ଆମେରିକାକୁ କୁକୁର ସହ ତୁଳନା କଲେ କିମ୍‌ ଜୋଙ୍ଗ୍‌ଙ୍କ ଭଉଣୀ, କହିଲେ....

Published By : Prameya-News7 Bureau | November 22, 2022 IST

ନୂଆଦିଲ୍ଳୀ, ୨୨/୧୧: ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍ ଉନ୍‌ଙ୍କ ଭଉଣୀ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି) ର ଦୋମୁହାଁ ନୀତି ଦେଖାଉଥିବା କହି ଟାର୍ଗେଟ କରିଛନ୍ତି। ସୂଚନା ଥାଉ ଉତ୍ତର କୋରିଆରେ ୧୭ ନଭେମ୍ବରକୁ ପୁଣି ଥରେ ଆଇସିବିଏମର ସଫଳ ପରୀକ୍ଷଣ କରିଥିଲା। ଏମିତିରେ କୁହାଯାଉଛି ଯେ ଏହି ମିସାଇଲ ସମଗ୍ର ଉତ୍ତର ଆମେରିକାକୁ ଟାର୍ଗେଟ କରିବାରେ ସକ୍ଷମ। ଏହି ମିସାଇଲ ପରୀକ୍ଷଣ ପରେ ୟୁଏନଏସସି ଉତ୍ତର କୋରିଆକୁ ନେଇ ଏକ ଜରୁରୀ ବୈଠକ ଡକାଇଥିଲା।

ବୈଠକ ପରେ ନିଜର ଅସନ୍ତୋଷ ଜାହିର କରିବା ସହ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଭଉଣୀ କହିଛନ୍ତି ଯେ ସଂଯୁକ୍ତ ରାଷ୍ଟ୍ର ଏହାର ପଡ଼ୋଶୀ ଦେଶ ଦକ୍ଷିଣ କୋରିଆର କାର୍ଯ୍ୟକଳାପକୁ ଅଣଦେଖା କରୁଆସୁଛି। କିମ୍‌ଙ୍କ ଭଉଣୀ ୟୋ ଜୋଙ୍ଗ୍ କହିଛନ୍ତି ଯେ ଦକ୍ଷିଣ କୋରିଆ ବିପଜ୍ଜନକ ସୈନ୍ୟ ଅଭ୍ୟାସ କରିଆସୁଛି। କିନ୍ତୁ ୟୁଏନଏସସି ତାହାକୁ ଅଣଦେଖା କରୁଛି। ସେ ଆମେରିକାର ବନାଶକାରୀ ହତିଆର କୁ ନେଇ ମଧ୍ୟ ନିଜ ଅସନ୍ତୋଷ ଜାହିର୍ କରିଛନ୍ତି। କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି (କେସିଏନଏ) ଦ୍ବାରା ପ୍ରକାଶିତ  ଏକ ରିପୋର୍ଟ ଅନୁଯାୟୀ  ୟୋ ଜୋଙ୍ଗ୍ କହିଥିଲେ ଏହା ସ୍ପଷ୍ଟ ଭାବରେ ଦୋମୁହାଁ ନୀତିକୁ ଦର୍ଶାଉଛି।

ଖାଲି ସେତିକି ନୁହେଁ, ୟୋ ଜୋଙ୍ଗ୍ ଆମେରିକାକୁ ଡର ଭୟରେ ଭୁକୁଥିବା କୁକୁର ସହ ସମାଲୋଚନା କରିଥିଲେ। ୟୋ ଜୋଙ୍ଗ କହିଥିଲେ ଯେ ଆମେରିକା କୋରିଆକୁ ନୂଆ ସଙ୍କଟ ଆଡ଼କୁ ନେଉଛି। ସେ କହିଛନ୍ତି ଆମେରିକା କୋରିଆ ବିରୋଧୀ କାର୍ଯ୍ୟକୁ ଯେତେ ଅଧିକ ପ୍ରଶୟ ଦେବ, ତାହା ଅଧିକ ଘାତକ ସୁରକ୍ଷା ସଙ୍କଟର ସାମ୍ନା କରିବାକୁ ପଡ଼ିବ।

ପ୍ରକୃତରେ କିମ୍ ଜୋଙ୍ଗ୍ ଉନ୍ ଶୁକ୍ରବାର ମିସାଇଲ ଲଞ୍ଚର ନୀରିକ୍ଷଣ କରିଥିଲେ। ଏହି ମିସାଇଲକୁ ହ୍ବାସାଙ୍ଗ-୧୭ ନାମ ଦିଆଯାଇଛି। ଏହାକୁ ବିଶ୍ଲେଷକମାନେ ରାକ୍ଷସ ମିସାଇଲ କହିଛନ୍ତି। ମିସାଇଲ ୬,୧୦୦ କିମି ଉଚ୍ଚତାରେ ୧,୦୦୦ କିମି ପର୍ଯ୍ୟନ୍ତ ଉଡ଼ାଣ ଭରିଥିଲା। ଏହାପରେ ଉତ୍ତର କୋରିଆକୁ ଏହାର ସବୁ ଅବୈଧ ବାଲିଷ୍ଟିକ୍ ମିସାଇଲ ପରୀକ୍ଷଣ, ଅନ୍ୟ ପ୍ରକ୍ଷେପଣ, ଅନ୍ୟ ବିପଦଜ୍ଜନକ ତଥା ଅସ୍ଥିରତା ଉତ୍ପନ୍ନ କରୁଥିବା ଗତିବିଧି ପାଇଁ ଆମେରିକା ନିନ୍ଦା କରିଥିବା ନେଇ କୁହାଯାଇଥିଲା।

ଭାରତ ମଧ୍ୟ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଏକ ଜରୁରୀ ବୈଠକରେ ଉତ୍ତର କୋରିଆକୁ ଏହାର ଅର୍ନ୍ତମହାଦେଶୀୟ ବାଲିଷ୍ଟିକ୍ ମିସାଇଲ ପ୍ରକ୍ଷେପଣକୁ ନେଇ ନିନ୍ଦା କରିଥିଲା। ଉତ୍ତର କୋରିଆର ପରମାଣୁ ଏବଂ ମିସାଇଲ ପ୍ରସାରକୁ ନେଇ ଭାରତ ଚିନ୍ତା ପ୍ରକଟ କରିବା ସହ କହିଥିଲେ ଯେ ଏହାର ପ୍ରଭାବ ଶାନ୍ତି ତଥା ସୁରକ୍ଷା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ ବୋଲି କହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.