରର୍ଷ୍ଟି ଏଲେଙ୍କ ପରଲୋକ, ଦୀର୍ଘଦିନ ଧରି କ୍ୟାନସରରେ ଥିଲେ ପୀଡିତ

Published By : Prameya-News7 Bureau | December 06, 2022 IST

ମୁମ୍ଵାଇ ୦୬।୧୨: ହଲିଉଡ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ କ୍ରର୍ଷ୍ଟି ଏଲେଙ୍କ ଦେହାନ୍ତ। ଦୀର୍ଘଦିନ ଧରି କର୍କଟ ରୋଗ ସହିତ ସଂଘର୍ଷ କରୁଥିଲେ । ଶେଷରେ ୭୧ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି। ଟିଭି କମେଡି ଶୋ 'ଚିୟର୍ସ' ରୁ ପରିଚୟ ପାଇଥିଲେ। ଏଲେଙ୍କ ମୃତ୍ୟୁକୁ ନେଇ ତାଙ୍କର ଦୁଇ ସନ୍ତାନ ଟ୍ରୁ ଷ୍ଟିଭେନ୍ସନ୍ ଏବଂ ଲିଲି ପାର୍କର ଷ୍ଟିଭେନ୍ସନ୍ ନିଶ୍ଚିତ କରିଛନ୍ତି।

wp:html /wp:html

ଏକ ବିବୃତ୍ତିରେ କହିଛନ୍ତି ଯେ 'ଆପଣଙ୍କୁ ଜଣାଇବାକୁ ଦୁଃଖିତ ଯେ ଆମ ମା କର୍କଟ ରୋଗରେ ପୀଡିତ ଥିଲେ। ନିକଟରେ ତାଙ୍କର କର୍କଟ ରୋଗ ଡାୟଗ୍ରୋଜ୍‌ କରାଯାଇଥିଲା। ସେ ତାଙ୍କ ପରିବାର ସହିତ ରହୁଥିଲେ। ଅଭିନେତ୍ରୀଙ୍କ ବ୍ୟତୀତ ସେ ଜଣେ ଅଦ୍ଭୁତ ମା ଏବଂ ଜେଜେମା ଥିଲେ । ତାଙ୍କ ପିଲାମାନେ କହିଛନ୍ତି, ଫ୍ଲୋରିଡାର ମଫିଟ କ୍ୟାନସର ସେଣ୍ଟରରେ ଏଲେ ଚିକିତ୍ସିତ ହେଉଥିଲେ। ଏଥିପାଇଁ ମଫିଟ୍ କ୍ୟାନସର ସେଣ୍ଟରରର ଡାକ୍ତର ଏବଂ ନର୍ସଙ୍କ ଅବିଶ୍ୱସନୀୟ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି।

ପରିବାର ତରଫରୁ କୁହାଯାଇଛି କି ଆମ ମା’ଙ୍କ ପ୍ରତି ଥିବା ଉତ୍ସାହ ତାଙ୍କ ପିଲା, ନାତି ସ୍ନେହ କେବେ ଭୁଲି ପାରିବୁନି। ସେ ଯେଉଁ ସୁଖ ସହିତ ଜୀବନ ବିତାଇଥିଲେ ଆମେ ବର୍ଣ୍ଣନା କରିପାରିବୁ ନାହିଁ । ସେ ଆମକୁ ଜୀବନ ବଞ୍ଚିବାକୁ ପ୍ରେରଣା ଦେଇଥିଲେ ଏବଂ ଆମର ପ୍ରେରଣା ଥିଲେ । ଏହା ବ୍ୟତୀତ ଏହା ମଧ୍ୟ କୁହାଯାଇଥିଲା ଯେ ଏହି କଷ୍ଟ ସମୟରେ ପରିବାରର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ। ୧୯୯୧ରେ, କମେଡି ଶୋ 'ଚିୟର୍ସ' ପାଇଁ ଏଲେଙ୍କୁ ଏମି ପୁରସ୍କାର ଏବଂ ଗୋଲଡେନ୍ ଗ୍ଲୋବ ପ୍ରଦାନ କରାଯାଇଥିଲା । ଅନେକ ଫିଲ୍ମ ସିରିଏଲ୍‌ ଶୋ’ ପାଇଁ ବହୁତ ପୁରଷ୍କାର ପାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.