Vegetative stateରେ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ-ଉନ୍? ସ୍ୱାସ୍ଥ୍ୟାବସ୍ଥା ନେଇ ତଥାପି ହଟିନି ରହସ୍ୟ

Published By : Prameya-News7 Bureau | April 25, 2020 IST

କରୋନା ପରେ ସରା ବିଶ୍ୱରେ ଯାହା ଚର୍ଚ୍ଚାର ବିଷୟ ରହିଛି ତାହା ହେଉଛି ଉତ୍ତରକୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ-ଉନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା। ତେବେ ରହସ୍ୟମୟ ଦେଶରୁ କୌଣସି ସୂଚନା  ବାହାର ଦୁନିଆକୁ ଆସି ପାରୁନଥିବା ବେଳେ ତାଇୱାନ୍‌ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଏକ ସୂଚନାରୁ ସେ ଭେଜିଟେଟିଭ ଷ୍ଟେଟ୍ ବା ଜଡ ଅବସ୍ଥାକୁ ଚାଲିଯାଇଥିବାର ଆଶଙ୍କା କରାଯାଉଛି। 

{"id":259902,"sizeSlug":"large"}

କିଛି ସମୟ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ହେଉଥିବାର ସୂଚନା ମିଳିଥିଲା। ହେଲେ ଏବେ ତାଙ୍କଠାରେ ହୋଇଥିବା ଅସ୍ତ୍ରୋପଚାର ବିଫଳ ହେବାରୁ ସେ ଏପରି ଅବସ୍ଥାକୁ ଚାଲିଯାଇଥିବାର ଆଶଙ୍କା କରାଯାଉଛି। ଗତ ଏପ୍ରିଲ ୧୨ ତାରିଖରେ ତାଙ୍କଠାରେ ହୃଦ୍ ସମ୍ପର୍କିତ ଏକ ଅସ୍ତ୍ରୋପଚାର ହୋଇଥିବାର ଏକ ଅସମର୍ଥିତ ସୂତ୍ରରୁ ସୂଚନା ମିଳିଥିଲା। ତେବେ ଏପରି ଖବରକୁ ସେତେବେଳେ ଦକ୍ଷିଣ କୋରିଆ  ଓ ଚୀନର ସରକାରୀ ଲୋକସମ୍ପର୍କ ବିଭାଗମାନେ ଖଣ୍ଡନ କରିଥିଲେ। ଅପରପକ୍ଷରେ ଉତ୍ତର କୋରିଆରେ କୌଣସି ପ୍ରକାର ଅସ୍ୱାଭାବିକ  ଗତିବିଧିକୁ ଦକ୍ଷିଣ କୋରିଆ ଅସ୍ୱୀକାର କରିଥିଲା। 

{"id":259908,"sizeSlug":"large"}

କେବଳ ଦକ୍ଷିଣ କୋରିଆ ନୁହେଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଗୁରୁବାର ଏପରି ସମସ୍ତ ଖବରକୁ ଖଣ୍ଡନ କରିଥିଲେ। ତେବେ ସେ ଉତ୍ତରକୋରିଆ ରାଷ୍ଟ୍ରମୁଖ୍ୟଙ୍କ ସହ ନିୟମିତ ସମ୍ପର୍କରେ ଅଛନ୍ତି କି ନା ସେ ନେଇ କିଛି କହିନଥିଲେ। ସେହିପରି ଶୁକ୍ରବାର ଦକ୍ଷିଣ କୋରିଆ ଗୋଇନ୍ଦା ସୂଚନାରୁ କିମ୍‌ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଓ ଖୁବ୍ ଶୀଘ୍ର ନିଜକୁ ପ୍ରକାଶକୁ ଆଣିବେ ବୋଲି କୁହାଯାଇଛି। ଏଥିରେ  ଚୀନରୁ ଏକ ଡାକ୍ତରୀ ଟିମ୍‌ ଉତ୍ତରକୋରିଆ ଗସ୍ତରେ ଯାଇଥିବା ସୂଚନା ଏବେ ପରସ୍ପର ବିରୋଧୀ ସାବ୍ୟସ୍ତ ହେଉଥିବା ବେଳେ କିମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏପରି ଖବର ଆସୁଛି।

{"id":259918,"sizeSlug":"large"}

ଏହା ଛଡା ଚୀନ କମ୍ୟୁନିଷ୍ଟ ପାର୍ଟି ଅନ୍ତର୍ଜାତୀୟ ବ୍ୟାପାର ବିଭାଗର ଏକ ପ୍ରତିନିଧି ଦଳ ଗୁରୁବାର ଉତ୍ତରକୋରିଆ ଗସ୍ତ କରିଥିବା ସୂଚନା ମଧ୍ୟ ମିଳିଛି। ଉତ୍ତରକୋରିଆ ସମ୍ପର୍କିତ ଜନୈକ ଶୀର୍ଷ ନେତାଙ୍କ ଅଧିନରେ ଏହି ପ୍ରତିନିଧି ଦଳଙ୍କ ଗସ୍ତ ନେଇ ଚୀନ ମଉନ ଥିବାରୁ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ମିଳିପାରୁନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.