ସଚିନ ତେନ୍ଦୁଲକରଙ୍କ ୩ ବଡ଼ ରେକର୍ଡ ଭାଙ୍ଗିଲେ ‘କିଙ୍ଗ କୋହଲି’, ରଚିଲେ ଅନେକ କୀର୍ତ୍ତିମାନ
15/11/2023 at 7:45 PM

ମୁମ୍ବାଇ: ବିଶ୍ଵକପ୍ ୨୦୨୩ର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଥିବା ପ୍ରଥମ ସେମି ଫାଇନାଲରେ ବିରାଟ କୋହଲି ନିଜର ଦମଦାର ଫର୍ମ ବଜାୟ ରଖି ଚିତ୍ତାକର୍ଷକ ଐତିହାସିକ ଶତକୀୟ ଇନିଂସ ଖେଳିଛନ୍ତି। ଏହି ଇନିଂସ ଜରିଆରେ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗି ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତେବେ ଅତ୍ୟାଧୁନିକ କ୍ରିକେଟର ଏହି ମହାନ ବ୍ୟାଟର ସଚିନଙ୍କ ତିନି ବଡ଼ ରେକର୍ଡ ଧ୍ଵସ୍ତ କରିଛନ୍ତି। କୋହଲି ଦିନିକିଆରେ ସର୍ବାଧିକ ଶତକ ହାସଲ କରିଥିବା ସଚିନ ତେନ୍ଦୁଲକରଙ୍କ ବିଶ୍ଵ ରେକର୍ଡ ଭାଙ୍ଗିଛନ୍ତି। ଏଥିସହିତ ବିଶ୍ଵକପର ଗୋଟିଏ ସଂସ୍କରଣରେ ସବୁଠୁ ଅଧିକ ରନ କରିବାରେ ମାଷ୍ଟର ବ୍ଲାଷ୍ଟରଙ୍କୁ ପଛରେ ପକାଇଛନ୍ତି।
Also record- ପ୍ରଥମେ ରେକର୍ଡ ଭାଙ୍ଗିଲେ, ପରେ କ୍ରିକେଟ୍ ଗଡ୍ ସଚିନଙ୍କ ଆଗରେ ମୁଣ୍ଡ ନୁଆଇଁଲେ ବିରାଟ କୋହଲି
ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱକପ୍ର ସେମିଫାଇନାଲରେ କୋହଲି ଶତକ ମାରିବା ସହ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି। ସେ ଦିନିକିଆରେ ପ୍ରଥମ ବ୍ୟାଟର ଭାବେ ୫୦ଟି ଶତକ ହାସଲ କରିଛନ୍ତି। ଏହାସହ ସେ ତେନ୍ଦୁଲକରଙ୍କ ରେକର୍ଡକୁ ଭାଙ୍ଗିଛନ୍ତି। ଏହା ପୂର୍ବରୁ ସଚିନ ତେନ୍ଦୁଲକର ଦିନିକିଆ ଅନ୍ତର୍ଜାତୀୟରେ ସର୍ବାଧିକ ୪୯ ତମ ଶତକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ବିରାଟ କୋହଲି ସଚିନଙ୍କ ରେକର୍ଡ ସମକକ୍ଷ ହୋଇଥିଲେ।
Virat Kohli bowing down to Sachin Tendulkar after 50th Hundred is the greatest moment in the history of cricket.#INDvsNZ #CWC2023 pic.twitter.com/MtwfQVod1d
— Sakshi (@Sakshi5164) November 15, 2023
ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ୍ରେ ୮୦ ରନ କରିବା ମାତ୍ରେ ବିଶ୍ଵକପର ଗୋଟିଏ ସଂସ୍କରଣରେ ସବୁଠୁ ଅଧିକ ରନ କରିବାରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ସଚିନ ୨୦୦୩ ବିଶ୍ଵକପ୍ରେ ୬୭୩ ରନ କରିଥିଲେ, ଯେଉଁ ରେକର୍ଡ ବିଶ୍ଵକପ୍ ୨୦୨୩ର ସେମି ଫାଇନାଲ୍ ପୂର୍ବରୁ ତାଙ୍କ ନାମରେ ରହିଥିଲା ଆଜି କୋହଲି ୮୦ ରନ କରିବା ମାତ୍ରେ ସଚିନଙ୍କୁ ପଛରେ ପକାଇଛନ୍ତି। ଆଜି ମ୍ୟାଚ୍ରେ ୧୧୭ ରନର ଇନିଂସ ସହ କୋହଲି ଚଳିତ ବିଶ୍ଵକପରେ ଏ ପର୍ଯ୍ୟନ୍ତ ୭୧୧ ରନ କରି ସାରିଲେଣି।

କୋହଲି ବିଶ୍ଵକପର ଗୋଟିଏ ସଂସ୍କରଣରେ ସର୍ବାଧିକ ଥର ୫୦ରୁ ଉର୍ଦ୍ଧ୍ଵ ସ୍କୋର କରିବାରେ ମାଷ୍ଟର ବ୍ଲାରଷ୍ଟରଙ୍କୁ ପଛରେ ପକାଇଛନ୍ତି। ସଚିନ ୨୦୦୩ ବିଶ୍ଵକପରେ ୭ ଥର ୫୦ କିମ୍ବା ତଦୁର୍ଦ୍ଧ୍ଵ ରନ କରିଥିଲେ। ବାଂଲାଦେଶର ଶାକିବ ଅଲ ହସନ ମଧ୍ୟ ୨୦୧୯ ବିଶ୍ଵକପରେ ୭ଟି ଅର୍ଦ୍ଧଶତକ ହାସଲ କରିଥିଲେ। କୋହଲି ବିଶ୍ଵକପ୍ ୨୦୨୩ରେ ଅଷ୍ଟମ ଅର୍ଦ୍ଧଶତକ ହାସଲ ଉଭୟଙ୍କ ରେକର୍ଡ ଧ୍ଵସ୍ତ କରିଛନ୍ତି।
କୋହଲି ଦିନିକିଆ କ୍ରିକେଟ୍ରେ ସବୁଠୁ ଅଧିକ ରନ କରିବା ମାମଲାରେ ତୃତୀୟ ସ୍ଥାନକୁ ଉଠିଛନ୍ତି। ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଡିଂଙ୍କୁ ପଛରେ ପକାଇଛନ୍ତି। ପଣ୍ଟିଂ ୩୬୫ ଇନିଂସରେ ୪୨.୦୩ ହାରରେ ୧୩ ହଜାର ୭୦୨ ରନ କରିଥିଲେ। ବିରାଟ ୨୭୯ ଇନିଂସରେ ୧୩ ହଜାର ୭୯୪ ରନ କରିଛନ୍ତି।
ବିଶ୍ଵକପ୍ ସିଜିନରେ ସର୍ବାଧିକ ଅର୍ଦ୍ଧଶତକ
୮- ବିରାଟ କୋହଲି(୨୦୨୩)
୭ – ସଚିନ ତେନ୍ଦୁଲକର(୨୦୦୩)
୭ – ଶାକିବ ଅଲ ହସନ(୨୦୧୯)
୬ – ରୋହିତ ଶର୍ମା(୨୦୧୯)
୬ – ଡେଭିଡ୍ ଓ୍ଵାର୍ଣ୍ଣର(୨୦୧୯)
ବିଶ୍ଵକପ୍ର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ
୭୧୧* – ବିରାଟ କୋହଲି(୨୦୨୩)
୬୭୩ – ସଚିନ ତେନ୍ଦୁଲକର(୨୦୦୩)
୬୫୯ – ମାଥ୍ୟୁ ହେଡେନ(୨୦୦୭)
୬୪୮ – ରୋହିତ ଶର୍ମା(୨୦୧୯)
୬୪୭ – ଡେଭିଡ୍ ଓ୍ଵାର୍ଣ୍ଣର(୨୦୧୯)
ଦିନିକିଆରେ ସବୁଠୁ ଅଧିକ ରନ କରିଥିବା ବ୍ୟାଟର
ସଚିନ ତେନ୍ଦୁଲକର- ୪୫୨ ଇନିଂସ, ୧୮ ହଜାର ୪୨୬ ରନ
କୁମାର ସାଙ୍ଗାକାରା- ୩୮୦ ଇନିଂସ, ୧୪ ହଜାର ୨୩୪ ରନ
ବିରାଟ କୋହଲି- ୨୭୯* ଇନିଂସ, ୧୩ ହଜାର ୭୯୪ ରନ
ରିକି ପଣ୍ଟିଂ- ୩୬୫ ଇନିଂସ, ୧୩ ହଜାର ୭୦୪ ରନ
ସନଥ ଜୟସୁରିୟା- ୪୩୩ ଇନିଂସ, ୧୩ ହଜାର ୪୩୦ ରନ