ଫାଇଭ୍ ଷ୍ଟାର ହୋଟେଲ୍, Z + ସୁରକ୍ଷା… ବ୍ୟୁରୋକ୍ରାଟ୍ସଙ୍କୁ ଦେଉଥିଲା PMOର ବରିଷ୍ଠ ଅଧିକାରୀର ପରିଚୟ, ଜାଣନ୍ତୁ ପୁରା ମାମଲା
17/03/2023 at 11:00 PM

ନୂଆଦିଲ୍ଲୀ: ଆପଣ ଅନେକ ପ୍ରକାରର ଠକ ଦେଖିଥିବେ। କିଏ କେତେବେଳେ ନିଜକୁ ପୋଲିସ୍ କହି ଲୋକଙ୍କୁ ଠକିଛି ତ କିଏ ଅଫିସର କହି ବା ଆଉ କିଏ ନିଜକୁ ପ୍ରଶାସନିକ ଅଧିକାରୀ କହି ଜନତାଙ୍କୁ ଚୁନ ମାରିଛି। ତେବେ ଏମିତି ଜଣେ ଠକକୁ ପୋଲିସ୍ ଗିରଫ କରିଛି ଯିଏ ନିଜକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)ର ବରିଷ୍ଠ ଅଧିକାରୀ ଦର୍ଶାଇ ସଭିଙ୍କ ଆଖିରେ ଧୂଳି ଦେଇଛନ୍ତି। ନିଜକୁ ପିଏମଓର ବରିଷ୍ଠ ଅଧିକାରୀ ଦର୍ଶାଇ ଜାମ୍ମୁ-କାଶ୍ମୀର ପ୍ରଶାସନଠୁ ଜେଡ୍ ପ୍ଲସ୍ ସୁରକ୍ଷା, ଗୋଟିଏ ବୁଲେଟ୍ ପ୍ରୁଫ ମହିନ୍ଦ୍ରା ସ୍କୋର୍ପିଓ ଏସୟୁଭି, ପଞ୍ଚ ତାରକା ହୋଟେଲ୍ରେ ଅଧିକାରୀକ ପ୍ରବାସୀର ସୁବିଧା ସମେତ ଅନେକ ସାରା ସୁଖ ସୁବିଧା ପାଇଥିବା ସେହି ଠକ୍ ହେଉଛି କିରଣ ଭାଇ ପଟେଲ୍। ସୁରକ୍ଷା ବ୍ୟବସ୍ଥାକୁ ମଜାକ ଉଡାଇଥିବା ଏହି ଠକକୁ ପୋଲିସ୍ ଶେଷରେ ଗିରଫ କରିଛି। କୋର୍ଟ ତାଙ୍କୁ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।

କିରଣ ପଟେଲ ନିଜ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଏହାକୁ ନିରାଧାର ଦର୍ଶାଇଛି। ପଟେଲ୍ ପରିବାର ଲୋକଙ୍କ କହିବା କଥା କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପଟେଲ୍ଙ୍କ ବିରୋଧରେ ଶ୍ରୀନଗରର ନିଶାତ ପୋଲିସ୍ ଷ୍ଟେସନରେ ମାମଲା ରୁଜୁ କରାଯାଇଛି।ଉଲ୍ଲେଖନୀୟ ଠକ୍ କିରଣ ଭାଇ ପଟେଲ୍ ଚଳିତ ଆରମ୍ଭରେ ଶ୍ରୀନଗରରେ ନିଜର ଦୁଇଟି ଗସ୍ତ ସମୟରେ ଅଧିକାରୀଙ୍କ ସହିତ ଅନେକ ବୈଠକ କରିଥିଲା।
ନିଜକୁ କହିଥିଲା ଆଡିସିନାଲ ଜେନେରାଲ
ନିଜକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ରଣନୀତି ଏବଂ ଅଭିଯାନର ଦାୟିତ୍ଵ ସମ୍ଭାଳୁଥିବା ଅତିରିକ୍ତ ନିର୍ଦ୍ଦେଶ ଦର୍ଶାଇ ପଟେଲ୍ ପ୍ରାୟ ୧୦ ଦିନ ପୂର୍ବେ ପଟେଲକୁ ଗିରଫ କରାଯାଇଥିଲା। ହେଲେ ତାଙ୍କ ଗିରଫଦାରୀକୁ ପୋଲିସ୍ ଗୋପନୀୟ ରଖିଥିଲା। ଗୁରୁବାର ମାଜିଷ୍ଟ୍ରେଟ୍ଙ୍କ ଦ୍ଵାରା ବିଚାର ବିଭାଗୀୟ ହାଜତକୁ ପଠାଯିବା ପରେ ମାମଲା ସାମ୍ନାକୁ ଆସିଛି। ତେବେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ତାଙ୍କ ଗିରଫଦାରୀ ଦିନ ଏଫଆଇଆର ରୁଜୁ ହୋଇଥିଲା ନା ରୁଜୁ ହେବାରେ ବିଳମ୍ବ ଘଟିଥିଲା।
ପଟେଲ୍ ଫେବୃଆରୀରେ କରିଥିଲା ପ୍ରଥମ ଯାତ୍ରା
Bunty 🃏impersonated as PMO official, was arrested by Kashmir police on March 2.
— Oxomiya Jiyori 🇮🇳 (@SouleFacts) March 16, 2023
CID wing of J&K police, gave info to Kashmir police about one Kiran Bhai Patel r/o Ahmedabad staying at Lalit Grand Hotel in Srinagar & impersonating as Addl Director (Strategy & Campaigns), PMO pic.twitter.com/2ZocwFUJiy
ଠକ କିରଣ ଭାଇ ପଟେଲ୍ ଜାମ୍ମୁ-କାଶ୍ମୀର ଉପତ୍ୟକାକୁ ପ୍ରଥମ ଯାତ୍ରା ଫେବୃଆରୀ ମାସରେ କରିଥିଲା। ସେହି ସମୟରେ ସେ ହେଲ୍ଥ ରିସର୍ଟ ଗସ୍ତ କରିଥିଲା। ଅର୍ଦ୍ଧସୈନିକ ବଳ ଏବଂ ପୋଲିସ୍ ସୁରକ୍ଷା ସହ ବିଭିନ୍ନ ସ୍ଥାନ ଯାତ୍ରା କରିବାର ଅନେକ ଭିଡିଓ ଦେଖିବାକୁ ମିଳିଛି। ସେ ପାରା ମିଲିଟାରୀ ଗାର୍ଡଙ୍କ ସହ ବଡଗାମର ଦୁଧପଥରୀରେ ବରଫରେ ଯାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ସେ ଶ୍ରୀନଗରର କ୍ଲର୍କ ଟାଓ୍ଵାର ଲାଲ ଚୌକ ସାମ୍ନାରେ ଫଟୋ ଉଠାଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।
ପଟେଲଙ୍କ ଟ୍ଵିଟରରେ ଭେରିଫାଏଡ ଆକାଉଣ୍ଟ ରହିଛି। ଏହାକୁ ହଜାର ସଂଖ୍ୟକ ଲୋକ ଅନୁସରଣ କରନ୍ତି, ଯେଉଁଥିରେ ଗୁଜରାଟ ବିଜେପିର ସାଧାରଣ ସଂପାଦକ ପ୍ରଦୀପ ସିଂହ ବଘେଲା ମଧ୍ୟ ସାମିଲ୍। ପଟେଲ୍ ନିଜର ଟ୍ଵିଟର ଆକାଉଣ୍ଟରେ କିଛି ଭିଡିଓ ସେୟାର କରିଥିଲେ। ଏଥିରେ ତାଙ୍କୁ ଯବାନଙ୍କ ସହ ଦେଖିବାକୁ ମିଳିଛି।