କିନ୍ନରଙ୍କ କରୋନା ସଚେତନତା, ଷ୍ଟେସନରେ ବାଣ୍ଟୁଛନ୍ତି ସାବୁନ ଓ ଲିଫଲେଟ୍

Published By : Prameya-News7 Bureau | March 17, 2020 IST

ଭଦ୍ରକ ।୩: କାରୋନାରୁ ରକ୍ଷା ପାଇବା ପାଇଁ ଏବେ ସଚେତନତା ହିଁ ଏକ ମାତ୍ର ମାଧ୍ୟମ । ଏବେ ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ସହ ସମସ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଣ୍ଟା ଭିଡିଛନ୍ତି । ଗଣମାଧ୍ୟମ ସହ ସୋସିଆଲ ମିଡିଆ ଏବେ ସଚେତନତାର ମାଧ୍ୟମ ପାଲଟିଛି । ସାଧାରଣ ଜନତା ଏବେ ମାସ୍କ ବ୍ୟବହାର ଆରମ୍ଭ କଲେଣି ।

{"id":239788,"sizeSlug":"large"}

ଏମିତି ମହାମାରୀ କାରୋନାର ବିତ୍ପାତ ସମୟରେ ରେଳ ଯାତ୍ରୀଙ୍କୁ ସଚେତନ କରାଉଛନ୍ତି କିନ୍ନର । ଭଦ୍ରକ ଜିଲ୍ଲାର ଅର୍ଦ୍ଧନାରୀଶ୍ଵର କିନ୍ନର ମହାସଂଘ ଭଦ୍ରକ ରେଳ ଷ୍ଟେସନଠାରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ରେଳ ଯାତ୍ରୀଙ୍କ ସହ ଷ୍ଟେସନକୁ ଆସୁଥିବା ଲୋକଙ୍କୁ ସାବୁନ ବଣ୍ଟନ କରୁଛନ୍ତି । ରେଳ ଷ୍ଟେସନରେ ରହୁଥିବା ଅସହାୟ ଓ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ମଧ୍ୟ ଲିଫଲେଟ୍ ସହ କାରୋନାରୁ ରକ୍ଷା ପାଇବା ପାଇଁ ବୁଝାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.