ଆଶଙ୍କାରେ ପୂର୍ଣ୍ଣଚ୍ଛେଦ : ଦେଖାଦେଲେ କିମ୍‌-ଜୋଙ୍ଗ-ଉନ୍‌, ଏକ ସାର କାରଖାନାର ଉଦ୍‌ଘାଟନ କରିଥିବାର ଖବର ଆସିଲା

Published By : Prameya-News7 Bureau | May 02, 2020 IST

ପେଙ୍ଗୟ୍ୟାଙ୍ଗ୍‌ ୦୨।୦୫:  ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ବିଷୟରେ ସାରା ବିଶ୍ବରେ ଅନେକ କଳ୍ପନାଜଳ୍ପନା ଚାଲିରହିଛି । ଗତ କିଛି ଦିନ ଧରି ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ସ୍ବାସ୍ଥ୍ୟ ନେଇ ରହସ୍ୟ ଆସିଛି । କିନ୍ତୁ ଏହି ସମୟରେ କିଛି ଗଣମାଧ୍ୟମ ରିପୋର୍ଟରେ ତାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଥିବା ବେଳେ କିଛି ରିପୋର୍ଟରେ ସେ ସୁସ୍ଥ ହୋଇ ବୁଲାବୁଲି କରୁଥିବା କୁହାଯାଇଛି । ପ୍ରକୃତରେ ଗତ କିଛି ଦିନ ହେବ କିମଙ୍କ ସ୍ବାସ୍ଥ୍ୟକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା । କିନ୍ତୁ ପ୍ରାୟ ତିନି ସପ୍ତାହ ଧରି ଚାଲିଥିବା ସମସ୍ତ କଳ୍ପନାଜଳ୍ପନାରେ ଅନ୍ତ ହୋଇଛି ବୋଲି କୁହାଯାଉଛି । ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନ୍ ଶେଷରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ନଜର ଆସିଛନ୍ତି । ବିଗତ କିଛି ଦିନ ହେବ କିମ ଜୋଙ୍ଗ ଉନଙ୍କ ଅନୁପସ୍ଥିତି ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅନେକ କଳ୍ପନାଜଳ୍ପନା କରାଯାଉଥିଲା। ଉତ୍ତର କୋରିଆର ସରକାରୀ ନ୍ୟୁଜ୍‌ ଏଜେନ୍ସି କେସିଏନ୍ଏ କହିଛି ଯେ କିମ ଏକ ସାର କାରଖାନାର ଉଦଘାଟନୀ ସମାରୋହରେ ଯୋଗ ଦେଇ ଫିତା କାଟିଛନ୍ତି।

ଉତ୍ତର କୋରିଆର ରାଷ୍ଟ୍ରାୟତ୍ତ ନ୍ୟୁଜ୍ ଏଜେନ୍ସି କେସିଏନ୍ଏ ରିପୋର୍ଟ କରିଛି ଯେ, ଶାସକ କିମ୍ ଏହି କାର୍ଯ୍ୟକ୍ରମରେ ରିବନ୍ କାଟିଥିଲେ । ଲୋକମାନେ ଭିଡ଼ ଜମାଇ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ହୁରେ ସ୍ଲୋଗାନ ମଧ୍ୟ ଦେଇଥିଲେ।

wp:core-embed/twitter {"url":"https://twitter.com/nknewsorg/status/1256368314357616648","type":"rich","providerNameSlug":"twitter","className":""}
https://twitter.com/nknewsorg/status/1256368314357616648
/wp:core-embed/twitter

ତେବେ କିଛି ଦିନ ତଳେ ମାନେ ଅପ୍ରେଲ ୧୨ତାରିଖ ପର ଠାରୁ ଉତ୍ତରକୋରିଆର ଏହି ଶାସକକୁ କେହି ଦେଖିନାହାନ୍ତି । ଶେଷ ଥର ପାଇଁ ତାଙ୍କୁ ଏକ କାର୍ଯ୍ୟକ୍ରମରେ ଦେଖା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏକ ଫାଇଟର ଜେନ୍‌ ଉଡାଣର ତଦାରଖ କରୁଥିବା ନଜର ଆସିଥିଲେ । ଦୀର୍ଘ ସମୟ ଧରି ତାଙ୍କର କୌଣସି ଖବର ସଠିକ୍‌ ଭାବେ କୌଣସି ଗଣମାଧ୍ୟମ ପକ୍ଷରୁ ଦିଆଯାଇନଥିଲା ।

{"id":263343,"sizeSlug":"large"}

କେହି କେହି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ଅଛନ୍ତି ବୋଲି କହିଛନ୍ତି । ଏବଂ ତାଙ୍କ ଚିକିତ୍ସା ଜାରି ରହିଛି । ସେପଟେ ଅନ୍ୟ ଗଣମାଧ୍ୟମ ମଧ୍ୟ କହିଥିଲା ଯେ, ମିସାଇଲ ପରୀକ୍ଷଣ ସମୟରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି ।  ପରୀକ୍ଷଣ ସମୟରେ ସେ ଆହତ ହେବା ପରେ ତାଙ୍କ  ଚିକିତ୍ସା ଜାରି ରହିଛି । ଏବଂ ଏକ ଅଜ୍ଞାତ ସ୍ଥାନରେ ରଖଯାଇ ଚିକିତ୍ସା ଜାରି ରହିଛି । ସେହିପରି  ନ୍ୟୁଜ୍ ଏଜେନ୍ସି CNN ଏକ ରିପୋର୍ଟରେ କହିଥିଲେ ଯେ, କିମ ଜୋଙ୍ଗଙ୍କ ଅବସ୍ଥା ଅତ୍ୟନ୍ତ ଖରାପ, ସେ ଅସ୍ତ୍ରୋପଚାର କରିଛନ୍ତି ଯାହା ପରେ ଅବସ୍ଥା ଆହୁରି ବିଗିଡି ଯାଇଛି। ହ୍ୱାଇଟ ହାଉସର ଜଣେ ଅଧିକାରୀଙ୍କୁ ଦର୍ଶାଇ CNN ଏହି ଦାବି କରିଛି।

{"id":263341,"sizeSlug":"large"}

ଯେତେବେଳେ ସେ ଅପ୍ରେଲ ୧୫ ରେ କିମ ଜୋଙ୍ଗ ଉନଙ୍କ ଜେଜେବାପା କିମ ସାଙ୍ଗ ଦ୍ୱିତୀୟଙ୍କ ବାର୍ଷିକୀ ପାଳନ କରିନଥିଲେ, ସେତେବେଳେ ଅନେକ ଗୁଜବ ହୋଇଥିଲା। ଅପ୍ରେଲ 15 ଉତ୍ତର କୋରିଆରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଏକ ଜାତୀୟ ଛୁଟି ଭାବେ ପାଳନ କରାଯାଇଥାଏ । ଅପ୍ରେଲ  ୧୧ ରେ କିମ ଜୋଙ୍ଗ ଉନ ଦଳୀୟର ବୈଠକରେ ଯୋଗ ଦେଇଥିଲେ । ଗଣମାଧ୍ୟମ ଅନୁଯାୟୀ, ପରଦିନ ଅପ୍ରେଲ୧୨ ରେ ସେ ଯୁଦ୍ଧ ବିମାନ ଉଡ଼ାଣର ତଦାନଖ କରିଥିଲେ। ଏବଂ ଏହା ପରେ ତାଙ୍କୁ ସର୍ବସାଧାରଣ କାର୍ଯ୍ୟକ୍ରମରେ କେହି ଦେଖି ନଥିଲେ ବୋଲି ବିଭିନ୍ନ ଗଣମାଧ୍ୟମ ପକ୍ଷରୁ କୁହାଯାଇଥିଲା ।

{"id":263342,"width":566,"height":378,"sizeSlug":"large"}

ସେହିପରି  ଉତ୍ତର କୋରିଆର ଜଣେ ବିଦ୍ରୋହୀ ନେତା ଦାବି କରିଥିଲେ ଯେ, କିମ୍ ଜଙ୍ଗ୍ ପ୍ରାଣ ହରାଛନ୍ତି । ଏନେଇ ସେ ୯୯ ପ୍ରତିଶତ ନିଶ୍ଚିତ ଥିବା କହିଥିଲେ । କିମ୍ ହୃଦୟରେ କରିଥିବା ଅପରେସନ ପରେ ଶେଷ ସପ୍ତାହରେ ସେ ପ୍ରାଣ ହରାଇଛନ୍ତି ବୋଲି ଏହି ନେତାଜଣଙ୍କ କହିଛନ୍ତି । ଜୀ ସୀଓଙ୍ଗ୍ ନାମକ ଏହି ନେତା ଜଣଙ୍କ ୟୋନହାପ୍ ଖବର ଏଜେନ୍ସିକୁ ସୂଚନା ଦେଇ କହିଛନ୍ତି ଯେ, ସେ କିମଙ୍କ ମୃତ୍ୟୁ ବାବଦରେ ସୂଚନା ପାଇଛନ୍ତି । ଏନେଇ ପ୍ୟୋଙ୍ଗଗ୍ୟାଙ୍କ୍ ଚଳିତ ସପ୍ତାହର ଶେଷରେ ଏନେଇ ଘୋଷଣା କରିପାରେ । କିମଙ୍କ ଭଉଣୀ ନୂଆ ରାଷ୍ଟ୍ରମୁଖ୍ୟ ହେବା ନେଇ ଯୋଜନା କରୁଛନ୍ତି । ତେବେ ଏହା ଏତେଟା ସହଜ ହେବ ନାହିଁ । ଜୀ ଚଳିତ ବର୍ଷ ଦକ୍ଷିଣ କୋରିଆ ସଂସଦକୁ ନିର୍ବାଚିତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.