ନିଜେ ନିଜ ମୃତ୍ୟୁ ଗୁଜବ ସୃଷ୍ଟି କରିଥିଲେ କିମ୍ ଜୋଙ୍ଗ୍ : ଲୁଚିଥିବା ଗଦ୍ଦାରଙ୍କୁ ଚିହ୍ନଟ କରିବା ପାଇଁ ଥିଲା ଯୋଜନା

Published By : Prameya-News7 Bureau | May 06, 2020 IST

ପିୟୋଙ୍ଗୟାଙ୍ଗ ୦୬/୦୫ : ପାଖାପାଖି ୨୦ ଦିନ ଯାଏଁ ଗାୟବ ରହିବା ପରେ ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ରହସ୍ୟମୟୀ ଭାବେ ପୁଣି ପ୍ରକଟ ହୋଇଛନ୍ତି | ସେ ଗାୟବ ଥିବା ସମୟରେ ଅନେକ ଗୁଜବ ସୃଷ୍ଟି ହୋଇଥିଲା | ତାଙ୍କର ମୃତ୍ୟୁ ହୋଇଥିବା, ବ୍ରେନ ଡେଡ଼ ହୋଇଥିବା, ହାର୍ଟ ସର୍ଜରୀ ବିଫଳ ହୋଇଥିବା ଭଳି ଅନେକ ଦାବି ହୋଇଥିଲା | ତେବେ ତାଙ୍କ ମୃତ୍ୟୁ ଗୁଜବ ପଛରେ କିମଙ୍କର ହିଁ ହାତ ଥିଲା ବୋଲି ଦାବି କରାଯାଉଛି | ତାଙ୍କ ଶାସନ ଦୁର୍ବଳ ହେଉଥିବା ଆଶଙ୍କା କରି ସେ ନିଜ ଚାରିପାଖେ ଉପସ୍ଥିତ ଗଦ୍ଦାରଙ୍କୁ ଚିହ୍ନଟ କରିବା ପାଇଁ ନିଜେ ହିଁ ଗୁଜବ ସୃଷ୍ଟି କରିଥିଲେ ବୋଲି ଶୁଣିବାକୁ ମିଳିଛି |

ଏକ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଦାବି କରିଥିଲା ଯେ, କିମ ଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଗମ୍ଭୀର ରହିଛି ଏବଂ ସେ ଛିଡା ମଧ୍ୟ ହୋଇପାରୁନାହାନ୍ତି | ଗୁଜବର କିଛି ଦିନ ପରେ କିମ ଜୋଙ୍ଗ ଉତ୍ତର କୋରିଆର ଏକ ସାର କାରଖାନା ଉଦଘାଟନ କରୁଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା | ସୂତ୍ରରୁ ଜଣାପଡିଛି ଯେ, କିମ ନିଜେ ହିଁ ନିଜ ମୃତ୍ୟୁ ଗୁଜବ ସୃଷ୍ଟି କରିଥିଲେ ଯେପରିକି ନିଜ ସମ୍ପର୍କୀୟଙ୍କ ଏବଂ ନିକଟତର ମଧ୍ୟରେ ଥିବା ଷଡ଼ଯନ୍ତ୍ରକାରୀ ଏବଂ ଗଦ୍ଦାରଙ୍କୁ ଚିହ୍ନଟ କରିପାରିବେ |

{"id":265615,"sizeSlug":"large"}

କିମ ୨୦ ଦିନ ପର୍ଯ୍ୟନ୍ତ ଗାୟବ ରହିବା, ଆମେରିକା ଓ ଜାପାନ ଗଣମାଧ୍ୟମ ତାଙ୍କ ମୃତ୍ୟୁ ଖବର ପ୍ରସାରଣ ପରେ ମଧ୍ୟ ଉତ୍ତର କୋରିଆ ସରକାରଙ୍କ ତରଫରୁ କୌଣସି ସ୍ପଷ୍ଟୀକରଣ ଜାରି କରାଯାଇନଥିଲା | ଏତିକିବେଳେ ଅନ୍ୟ ଗଣମାଧ୍ୟମ ଚୁପ ଥିଲେ | ଖବର ଅନୁଯାୟୀ, କିମଙ୍କୁ ଜାଣିବାକୁ ଚାହୁଁଥିଲେ ଉତ୍ତର କୋରିଆ ଲୋକ ତାଙ୍କୁ କେତେ ଭଲ ପାଉଛନ୍ତି ଏବଂ ତାଙ୍କ ଅନୁପସ୍ଥିତିରେ ଦଳର ଅନ୍ୟ ନେତାମାନେ କିଭଳି କାମ କରୁଛନ୍ତି | ଏହିଭଳି ଗଦ୍ଦାରଙ୍କୁ ଚିହ୍ନଟ କରି ତାଙ୍କୁ ଦଳରୁ ବାହାର କରିବା ଯୋଜନା କରିଥିଲେ କିମ |

ତେବେ କିମ ଜୋଙ୍ଗ ପୁଣି ଫେରି ଆସିଥିବା ଦାବି କରାଯାଇଛି | କିଛି ଦିନ ମଧ୍ୟରେ ଉତ୍ତର କୋରିଆରୁ କିଛି ଅଧିକାରୀ ଓ ଦଳର ନେତାଙ୍କୁ ମୃତ୍ୟୁ ଦଣ୍ଡ ଦେବା ଅଥବା ଜେଲ ଦଣ୍ଡ ମିଳିପାରେ ବୋଲି ଶୁଣିବାକୁ ମିଳିଛି | କିମ କିଛି ମାସ ପୂର୍ବରୁ ନିଜ ଭଉଣୀ କିମ ୟୋ କୋଙ୍କୁ ମଧ୍ୟ ମହତ୍ଵପୁର୍ଣ ଦାୟିତ୍ୱ ଦେଇଛନ୍ତି | ଏକ କିମ ୟୋ କୋଙ୍କ ପାଇଁ ମଧ୍ୟ ଏକ ପରୀକ୍ଷା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି | ତା'ଛଡା ଅନ୍ୟ ଦଳର ନେତାମାନେ କିମ ୟୋ କୋଙ୍କ ସହ କିଭଳି ବ୍ୟବହାର କରୁଛନ୍ତି ତାହା ମଧ୍ୟ ପରୀକ୍ଷା କରାଯାଉଥିଲା ବୋଲି କୁହାଯାଉଛି | 

{"id":265617,"sizeSlug":"large"}

୨୦୧୬ ମସିହାରେ ଉତ୍ତର କୋରିଆରୁ ପଳାଇ ଆସିଥିବା ୟୋଙ୍ଗ ହୋ ମଧ୍ୟ କିମ ଜୋଙ୍ଗଙ୍କ ଗାୟବ ହେବାପରେ ସେ ମୃତ୍ୟୁବରଣ କରିଥିବା ଦାବି କରିଥିଲେ | କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହି ଭୁଲ ଖବର ପାଇଁ କ୍ଷମା ମଧ୍ୟ ଲାଗିଥିଲେ | ତେବେ ଉତ୍ତର କୋରିଆରେ କୌଣସି ଏକ ବଡ ଘଟଣା ଘଟିବା ଭଳି ସନ୍ଦେହ କରାଯାଉଛି ବୋଲି ସେ ମଧ୍ୟ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.