ନୀଳଗିରି ଜୋକଲଣ୍ଡା ଗାଁରେ ଅହିରାଜ ଆତଙ୍କ, ଭୟରେ ଗ୍ରାମବାସୀ

Published By : Prameya-News7 Bureau | December 06, 2019 IST

ନୀଳଗିରି ୦୬।୧୨: ବାଲେଶ୍ବର ଜିଲ୍ଲା ନୀଳଗିରି ଜୋକଲଣ୍ଡା ଗାଁରେ ଅହିରାଜ ସାପ ଆତଙ୍କ । ଜଙ୍ଗଲରୁ ଗାଁ ଭିତରକୁ ପଶି ଆସିଥିବା ୨୦ ଫୁଟ ଲମ୍ବର ସାପଟିକୁ ଦେଖି ଗାଁଲୋକେ ଆତଙ୍କିତ ହୋଇଛନ୍ତି ।

{"id":194403,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ଅହିରାଜ ସାପଟି ରାଧାଶ୍ୟାମ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଥିବା ତେନ୍ତୁଳି ଗଛରେ ସାପଟିକୁ ଦେଖିଥିଲେ ଲୋକେ । ଖବର ପାଇ ବନ୍ୟପ୍ରାଣୀ ବିଶେଷଜ୍ଞ ପ୍ରକାଶ ମର୍ଦରାଜ, ଗୟାଧର ବେହେରା ଓ ସୁଶାନ୍ତ ମହାପାତ୍ର ଓ ବିରଜା ବେହେରା ପ୍ରମୁଖ ସାପଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ।

{"id":194404,"sizeSlug":"large"}

କିନ୍ତୁ ଦୀର୍ଘଘଣ୍ଟାର ପରିଶ୍ରମ ପରେ ମଧ୍ୟ ସେମାନେ ସାପଟିକୁ ଉଦ୍ଧାର କରିବାରେ ସଫଳ ହୋଇ ପାରି ନାହାଁନ୍ତି । ତେବେ ଶେଷରେ ଗଛଟିକୁ କାଟି ସାପଟିକୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଥିଲା କିନ୍ତୁ  ଗଛଟି କାଟିବା ପରେ ଗାଡ଼ିଆରେ ପଡ଼ିଯିବାରୁ ସାପଟି ଖସି ଚାଲିଯାଇଛି । ସେପଟେ ଭୟରେ ଗ୍ରାମବାସୀ କବାଟ ଝରକା କିଳି ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.