suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

PMO ଅଧିକାରୀ କହି ଠକିଥିବା କିରଣ ପଟେଲଙ୍କ ପତ୍ନୀଙ୍କ ଉପରେ ଆକ୍ସନ, ଏହି ମାମଲାରେ ବାନ୍ଧିଲା ପୋଲିସ

28/03/2023 at 3:02 PM

ପଞ୍ଜାବ ୨୮/୦୩ : ପ୍ରଧାନମନ୍ତ୍ରୀଙ୍କ ପର୍ସନାଲ ଅଫିସର କହି କାଶ୍ମୀରରେ ପ୍ରବେଶ କରିଥିବା କିରଣ ପଟେଲ୍‌ଙ୍କ ସ୍ତ୍ରୀ ମାଲିନୀ ପଟେଲଙ୍କୁ ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ମାଲିନୀ ଏବଂ କିରଣ ପଟେଲ୍‌ଙ୍କ ବିରୋଧରେ ଅହମ୍ମଦାବାଦର ପଁଶ ଏରିଆରେ ଜଣଙ୍କ ଘର ହଡପ କରିବା ନେଇ ଅଭିଯୋଗ ହୋଇଛି । ପୂର୍ବରୁ ହିଁ କିରଣ ପଟେଲ୍ ପୋଲିସ ହେପାଜତରେ ଅଛନ୍ତି।

ଅଭିଯୋଗ ଅନୁଯାୟୀ, କିରଣ ଏବଂ ମାଲିନୀ ବରିଷ୍ଠ ଦମ୍ପତ୍ତିଙ୍କୁ ଘରକୁ ଜୋର୍ ଜବରଦସ୍ତ ମାଡି ବସିଛନ୍ତି । ବୃଦ୍ଧ ଦମ୍ପତ୍ତିଙ୍କ ଅଭିଯୋଗ ଆଧାରରେ ଅହମ୍ମଦାବାଦ ପୋଲିସ କିରଣ ପଟେଲ୍ ଏବଂ ତାଙ୍କ ପତ୍ନୀ ମାଲିନୀଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ପୂର୍ବରୁ ମାଲିନୀଙ୍କ ସ୍ୱାମୀ ଅର୍ଥାତ୍ କିରଣ ପଟେଲ୍ ନିଜକୁ ପିଏମଓଙ୍କ ଆଡିସନାଲ୍ ଡାଇରେକ୍ଟର କହି ସରକାରୀ ଅର୍ଥରେ ଜମ୍ମୁ କାଶ୍ମୀରରେ ଖୁବ୍ ଅଏସ କରିଥିଲେ । କିରଣ ପଟେଲ୍ ଗତ ବର୍ଷ ଅକ୍ଟୋବରରୁ କାଶ୍ମୀର ଗସ୍ତରେ ଥିଲେ । ଏହାପରେ ସେ ଏଲଓସି ନିକଟରେ ଥିବା ଉରୀ କମାଣ୍ଡ ପୋଷ୍ଟ ଦେଇ ଶ୍ରୀନଗରର ଲାଲ୍ ଚୌକ ପର୍ଯ୍ୟନ୍ତ ଯାଇଥିଲେ ।

ଏହି ଅବସରରେ ସେ ସରକାରୀ ଆଥିତ୍ୟର ଖୁବ୍ ଫାଇଦା ଉଠାଇଥିଲେ । ତେବେ ଏ ସଂପର୍କରେ କେହି ହେଲେ ଖବର ପାଇନଥିଲେ । ଏମିତିକି ପୋଲିସ ବି ଜାଣିପାରିନଥିଲା । ତେବେ ଜଣେ ବଡ ଅଧିକାରୀ ବଡ ହୋଟେଲରେ ରହିବାକୁ ବ୍ୟବସ୍ଥା ବି କରିଥିଲେ । ଆହୁରି ମଧ୍ୟ PMOଙ୍କ ସୁରକ୍ଷା ଅଧିକାରୀ କହି ଜମ୍ମୁ କାଶ୍ମୀରର ବଡ ଅପିସରଙ୍କ ସହ ବୈଠକ ବି କରିଥିଲେ ।

   Related Posts