ଉତ୍ତର କୋରିଆରେ ମିଳିଲା କରୋନା ଭାଇରସର ପ୍ରଥମ ରୋଗୀ, କିମଙ୍କ ଆଦେଶ- ଗୁଳି କରି ମାରି ଦିଅ
3/03/2020 at 3:11 PM

ନୂଆଦିଲ୍ଲୀ ୦୩।୦୩- ସଂପ୍ରତି ସମଗ୍ର ଦୁନିଆ ଏବେ ବିପଦଜ୍ଜନକ କରୋନା ଭୂତାଣୁ ନେଇ ଆତଙ୍କିତ ଅବସ୍ଥାରେ ରହିଛି। ବିଶ୍ଵର ଅନେକ ଦେଶରେ ଏବେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ସଂକ୍ରମଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ଚୀନରେ ଏମିତି ତାଣ୍ଡବ ମଚାଇଛି ବୋଧହୁଏ ଏହି ପଡୋଶୀ ଦେଶ ଏହାକୁ କେବେ ଭୁଲି ପାରିବ ନାହିଁ। ଏଠାରେ ଅଦ୍ୟାବଧି ୨୭୮୦ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ଚୀନ ବ୍ୟତୀତ ଦୁନିଆର ଅନ୍ୟ କିଛି ଦେଶରେ ମଧ୍ୟ କରୋନା ଭୂତାଣୁରେ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ଦେଶ ପ୍ରତିଷେଧମୂଳକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରୁଛନ୍ତି। ଏହା ମଧ୍ୟରେ ଉତ୍ତର କୋରିଆ କରୋନା ଭୂତାଣୁକୁ ନେଇ ଚର୍ଚ୍ଚାର ପରିଧିକୁ ଆସିଛି। ଏଠାକାର ଏକ ଛତ୍ରବାଦୀ ଶାସକ ଏହି ରୋଗର ମୁକାବିଲା ପାଇଁ ଅଜବ ତରିକା ଆପଣେଇଛନ୍ତି।
ସୂଚନା ଅନୁଯାୟୀ ଉତ୍ତର କୋରିଆରେ କରୋନା ଭାଇରସ ସମ୍ବନ୍ଧିତ ଜଣେ ରୋଗୀ ସାମ୍ନାକୁ ଆସିବା ପରେ ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ରୋଗୀଙ୍କୁ ଗୁଳି କରି ମାରି ଦେବାକୁ ଆଦେଶ ଦେଇଛନ୍ତି। ଉତ୍ତର କୋରିଆରେ କରୋନା ଭାଇରସରେ ସଂକ୍ରମଣ ହେବାର ଏହା ହେଉଛି ପ୍ରଥମ ମାମଲା। ରୋଗୀଙ୍କ ଚିକିତ୍ସା କରାଇବା ବଦଳରେ କିମ୍ ଜୋଙ୍ଗ ଉନ ଗୁଳି କରି ମାରି ଦେବାକୁ ଆଦେଶ ଦେବା ସମଗ୍ର ବିଶ୍ଵରେ ଚର୍ଚ୍ଚା ବିଷୟ ପାଲଟିଛି।

ଚୀନରୁ ଫେରିଥିଲେ ବ୍ୟବସାୟୀ
ଇଣ୍ଟରନ୍ୟାସନାଲ ବିଜନେଟ୍ ଟାଇମ୍ସର ରିପୋର୍ଟ ଅନୁସାରେ ଉତ୍ତର କୋରିଆରେ କରୋନାର ପ୍ରଥମ ରୋଗୀ ସାମ୍ନାକୁ ଆସିବା ପରେ ଏହି ଭାଇରସର ପ୍ରସାରକୁ ରୋକିବା ପରିବର୍ତ୍ତେ ଏକଛତ୍ରବାଦ କିମ ରୋଗୀଙ୍କୁ ହତ୍ୟା କରିବାକୁ ଆଦେଶ ଦେଇଛନ୍ତି। ଉତ୍ତର କୋରିଆରେ ଯେଉଁ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି ସେ ପେଶାରେ ଜଣେ ବ୍ୟବସାୟୀ ଏବଂ ନିକଟରେ ଚୀନରୁ ଫେରିଥିଲେ। କରୋନାରେ ସଂକ୍ରମିତ ଏହି ବ୍ୟକ୍ତି ଚୀନରୁ ଫେରିବା ପରେ ଏକ ସାର୍ବଜନୀନ ଶୌଚାଳୟ ବ୍ୟବହାର କରିଥିଲେ। ଏହା ଜଣା ପଡିବା ପରେ ତାଙ୍କର ଚିକିତ୍ସା କରାଇବା ପରିବର୍ତ୍ତେ ଗୁଳି କରି ହତ୍ୟା କରିବାକୁ ଆଦେଶ ଦିଆଯାଇଛି।

ଉତ୍ତର କୋରିଆର ଏ କେମିତି କା ପ୍ରସ୍ତୁତି ?
ଉଲ୍ଲେଖଯୋଗ୍ୟ, ଉତ୍ତର କୋରିଆ ପକ୍ଷରୁ ବୟାନ ଜାରି କରି କୁହାଯାଇଥିଲା ଯେ, ଦେଶରେ କରୋନାର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି। ଅଦ୍ୟାବଧି ଏଥି ସମ୍ବନ୍ଧିତ ଅନେକ ମାମଲା ସାମ୍ନାକୁ ଆସିଛି। ଏବେ ପ୍ରଶ୍ନ ଉଠୁଛି ଯେ, ଉତ୍ତର କୋରିଆ ବୋଧହୁଏ ରୋଗୀଙ୍କୁ ହତ୍ୟା କରିବା ଚିନ୍ତା କରି ନିଜ ଦେଶରେ କରୋନା ରୋକିବାକୁ ପ୍ରସ୍ତୁତି କରିଛି ? ଏହା ପୂର୍ବରୁ କିମ୍ କହିଥିଲେ, ଯଦି ଦେଶରେ କରୋନା ଭାଇରସ ବ୍ୟାପେ ତେବେ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡିପାରେ।