କିମ୍ଙ୍କ ଭଉଣୀଙ୍କ ଖୋଲା ଧମକ, ୟୁଏନକୁ କହିଲେ ଆମେରିକାର ଅନୁଗାମୀ
4/06/2023 at 8:03 PM

ନୂଆଦିଲ୍ଲୀ, ୦୪/୦୬: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ଙ୍କ ଭଉଣୀ ଦେଖାଇଲେ ନାଲି ଆଖି। ବିଫଳ ହୋଇଥିବା ସାଟେଲାଇଟ୍ର ପୁଣି ପରୀକ୍ଷଣ କରାଯିବା ନେଇ ଦେଲେ ଧମକ। ପ୍ରକୃତରେ ନିକଟରେ ଉତ୍ତର କୋରିଆ ଗୁଇନ୍ଦା ସାଟେଲାଇଟର ପରୀକ୍ଷଣ କରିଥିଲା କିନ୍ତୁ ଏଥିରେ ବିଫଳ ହୋଇଥିଲା। ଆଉ ଏବେ କିମ ଜୋଙ୍ଗ ଉନଙ୍କ ଭଉଣୀ ସିଧା ଧମକ ଦେଇଛନ୍ତି ଯେ ଖୁବଶୀଘ୍ର ଦ୍ବିତୀୟ ପରୀକ୍ଷଣ କରିବେ। ସେତେବେଳେ ଏହି ସାଟେଲାଇଟ ପରୀକ୍ଷଣକୁ ନେଇ ଜାପାନ, ଦକ୍ଷିଣ କୋରିଆରେ ହଇଚଇ ଦେଖିବାକୁ ମିଳିଥିଲା। ଆମେରିକା ଏବଂ ମିଳିତ ଜାତିସଂଘ ଏହାର ତୀବ୍ର ସମାଲୋଚନା କରିଥିଲା।
ଖାଲି ସେତିକି ନୁହେଁ ସେ, ଆମେରିକାକୁ ଗ୍ୟାଙ୍ଗଷ୍ଟର ଆଉ ମିଳିତ ଜାତିସଂଘକୁ ଆମେରିକାର ଅନୁଗାମୀ ବୋଲି କହିଛନ୍ତି। ସେ କହିଛନ୍ତି ‘ୟୁଏନ ଆମେରିକାର ‘ଗ୍ୟାଙ୍ଗଷ୍ଟର ଭଳି ଆଦେଶ’ର ପାଳନ କରୁଛି। ୟୁଏନ ଭେଦଭାବ ଏବଂ ଅସଭ୍ୟତା କରୁଛି। ଅନ୍ୟ ଦେଶ ହଜାର ହଜାର ସାଟେଲାଇଟ ଲଞ୍ଚ କରୁଛି କିନ୍ତୁ କେବଳ ଉତ୍ତର କୋରିଆର ସାଟେଲାଇଟ ପାଖରେ ଅସୁବିଧା। ଆମେରିକା ଏବଂ ତାଙ୍କର ସହଯୋଗୀର ସେନାଠରୁ ଆମକୁ ବିପଦ ରହିଛି। ଏଥିପାଇଁ ଆମେ ଠିକ୍ ଭାବରେ ଜାସୁସୀ ସାଟଲାଇଟ୍ ଲଞ୍ଚ କରିବାକୁ ଚାହୁଛୁ।’ ସେ ସ୍ପଷ୍ଟ କହିଛନ୍ତି ଯେ ’ଉତ୍ତର କୋରିଆ ଦେଶର ସାର୍ବଭୌମତ୍ବ ରକ୍ଷା କରିବା ପାଇଁ ପଦକ୍ଷେପ ନେଇଚାଲିବ ଆଉ ସାଟେଲାଇଟ୍ ମଧ୍ୟ ଲଞ୍ଚ କରିବ। ସେ କାହାର ଅଟକାଇବାରେ ଅଟକିବ ନାହିଁ।’
ଆହୁରି ପଢ଼ନ୍ତୁ: ଅଲ-ଶବାବ ଉଗ୍ରବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ ୫୪ ୟୁଗାଣ୍ଡା ସୈନିକ: ସୋମଲିଆ ଦେଲା ରିପୋର୍ଟ
କିମ୍ଙ୍କ ଡ୍ରିମ୍ ପ୍ରୋଜେକ୍ଟ:
ସେନା ପାଇଁ ଜାସୁସୀ କରୁଥିବା ଏହି ସାଟେଲାଇଟ କିମ୍ ଜୋଙ୍ଗ୍ ଉନ୍ଙ୍କ ନିର୍ଦ୍ଦିଷ୍ଟ ହତିଆର ମଧ୍ୟରୁ ଗୋଟିଏ। ଆମେରିକା ସହ ତିକ୍ତତା ଯୋଗୁଁ ଏହା ଖୁବ୍ ଜରୁରୀ ହୋଇପଡ଼ିଛି। ଗତ ବର୍ଷ ଆରମ୍ଭରେ କିମ୍ ଜୋଙ୍ଗ୍ ଉନ୍ ୧-୨ ନୁହେଁ ବରଂ ୧୦୦ରୁ ଅଧିକ ମିସାଇଲ ପରୀକ୍ଷଣ କରିଥିଲା। ଏହା ସହ ଭବିଷ୍ୟତରେ ଆମେରିକା ସହ ମତଭେଦ ହେଲେ ତାହାର ପକ୍ଷ ଭାରତ ରହିବ। ଏଥିପାଇଁ ସେ ନିଜ ହତିଆରକୁ ଆଧୁନିକ ମଧ୍ୟ କରିବାକୁ ଚାହୁଛି।
ଉତ୍ତର କୋରିଆ ବିରୋଧରେ ପ୍ରତିବନ୍ଧକ ଲଗାଇବା ପାଇଁ ୟୁଏନରେ ଅନେକ ପ୍ରସ୍ତାବ ମଧ୍ୟ ଅଣାଯାଇସାରିଛି। ସୂଚନାଥାଉକି, ଗତ ବୁଧବାର ଉତ୍ତର କୋରିଆ ଏହାର ପ୍ରଥମ ଗୁଇନ୍ଦା ସାଟେଲାଇଟ ଲଞ୍ଚ କରିଥିଲା। କିନ୍ତୁ ଏହି ପରୀକ୍ଷଣ ବିଫଳ ହୋଇଥିଲା। ଯାହାକୁ ନେଇ ଆମେରିକା, ଜାପାନ ଏବଂ ଅନ୍ୟ ଦେଶରେ ହଇଚଇ ଦେଖିବାକୁ ମିଳିଥିଲା।
ଆହୁରି ପଢ଼ନ୍ତୁ: ଡିଗ୍ରୀ ନଥାଇ ପାଉଛନ୍ତି ମୋଟା ଅଙ୍କର ଦରମା, ବର୍ଷକୁ ରୋଜଗାର ୨କୋଟିରୁ ଉର୍ଦ୍ଧ୍ବ