oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ବିଚ୍ ରାସ୍ତାରେ କିନ୍ନରଙ୍କ ହାଇ-ଭୋଲଟେଜ୍ ଡ୍ରାମା, ପୋଲିସ ଅଟକାଇବାରୁ ହୋଇଗଲେ ଉଲଗ୍ନ

12/12/2019 at 7:17 AM

ନୂଆଦିଲ୍ଲୀ ୧୨।୧୨: ହରିୟାଣା ଗୁରୁଗ୍ରାମ ସ୍ଥିତ ସିଗନେଚର ଟାଓ୍ବାର ନିକଟରେ କିନ୍ନରମାନଙ୍କ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା । ଯାହା କିଛି ସମୟ ପାଇଁ ପୋଲିସ ଏବଂ ସାଧାରଣଲୋକଙ୍କ ଲାଗି ସମସ୍ୟା ସୃଷ୍ଟି କରିଥିଲା । ପୋଶ୍ ଅଞ୍ଚଳରେ ଥିବା ଏହି ସିଗନେଚର ଟାଓ୍ବାର ନିକଟରେ କିଛି କିନ୍ନର ବସ୍ ଡ୍ରାଇଭରଙ୍କ ସହ ଗଣ୍ଡଗୋଳ କରୁଥିଲେ । ଏମିତିକି ବସ୍ ଡ୍ରାଇଭରଙ୍କୁ ମାରପିଟ୍ କରିବା ମଧ୍ୟ ଆରମ୍ଭ କରିଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବାରୁ ସେଠାରେ ଉପସ୍ଥିତ ଥିବା କିନ୍ନରମାନେ ମଧ୍ୟ ଫୋନ୍ ଯୋଗେ ସେମାନଙ୍କର ଅନ୍ୟ ସାଥୀମାନଙ୍କୁ ସେଠାକୁ ଡକାଇଥିଲେ । ସେଠାରେ କିଛି କିନ୍ନର ଅର୍ଦ୍ଧନଗ୍ନ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଲାଗିଲେ । ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପୋଲିସ ସହ ମଧ୍ୟ ମୁହାଁମୁହିଁ ହୋଇଥିଲେ କିନ୍ନର ।

ମାତ୍ର ଏତିକିରେ ସେମାନଙ୍କ ମନ ଶାନ୍ତ ହୋଇନଥିଲା । ପୋଷାକ ଖୋଲି ସେମାନେ ପୋଲିସ ଥାନା ଅଗରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଲାଗିଲେ । ଘଟଣାସ୍ଥଳରେ ଉପରିସ୍ଥ ପୋଲିସ ଅଧିକାରୀ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ବିକ୍ଷୋଭ ପ୍ରଦର୍ଶନ କରିବା ବନ୍ଦ କରିଥିଲେ ।

ସୂଚନାଯୋଗ୍ୟ ଯେ, ଗୁରୁଗ୍ରାମର କିଛି ଅଞ୍ଚଳରେ ନକଲି କିନ୍ନର (କିନ୍ନର ବେଶରେ ଯୁବକ) ଆତଙ୍କ ସୃଷ୍ଟି କରୁଛନ୍ତି । ସନ୍ଧ୍ୟା ସମୟରେ ଏମାନେ ସକ୍ରିୟ ହୋଇଯାଆନ୍ତି । ଏକାକୀ ଯାଉଥିବା ବ୍ୟକ୍ତିମାନେ ସେମାନଙ୍କର ଶିକାର ହୋଇଥାନ୍ତି ।

ନିଛାଟିଆ ସ୍ଥାନରେ ଦୁଇରୁ ତିନି ଜଣ ନକଲି କିନ୍ନର ଏକାଠି ହୋଇ ଅଶ୍ଳୀଳ ଆଚରଣ କରିବା ଆରମ୍ଭ କରିଦିଅନ୍ତି । ଏହାପରେ ଟଙ୍କା ଏବଂ ସୁନାଗହଣା ଲୁଟି ନେଇ ଫେରାର ହୋଇଯାଆନ୍ତି । ପୋଲିସ ନିକଟରେ ଏ ସଂପର୍କରେ ନଜଣାଇବା ପାଇଁ ଧମକ ଦେଇଥାନ୍ତି । ଏହା ଫଳରେ ନକଲି କିନ୍ନରଙ୍କ ବିରୋଧରେ କୌଣସି ଅଭିଯୋଗ ଥାନା ପର୍ଯ୍ୟନ୍ତ ପହଞ୍ଚେନାହିଁ ।

   Related Posts