LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌…

21/03/2023 at 8:28 AM

ମୁମ୍ବାଇ ୨୧।୦୩ : ଅଭିନେତ୍ରୀ କିରଣ ଖେର୍‌ କରୋନା ପଜିଟିଭ୍‌ । କରୋନାରେ ସଂକ୍ରମିତ ହୋଇଥିବା ନେଇ ସେ ନିଜ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଏହାସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର ଟେଷ୍ଟ କରିନିଅନ୍ତୁ ବୋଲି ଅନୁରୋଧ ମଧ୍ୟ କରିଛନ୍ତି ।

କିରଣ ଖେର୍‌ କୋଭିଡ ପଡିଟିଭ୍‌ ସୂଚନା ପାଇବା ପରେ, ଫ୍ୟାନ୍ସମାନେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଚିନ୍ତିତ ହୋଇପଡିଛନ୍ତି । ଖୁବଶୀଘ୍ର ସେ ଭଲ୍‌ ହୋଇଯିବା ନେଇ କାମନା ମଧ୍ୟ କରୁଛନ୍ତି । ଏହାପୂର୍ବରୁ ୨୦୨୧ରେ କିରଣ ଖେର୍‌ ଏକ ଗମ୍ଭୀର ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କର ଚିକିତ୍ସା କରାଯାଇଥିଲା ଏବଂ ସେ ସୁସ୍ଥ ମଧ୍ୟ ହୋଇଥିଲେ ।

କିରଣ ଖେର୍‌ ବଲିଉଡ୍‌ରେ ଜଣେ ବରିଷ୍ଠ ଅଭିନେତ୍ରୀ । ନିଜ ଦକ୍ଷ ଆକ୍ଟିଂ ଏବଂ ନିଆରା ବ୍ୟକ୍ତିତ୍ୱ ପାଇଁ ଫ୍ୟାନ୍ସଙ୍କ ହୃଦୟରେ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିପାରିଛନ୍ତି । ୧୯୮୧ କିରଣ ଖେରଙ୍କ ବିବାହ ଗୌତମ ବେରୀଙ୍କ ସହିତ ହୋଇଥିଲା । ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ଯାହାଙ୍କ ନାମ ସିକନ୍ଦର । କିନ୍ତୁ ବିବାହର କିଛି ଦିନ ପରେ ଉଭୟ ଅଲଗା ହୋଇଯାଇଥିଲେ ।

ପରେ ୧୯୮୫ରେ କିରଣ ଖେର ୨ୟ ବିବାହ କରିଥିଲେ । ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଅନୁପମ୍‌ ଖେର୍‌ଙ୍କ ସହିତ ବିବାହ କରିଥିଲେ କିରଣ । ଅନୁପମ୍‌ ଖେର ମଧ୍ୟ ୨ୟ ବିବାହ କରିଛନ୍ତି । ଦୁହିଁଙ୍କ ପ୍ରେମ ଅନ୍ୟମାନଙ୍କ ପ୍ରତି ଏକ ପ୍ରେରଣା । ଉଭୟ ଉଭୟଙ୍କଠୁ ଅଲଗା ରହୁଥିଲେ ବି ଜଣେ ଆଉ ଜଣଙ୍କର ଧ୍ୟାନ ରଖିବା କେବେ ଭୁଲନ୍ତିନି । ଅସୁବିଧା ସମୟରେ ଉଭୟଙ୍କ କଠିନ ରାସ୍ତାରେ ଛିଡା ହୋଇଛନ୍ତି ।

ସେହିପରି କିରଣ ଖେର୍‌ ଫିଲ୍ମ ଜଗତ ବ୍ୟତୀତ ରାଜନୀତି ମଇଦାନରେ ବି ଏଣ୍ଟ୍ରି କରିଛନ୍ତି । ବର୍ତ୍ତମାନ ସେ ଲୋକସଭାର ସାଂସଦ ଅଛନ୍ତି । ଭାରତୀୟ ଜନତା ପାର୍ଟି (ବିଜେପି)ରୁ ଟିକେଟ ଚଣ୍ଡିଗଡ଼ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି କିରଣ ଖେର୍‌ ।

   Related Posts