LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପୁଣି ନଜର ଆସିଲେ କିମ୍‌ଙ୍କ ଝିଅ, ସେନାର ଟପ୍ ଅଧିକାରୀଙ୍କ ସହ ଭୋଜିରେ ହେଲେ ସାମିଲ୍‌

8/02/2023 at 7:47 PM

ନୂଆଦିଲ୍ଳୀ, ୦୮/୦୨: ଉତ୍ତର​‌ କୋରିଆର ଏକଛତ୍ରବାଦୀ ଶାସକ ଜିମ୍ ଜୋଙ୍ଗ୍‌ ଉନ୍ ପୁଣି ଥରେ ତାଙ୍କ ଝିଅଙ୍କ ସହ ସାଧାରଣରେ ନଜର ଆସିଛନ୍ତି। ସେ ଦେଶର ଟପ୍ ଜେନେରାଲ ଏବଂ ସୈନ୍ୟ ଅଧିକାରୀଙ୍କ ସହ ଏକ ଭୋଜିରେ ସାମିଲ୍ ହୋଇଥିବାର ଦେଖାଯାଇଛି। ମଙ୍ଗଳବାର କିମ୍‌ ଝିଅ କିମ୍ ଜୁ ଏ(୧୦) ସହ ଏକ ଭୋଜିରେ ନଜର ଆସିଥିଲେ ଏହି ସମୟରେ ସେ ଜୁ ଏ, କିମ୍‌ଙ୍କ ହାତ ଧରି ଉକ୍ତ ଭୋଜି ହଲ୍‌ରେ ଚାଲୁଥିବାର ନଜର ଆସିଛନ୍ତି। ତାଙ୍କ ମା’ ତଥା କିମ୍‌ଙ୍କ ପତ୍ନୀ ରି ସୋ ଲୁ ମଧ୍ୟ ଏହି ସମୟରେ ସେଠାରେ ଉପସ୍ଥିତ ଥିଲେ।

ଉତ୍ତର କୋରିଆର ଗଣମାଧ୍ୟମ କୋରିଆନ୍ ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସୀ (KCNA)- ଦ୍ବାରା ଜାରି ଫଟୋରେ କିମ୍‌ ଜୋଙ୍ଗ୍‌ ଉନ୍‌, ତାଙ୍କ ପତ୍ନୀ ଏବଂ ଝିଅ ସହ ନଜର ଆସିଛନ୍ତି। ସମସ୍ତେ ବେଶ୍‌ ମଜାଦାର ଅନ୍ଦାଜରେ ଦେଶର ଟପ୍ ଜେନେରାଲ୍‌ଙ୍କ ସହ ନଜର ଆସିଛନ୍ତି। ସେହିପରି ଆଉ ଏକ ଫଟୋରେ ଉଭୟ ଟପ୍ ସେନା ଅଧିକାରୀଙ୍କ ସହ କଥା ହେଉଥିବାର ନଜର ଆସିଛନ୍ତି। ଅନେକ ଫଟୋରେ କିମ୍‌ଙ୍କ ଝିଅ ଆକର୍ଷଣର କେନ୍ଦ୍ର ରହିଛନ୍ତି।

Photo: Twitter

ସୂଚନାଯୋଗ୍ୟ, କିମ୍ ଜୋଙ୍ଗ୍‌ ଉନ୍‌ଙ୍କ ତିନି ସନ୍ତାନ ଥିବା ନେଇ କୁହାଯାଉଛି। ହେଲେ ଏପର୍ଯ୍ୟନ୍ତ କେବଳ ଜୁ ଏ ସାଧାରଣରେ ନଜର ଆସିଛନ୍ତି। ସେ ଗତ ନଭେମ୍ବରରେ ହ୍ବାସଙ୍ଗ-୧୭ ଇଣ୍ଟରକଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍ ମିଶାଇଲ୍‌ ଟେଷ୍ଟିଂ ସମୟରେ ପ୍ରଥମ ଥର କିମ୍‌ଙ୍କ ସହ ନଜର ଆସିଥିଲେ। ଯାହାପରେ କିମ୍‌ଙ୍କ ଉତ୍ତରାଧିକାରୀ ହେବା ନେଇ ଆଲୋଚନା ବଢ଼ିଥିଲା। ଅବଶ୍ୟ ଏପର୍ଯ୍ୟନ୍ତ କେହି ମହିଳା ଉତ୍ତର କୋରିଆ ଉପରେ ଶାସନ କରିନାହାଁନ୍ତି। କୁହାଯାଉଛି ତାଙ୍କର ଜଣେ ବଡ଼ ଭାଇ ଅଛନ୍ତି  ତାଙ୍କର ଜନ୍ମ ୨୦୧୦ ରେ ହୋଇଥିଲା ଏବଂ ଆଉ ଜଣେ ସନ୍ତାନ ମଧ୍ୟ ରହିଛନ୍ତି। ଯାହାଙ୍କ ବିଷୟରେ ଜଣାପଡ଼ିନାହିଁ।

KCNA ଅନୁଯାୟୀ, ମଙ୍ଗଳବାର ଉତ୍ତର କୋରିଆ ସେନାର ୭୫ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ଭୋଜିର ଆୟୋଜନ କରାଯାଇଥିଲା। ଏହି ସମୟରେ କିମ୍ ଉଦବୋଧନ ଦେଇ ଖରାପ ସ୍ଥିତିରେ ମଧ୍ୟ ଅତୁଟ ଶକ୍ତି ଦେଖାଇବାକୁ ସେ ପ୍ରଶଂସା କରିଛନ୍ତି। ସେ ଉତ୍ତର କୋରିଆ ସେନାକୁ ବିଶ୍ବର ସବୁଠୁ ଶକ୍ତିଶାଳୀ ସେନା ବୋଲି କହିଛନ୍ତି।

ତେବେ ଏହି ହାଇପ୍ରୋଫାଇଲ୍‌ ଭୋଜିରେ ନଜର ଆସିବା ପୂର୍ବରୁ କିମ୍‌ଙ୍କ ଅଦୃଶ୍ୟତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଥିଲା। ​‌ସେ ୩୬ ଦିନରୁ ସାଧାରଣରେ ନଜର ଆସିନଥିଲେ। ଫଳରେ କିମ୍ କୁଆଡ଼େ ଗଲେ ତାହାକୁ ନେଇ ଚର୍ଚ୍ଚା ହେଉଥିଲା। ସେପଟେ ଏବେବି କିମ୍‌ଙ୍କ ନେତୃତ୍ବରେ ପରମାଣୁ ଶକ୍ତିର ବୃଦ୍ଧିକୁ ନେଇ ଉତ୍ତର କୋରିଆ ଏବଂ ଏହାର ପଡ଼ୋଶୀଙ୍କ ଏବଂ ଆମେରିକା ମଧ୍ୟରେ ତିକ୍ତତା ଲାଗିରହିଛି।

   Related Posts