ମୁହାଁମୁହିଁ ହେବେ କିଙ୍ଗ ଖାନ୍‌-ଭାଇଜାନ୍‌, ବକ୍ସ ଅଫିସ୍‌ରେ ଧମାଲ କରିବ ଏହି ଫିଲ୍ମ

Published By : Prameya-News7 Bureau | October 14, 2022 IST

ମୁମ୍ଵାଇ ୧୪।୧୦: ବଲିଉଡର କିଙ୍ଗ ଖାନ୍‌ ଶାହାରୁଖ ଏବଂ ଭାଇଜାନ୍‌ ସଲମାନ ଖାନଙ୍କ ମଧ୍ୟରେ ବହୁତ ବଡ ଟକ୍କର ହେବାକୁ ଯାଉଛି। ଉଭୟ ଚଳଚ୍ଚିତ୍ର- 'ପଠାନ୍' ଏବଂ 'କିସି କା ଭାଇ କିସି କି ଜାନ' ପରସ୍ପର ସହ ମୁକାବିଲା କରିବାକୁ ଯାଉଛନ୍ତି। ଉଲ୍ଲେଖଥାଉ କି, ଏହି ସଂଘର୍ଷ ବକ୍ସ ଅଫିସରେ ନୁହେଁ ବରଂ ଆଇସିସି ଟି -୨୦ ବିଶ୍ୱକପ ସମୟରେ ହେବ। ସେହି ସମୟରେ ବଲିଉଡର ଦୁଇ ଖାନ ମୁହାଁମୁହିଁ ହେବେ।

କହିବାକୁ ଗଲେ ଦୁହେଁ ଦୁହିଁଙ୍କ ଫିଲ୍ମରେ କ୍ୟାମିଓ ରୋଲ୍‌ରେ ନଜର ଆସିବେ। ପଠାନ୍‌ ୟଶ ରାଜ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ରରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନ ଜନ୍ ଆବ୍ରାହମ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୨୫ ଜାନୁୟାରୀ ୨୦୨୩ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି।

ଏଥି ସହିତ, ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ' ୩୦ ଡିସେମ୍ବର ୨୦୨୨ ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ଏହି ଫିଲ୍ମରେ ପୂଜା ହେଗଡେ ପ୍ରଥମ ଥର ପାଇଁ ତାଙ୍କ ସହ ନଜର ଆସିବେ। ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଭେଙ୍କଟେଶ ଡଗଗୁବତୀ, ରାମ ଚରଣ, ଜାସି ଗିଲ, ଶାହନାଜ ଗିଲ, ସିଦ୍ଧାର୍ଥ ନିଗମ, ପାଲକ ତିୱାରୀ, ରାଘବ ଜୁୟାଲ ନଜର ଆସିବେ। ୱାର୍କ ଫ୍ରଣ୍ଟରେ ସଲମାନ ଖାନ କ୍ୟାଟ୍ରିନା କୈଫଙ୍କ ସହ 'ଟାଇଗର-୩' ରେ ନଜର ଆସିବେ। ଅନ୍ୟପକ୍ଷରେ, ଶାହରୁଖ ଖାନ ନୟନ୍ତାରାଙ୍କ ଜୱାନରେ ଏବଂ ତାପସି ପନ୍ନୁଙ୍କ ସହ ରାଜକୁମାର ହିରାନୀଙ୍କ ଡଙ୍କିରେ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.