ଆଇପିଏଲର ଆୟୋଜନକୁ ନେଇ କଣ କହିଲେ ଶାହରୁଖ ଖାନ ? ପଢନ୍ତୁ...

Published By : Prameya-News7 Bureau | March 14, 2020 IST

ମୁମ୍ବାଇ, ୧୪|୦୩: କୋଲକାତା ନାଇଟ ରାଇଡର୍ସର ଅନ୍ୟତମ ମାଲିକ ତଥା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ କରୋନା ଭାଇରସର ପ୍ରକୋପ କମ ହେବା ପରେ ଆଇପିଏଲର ଆୟୋଜନ ହେବ ବୋଲି କହିଛନ୍ତି। ତେବେ ଖେଳାଳିଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।

ଆଇପିଏଲକୁ ଏପ୍ରିଲ ୧୫ ଯାଏଁ ସ୍ଥଗିତ ରଖାଯିବା ପରେ ଶନିବାର ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକ ବସିଥିଲା। ଏଥିରେ ସମସ୍ତ ଦଳର ମାଲିକ ଓ ଫ୍ରାଞ୍ଚାଇଜ୍ ଉପସ୍ଥିତ ରହିବା ସହ ଟୁର୍ଣ୍ଣାମେଣ୍ଟର ଆୟୋଜନ ନେଇ ମତ ଦେଇଥିଲେ।

wp:core-embed/twitter {"url":"https://twitter.com/iamsrk/status/1238727324733857793?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1238727324733857793\u0026ref_url=https%3A%2F%2Faajtak.intoday.in%2Fsports%2Fstory%2Fhope-covid-19-subsides-and-show-goes-on-kkr-co-owner-shah-rukh-khan-on-ipl-tspo-1-1171558.html","type":"rich","providerNameSlug":"twitter","className":""}
https://twitter.com/iamsrk/status/1238727324733857793?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1238727324733857793&ref_url=https%3A%2F%2Faajtak.intoday.in%2Fsports%2Fstory%2Fhope-covid-19-subsides-and-show-goes-on-kkr-co-owner-shah-rukh-khan-on-ipl-tspo-1-1171558.html
/wp:core-embed/twitter

ବୈଠକ ପରେ ଶାହରୁଖ ଏକ ଟ୍ୱିଟରେ କହିଛନ୍ତି ଯେ ଯେ, ପଡିଆ ବାହାରେ ସମସ୍ତ ଫ୍ରାଞ୍ଚାଇଜ୍ ମାଲିକଙ୍କୁ ଭେଟିବା ସତରେ ନିଆରା। ଦର୍ଶକ, ଖେଳାଳି ଓ ସହରର ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ। ସ୍ୱାସ୍ଥ୍ୟ ବିଭାଗ ଓ ସରକାରଙ୍କ ସମସ୍ତ ନିର୍ଦ୍ଦେଶ ପାଳନ କରାଯିବା ଉଚିତ।  କରୋନା ପ୍ରକୋପ କମ ହୋଇଯିବା ସହ ଆଇପିଏଲ ଅତିଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି। ସରକାରଙ୍କ ପରାମର୍ଶ କ୍ରମେ ବିସିସିଆଇ ଓ ଟିମ୍ ମାଲିକମାନେ ଏହା ଉପରେ ନଜର ରଖିଛନ୍ତି।

{"id":238342,"width":749,"height":420,"sizeSlug":"large"}

ମାରାତ୍ମକ କରୋନା ଭାଇରସ ପାଇଁ ଆଇପିଏଲର ଆୟୋଜନ ଖାଲି ଷ୍ଟାଡିୟମରେ ଆୟୋଜିତ କରାଯିବ ବୋଲି ଅନୁମାନ କରାଯାଉଛି। ସାରା ବିଶ୍ୱରେ କରୋନାରେ ସଂକ୍ରମିତ ହୋଇ ୫ହଜାର ଜଣ ପ୍ରାଣ ହରାଇଥିବା ବେଳେ ଭାରତରେ ୮୫ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ୨ଜଣ ପ୍ରାଣ ହରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.