ପ୍ରେମକୁ ମିଳିଲା ସ୍ୱୀକୃତି, କିନ୍ନରଙ୍କ ହାତ ଧରିଲେ ବିବାହିତ ପୁରୁଷ, ସ୍ତ୍ରୀଙ୍କ ସହମତିରେ ହେଲା ବିବାହ

Published By : Prameya-News7 Bureau | September 13, 2022 IST

କଳାହାଣ୍ଡି ୧୩/୦୯: ଦୀର୍ଘ ବର୍ଷକର ଭଲ ପାଇବାକୁ ମିଲିଳା ସ୍ୱୀକୃତି । ପ୍ରେମ ଆଗରେ ହାର ମାନିଗଲା ସବୁ ସମ୍ପର୍କ, ବାଧାବିଘ୍ନ । ଜଣେ କିନ୍ନରଙ୍କ ହାତ ଧରିଛନ୍ତି ବିବାହିତ ପୁରୁଷ । କଥାଟି ଆଶ୍ଚର୍ଯ୍ୟ ହେଲେ ବି ସତ । ଏହି ବିବାହ କରାଇଛନ୍ତି ସଂପୃକ୍ତ ଯୁବକଙ୍କ ପ୍ରଥମ ପତ୍ନୀ । ଏମିତି ଘଟଣା ଘଟିଛି କଳାହାଣ୍ଡି ନର୍ଲା ବ୍ଲକ ଧୁରୁକୁଟି ଗାଁରେ । କିନ୍ନରଙ୍କ ହାତ ଧରିଥିବା ବିବାହିତ ଯୁବକଙ୍କ ନାମ ଫକୀର ନିହାଲ । ସେ ଭବାନୀପାଟଣା ଦେପୁର ଗାଁର କିନ୍ନର ସଙ୍ଗୀତାଙ୍କୁ ବୈଦିକ ରୀତିରେ ବିବାହ କରିଛନ୍ତି ।

ସୂଚନା ଥାଉକି, ଫକୀର ଓ ସଂଗୀତାଙ୍କ ମଧ୍ୟରେ ଦୀର୍ଘଦିନ ଧରି ଗଢି ଉଠିଥିଲା ପ୍ରେମ ସମ୍ପର୍କ । ସ୍ୱାମୀ ଓ କିନ୍ନରଙ୍କ ମଧ୍ୟରେ ଚାଲିଥିବା ପ୍ରେମ ସମ୍ପର୍କରେ ବିଷୟରେ ଜାଣି ମଧ୍ୟ ବାଧ୍ୟା ଦେଇନଥିଲେ ଫକୀରଙ୍କ ପ୍ରଥମ ସ୍ତ୍ରୀ । ସେ ଓଲଟା ସେମାନଙ୍କ ପ୍ରେମ ସଂପର୍କକୁ ସମର୍ଥନ କରିବା ସହିତ ସମାଜିକ ସ୍ୱୀକୃତି ପାଇଁ ଉଦ୍ୟମ କରିଛନ୍ତି ଏବଂ ସେମାନଙ୍କ ବିବାହ କରାଇଛନ୍ତି । ଏପରିକି ବିିବାହ ସମୟରେ ଫକୀରଙ୍କ ପତ୍ନୀ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଇଥିଲେ । ସେପଟେ କିନ୍ନର ସଙ୍ଗୀତା ମଧ୍ୟ ନିଜ କିନ୍ନର ସଂଘ ପକ୍ଷରୁ ସମର୍ଥନ ପାଇଥିଲେ ।

କିନ୍ନରଙ୍କୁ ପ୍ରେମ କରିବା ପୂର୍ବରୁ ଫକୀର ବିବାହ କରିସାରିଥିଲେ । ତାଙ୍କ ବିବାହକୁ ୫ବର୍ଷ ହେବ ଏବଂ ତାଙ୍କର ଗୋଟିଏ ସନ୍ତାନ ବି ରହିଛି । ତେବେ ବିବାହିତ ହୋଇ ମଧ୍ୟ ସେ କିନ୍ନର ସଙ୍ଗୀତାଙ୍କ ପ୍ରେମରେ ପଡିଥିଲେ । ଆଉ ଶେଷରେ ତାଙ୍କୁ ବିବାହ କରି ପ୍ରେମକୁ ସାକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.