କିମ୍‌ କାର୍ଦିଶିଆନ କିଣିଲେ ଡାଏନାଙ୍କ Attallah Cross, ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | January 20, 2023 IST

ମୁମ୍ଵାଇ ୨୦।୦୧: ରିଆଲିଟି ଟିଭିଷ୍ଟାର କିମ୍‌ କାର୍ଦିଶିଆନ । ଅଟାଲା କ୍ରସ୍‌ ତଥା ନେକଲେସର ନୂଆ ମାଲିକାଣୀ ହୋଇଛନ୍ତି। ଦିନ ଥିଲା କ୍ରସରର ରାଜକୁମାରୀ ଡାଏନା ଥିଲେ। ସ୍ୱର୍ଗତ ରାଜକୁମାରୀ ଏହାକୁ ଅନେକ ଥର ପିନ୍ଧିଥିବାର ନଜର ଆସିଥିଲେ। ଏହି କ୍ରସ୍ ପ୍ରଥମେ ୧୯୨୦ ଦଶକରେ ବ୍ରିଟିଶ ଅଳଙ୍କାର ଗାରଡ ଦ୍ୱାରା ନିର୍ମିତ ହୋଇଥିଲା । ଏହାକୁ ନିଲାମ ହାଉସ୍ ସୋଥବି ଦ୍ୱାରା ନିଲାମ କରାଯାଇଥିଲା ।

ସୋଥବିଙ୍କ ଅନୁଯାୟୀ ଲଣ୍ଡନର ଏକ ବିକ୍ରିରେ ଏହି ଅଳଙ୍କାର ସାମଗ୍ରୀ ୧୬୩,୮୦୦ ପାଉଣ୍ଡରେ ବିକ୍ରି ହୋଇଥିଲା। ଚାରିଜଣ ବିଲଡର ପେଣ୍ଡେନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଯାହା ଶେଷରେ କିମ କାର୍ଦିଶିଆନ ନିକଟକୁ ଯାଇଥିଲା । ସୋଥବିଙ୍କ ଖ୍ରୀଷ୍ଟିଆନ ସ୍ପୋଫୋର୍ଥ କହିଛନ୍ତି: 'ସ୍ୱର୍ଗତ ରାଜକୁମାରୀ ଡାଏନାଙ୍କ ପିନ୍ଧାଯାଇଥିବା ଅଳଙ୍କାର କ୍ୱଚିତ୍ ବଜାରକୁ ଆସିଥାଏ। ବିଶେଷତ ଅଟାଲା କ୍ରସ୍ ପରି ଏକ ଟୁକୁଡା ବା ଖଣ୍ଡ। ଯାହା ଏତେ ରଙ୍ଗୀନ, ବୋଲ୍ଡ ଏବଂ ଭିନ୍ନ ଅଟେ।'

ନିଲାମ ହାଉସରୁ ଜଣାପଡିଛି ଯେ ଅଟାଲା କ୍ରସର ଆନୁମାନିକ ମୂଲ୍ୟରେ ପ୍ରାୟ ଦୁଇଗୁଣ ବିକ୍ରି ହୋଇଛି।  କହିବାକୁ ଗଲେ କିମ୍ କାର୍ଦିଶିଆନ୍ ପୁରୁଣା ଜିନିଷକୁ ଭଲ ପାଆନ୍ତି। ଏହାପୂର୍ବରୁ, ସେ ମାରିଲିନ୍ ମୁନରୋଙ୍କ ପୋଷାକ ପିନ୍ଧି ମେଟ ଗାଲାରେ ପହଞ୍ଚିଥିଲେ। ଅଟାଲା କ୍ରସ୍ ଏକ ବୋଲ୍ଡ ଏବଂ ରଙ୍ଗୀନ ପେଣ୍ଡେନ । ବୃତ୍ତାକାର କଟା ହୀରା ସହିତ ସେଟ୍ ହୋଇଛି। କୁହାଯାଏ ଯେ ପେଣ୍ଡେନରେ ହୀରାର ଓଜନ ପ୍ରାୟ ୫.୨୫ କ୍ୟାରେଟ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.