କିମ ଜୋଙ୍ଗ ଉନ ଆଉ ନାହାନ୍ତି ! ଉତ୍ତର କୋରିଆର ତାନାଶାହିଙ୍କ ମୃତ୍ୟୁ ସଂପର୍କରେ ଯୁକ୍ତି ସହ ଠୋସ୍ ତଥ୍ୟ ରଖିଲେ ବିଶେଷଜ୍ଞ
24/08/2020 at 8:07 PM

ନୂଆଦିଲ୍ଲୀ ୨୪।୦୮: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ସ୍ଵାସ୍ଥ୍ୟ ବିଷୟରେ ପୂରା ଦୁନିଆ ଜାଣିବାକୁ ଚାହୁଁଛି। କିମ ଜୋଙ୍ଗ ଉନ କୋମାକୁ ଚାଲିଯିବାର ଖବର ମଧ୍ୟରେ ଜଣେ ବିଶେଷଜ୍ଞ ଦାବି କରିଛନ୍ତି ଯେ ଏକଛତ୍ରବାଦ କିମଙ୍କ ମୃତ୍ୟୁ ଘଟି ସାରିଛି। ୨୦୧୧ରେ କ୍ଷମତା ସମ୍ଭାଳିଥିବା କିମ ଗତ ଅନେକ ମାସ ହେବ ସାର୍ବଜନୀନ କାର୍ଯ୍ୟକ୍ରମରୁ ଦୂରରେ ଅଛନ୍ତି। ଦୀର୍ଘ ସମୟ ଧରି ତାଙ୍କର ଅନୁପସ୍ଥିତିକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି ଯେ କିମ୍ଙ୍କ କଣ ମୃତ୍ୟୁ ଘଟି ସାରିଛି।
ଉତ୍ତର କୋରିଆ ସର୍ବଦା ଯାତ୍ରା କରୁଥିବା ଜଣେ ସାମ୍ବାଦିକ ରୟ କେଲି କହିଛନ୍ତି ଯେ କିମ୍ ଜୋଙ୍ଗ ଉନଙ୍କ ମୃତ୍ୟୁ ଘଟି ସାରିଛି। ସେ କିଛି ଗଣମାଧ୍ୟମକୁ କହିଛନ୍ତି ଉତ୍ତର କୋରିଆରେ ଏମିତି ଗୋପନୀୟତା ରଖାଯାଉଛି ଯେ ସେଠାକାର ବାସିନ୍ଦା ମଧ୍ୟ ଜାଣି ପାରୁନାହାନ୍ତି ଯେ ବାସ୍ତବରେ କଣ ଘଟିଛି। ସେ କହିଛନ୍ତି ଉତ୍ତର କୋରିଆରେ କିମଙ୍କ ଭଉଣୀଙ୍କୁ ଡେପୁଟୀ କମାଣ୍ଡ କରାଯିବା ଏହି ଦିଗ ପ୍ରତି ଇସାରା କରୁଛି ଯେ ଦେଶରେ କିଛି ବଡ ଅଘଟଣ ଘଟିଛି।
ସାମ୍ବାଦିକ କେଲି ଏହି ଦାବି ସେହି ସମୟରେ କରିଛନ୍ତି ଯେତେ ବେଳେ କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, କିମ୍ ଜୋଙ୍ଗ ଉନ୍ କୋମାରେ ଅଛନ୍ତି। ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି କିମ ଡେଇ ଜୁଙ୍ଗଙ୍କ ପୂର୍ବତନ ସହଯୋଗୀ ଚାଙ୍ଗ ସୋଙ୍ଗ ମିନ ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନଙ୍କ କୋମାକୁ ଚାଲିଯିବା ସଂପର୍କରେ ଏକ ପୋଷ୍ଟ କରିଥିଲେ। ସେ କହିଥିଲେ କିମ ଜୋଙ୍ଗ ବର୍ତ୍ତମାନ କୋମାରେ ଅଛନ୍ତି। ଏହି କାରଣରୁ ଭଉଣୀ ୟୋ ଜୋଙ୍ଗଙ୍କୁ ଆମେରିକା ଓ ଦକ୍ଷିଣ କୋରିଆ ସହିତ ସମ୍ବନ୍ଧକୁ ସମ୍ଭାଳିବାର ଦାୟିତ୍ଵ ଦିଆଯାଇଛି।