କିମ୍‌-କାନେଙ୍କ ହେଲା ଛାଡପତ୍ରର ସମାଧାନ, ଉଭୟଙ୍କ ସାମ୍ନାରେ କୋର୍ଟ ରଖିଲେ ଏପରି ସର୍ତ୍ତ...

Published By : Prameya-News7 Bureau | November 30, 2022 IST

ମୁମ୍ଵାଇ ୩୦।୧୧: ହଲିଉଡର ଲୋକପ୍ରିୟ ରାପର କାନେ ୱେଷ୍ଟ ଏବଂ ରିଅଲିଟି ଟିଭି ତାରକା କିମ କାର୍ଦିସିଆନଙ୍କ ମଧ୍ୟରେ ଛାଡପତ୍ରର ସମାଧାନ ହୋଇଛି। ସମାଧାନର ଏକ ଅଂଶ ଭାବରେ, କାନେ ୱେଷ୍ଟ ପିଲା ପାଇଁ ମାସକୁ ୨୦୦,୦୦୦ ଡଲାର ଦେବେ। କୋର୍ଟ ପ୍ରମାଣପତ୍ରରେ ଦର୍ଶାଯାଇଛି ଯେ ପୂର୍ବ ଦମ୍ପତି ସେମାନଙ୍କ ଚାରି ସନ୍ତାନର କଷ୍ଟଡି ମିଳିତ ହିସାବରେ ପାଇବେ।  

ତାଙ୍କ ଚାରି ପିଲାଙ୍କ ଖର୍ଚ୍ଚ ବ୍ୟତୀତ କାନେ ସେମାନଙ୍କ ଶିକ୍ଷା ଖର୍ଚ୍ଚର ୫୦ ପ୍ରତିଶତ ଦାୟିତ୍ବ ଉଠାଇବେ। ଉଭୟଙ୍କ ପିଲାମାନଙ୍କର ବୟସ ୩ ରୁ ୯ ବର୍ଷ ମଧ୍ୟରେ । ବର୍ତ୍ତମାନ ଯଦି ସେମାନଙ୍କ ଚାରି ସନ୍ତାନଙ୍କ ମଧ୍ୟରୁ କୌଣସି ବିଷୟରେ ଉଭୟଙ୍କ ମଧ୍ୟରେ ବିବାଦ ଥାଏ, ତେବେ ଚୁକ୍ତିନାମା ଅନୁଯାୟୀ ସେମାନଙ୍କୁ ମଧ୍ୟସ୍ଥାରେ ସାମିଲ୍‌ ହେବାକୁ ପଡିବ। ଯଦି ସେମାନଙ୍କ ମଧ୍ୟରୁ ଜଣେ ଅଂଶଗ୍ରହଣ କରିବାରେ ବିଫଳ ହୁଅନ୍ତି, ଅନ୍ୟ ବ୍ୟକ୍ତି ଏହି ନିଷ୍ପତ୍ତି ନେବ।

କହିବାକୁ ଗଲେ  ଦୁହେଁ ଦୁଇ ବର୍ଷ ଡେଟ୍‌ କରିଥିଲେ। ୨୦୧୪ରେ ଧୁମ୍‌ଧାମ୍‌ରେ ବିବାହ କଲେ।  ପରେ ବିବାହର ୭ବର୍ଷ ପରେ ଅର୍ଥାତ୍‌ ୨୦୨୧ରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଗତ ମାସ ଅକ୍ଟୋବରରେ କାନେ ୱେଷ୍ଟ କିମଙ୍କ ବିଷୟରେ ଏପରି ବିବୃତ୍ତି ଦେଇଥିଲେ, ଯାହା ବିଷୟରେ ବହୁ ଆଲୋଚନା କରାଯାଇଥିଲା। ଏକ ସାକ୍ଷାତକାରରେ କାନେ ୱେଷ୍ଟ କହିଛନ୍ତି, 'ମୁଁ ତାଙ୍କୁ ସାରା ଜୀବନ ଭଲ ପାଇବି। ମୁଁ ପ୍ରତ୍ୟେକ କଷ୍ଟ ସମୟରେ ସେମାନଙ୍କୁ ସୁରକ୍ଷା ଦେବି ’। ତାଙ୍କ ହୃଦୟରେ କିମଙ୍କ ପାଇଁ ସର୍ବଦା ପ୍ରେମ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.