କିମ୍ ଜଙ୍ଗ୍ ମୃତ ! ୯୯ ପ୍ରତିଶତ ନିଶ୍ଚିତ ଥିବା ଦାବି କଲେ ବିଦ୍ରୋହୀ ନେତା
1/05/2020 at 8:38 PM

କୋରିଆ, ୦୧|୦୫: ଉତ୍ତର କୋରିଆର ଜଣେ ବିଦ୍ରୋହୀ ନେତା କିମ୍ ଜଙ୍ଗ୍ ପ୍ରାଣ ହରାଇଥିବା ଦାବି କରିଛନ୍ତି । ଏନେଇ ସେ ୯୯ ପ୍ରତିଶତ ନିଶ୍ଚିତ ଥିବା କହିଛନ୍ତି । କିମ୍ ହୃଦୟରେ କରିଥିବା ଅପରେସନ ପରେ ଶେଷ ସପ୍ତାହରେ ପ୍ରାଣ ହରାଇଛନ୍ତି ବୋଲି ଏହି ନେତାଜଣଙ୍କ କହିଛନ୍ତି ।
ଜୀ ସୀଓଙ୍ଗ୍ ନାମକ ଏହି ନେତା ଜଣଙ୍କ ୟୋନହାପ୍ ଖବର ଏଜେନ୍ସିକୁ ସୂଚନା ଦେଇ କହିଛନ୍ତି ଯେ, ସେ କିମଙ୍କ ମୃତ୍ୟୁ ବାବଦରେ ସୂଚନା ପାଇଛନ୍ତି । ଏନେଇ ପ୍ୟୋଙ୍ଗଗ୍ୟାଙ୍କ୍ ଚଳିତ ସପ୍ତାହର ଶେଷରେ ଏନେଇ ଘୋଷଣା କରିପାରେ । କିମଙ୍କ ଭଉଣୀ ନୂଆ ରାଷ୍ଟ୍ରମୁଖ୍ୟ ହେବା ନେଇ ଯୋଜନା କରୁଛନ୍ତି । ତେବେ ଏହା ଏତେଟା ସହଜ ହେବ ନାହିଁ । ଜୀ ଚଳିତ ବର୍ଷ ଦକ୍ଷିଣ କୋରିଆ ସଂସଦକୁ ନିର୍ବାଚିତ ହୋଇଥିଲେ ।
ସାଓଙ୍ଗ୍ ଆହୁରି କହିଛନ୍ତି ଯେ, କିମ୍ ଜଙ୍ଗ୍ ହୃଦୟ ଅପରେସନ ପରେ ପ୍ରାଣ ହରାଇଛନ୍ତି । ତେବେ ସେ ଶେଷ ସପ୍ତାହରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହି ଘଟଣା ଶତ ପ୍ରତିଶତ ସଠିକ ନହେଲେ ବି ସେ ୯୯ ପ୍ରତିଶତ ନିଶ୍ଚିତ ଅଛନ୍ତି ।
ସୂଚନାଯୋଗ୍ୟ, କିମ୍ ଗତ ଏପ୍ରିଲ ୧୧ ତାରିଖରୁ କୌଣସି କାର୍ଯ୍ୟକ୍ରମରେ ଉପସ୍ଥିତ ରହୁନାହାଁନ୍ତି । ଏହାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଜାରି ରହିଛି । ଦେଶର ଗଣମାଧ୍ୟମ ମଧ୍ୟ କିମ୍ ବଞ୍ଚିଥିବା ନେଇ କୌଣସି ଠୋସ୍ ପ୍ରମାଣ ଦେଇପାରୁ ନାହିଁ ।
ପୂର୍ବରୁ ଉତ୍ତର କୋରିଆର ଜଣେ ପୂର୍ବତନ ଅଧିକାରୀ କିମ ଜୋଙ୍ଗଙ୍କ ବିଷୟରେ ଏକ ସମ୍ବେଦନଶୀଳ ଦାବି କରିଥିଲେ। ମିସାଇଲ୍ ପରୀକ୍ଷଣ ସମୟରେ କିମ୍ ଆହତ ହୋଇଥିବା ଆଶଙ୍କା କରିଥିଲେ। କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗି ଆହତ ହୋଇଥାଇ ପାରନ୍ତି ବୋଲି ପୂର୍ବତନ ଅଧିକାରୀ ଆଶଙ୍କା ପ୍ରକାଶ କରିଥିଲେ। ପୂର୍ବତନ କୋରିଆ ଅଧିକାରୀଙ୍କ ଦାବି ଅନୁଯାୟୀ, କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ କିମ ଜୋଙ୍ଗ ଆହତ ହୋଇପାରନ୍ତି। ସେବେଠାରୁ ତାଙ୍କୁ ସାଧାରଣ କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନଥିଲା। ତାଙ୍କ ଦେଶରେ କୌଣସି ଅସ୍ତ୍ରର ପରୀକ୍ଷଣ ସମୟରେ କିମ ଜୋଙ୍ଗ ଉନ ସେଠାରେ ଉପସ୍ଥିତ ରହିଥାନ୍ତି ।
ସୂଚନାଯୋଗ୍ୟ ଯେ, ଏପ୍ରିଲ ୧୧ ଠାରୁ କିମ ଜୋଙ୍ଗ କୌଣସି ସର୍ବସାଧାରଣ ସ୍ଥାନରେ ଦେଖା ଯାଇନାହାଁନ୍ତି। ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅନେକ କଳ୍ପନାଜଳ୍ପନା ଲାଗିରହିଛି ଏବଂ କେତେକ ରିପୋର୍ଟରେ ଦର୍ଶାଯାଇଛି ଯେ ତାଙ୍କର ବ୍ରେନ୍ ଡେଡ୍ ହୋଇଯାଇଛି ।