ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

କିମ୍ ଜୋଙ୍ଗ୍ ଉନଙ୍କ ଆଦେଶ: ୧୧ ଦିନ ଯାଏଁ ହସିପାରିବେନି କୌଣସି ନାଗରିକ, ମଦ୍ୟପାନ ଓ ଶପିଂ ବ୍ୟାନ୍

17/12/2021 at 3:13 PM

ନୂଆଦିଲ୍ଲୀ ୧୭/୧୨ : ଉତ୍ତର କୋରିଆ ନାଗରିକଙ୍କ ଉପରେ ୧୧ ଦିନ ଯାଏଁ ହସିବା, ମଦ୍ୟପାନ ଓ ଶପିଂ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍ ଶୁକ୍ରବାର ଦିନ ଏହି ଆଦେଶ ଜାରି କରିଛନ୍ତି। ନିଜ ପିତା କିମ୍ ଜୋଙ୍ଗ୍ ଉଲଙ୍କ ୧୦ତମ ପୂଣ୍ୟତିଥୀ ଅବସରରେ କିମ୍ ଜୋଙ୍ଗ୍ ଏହି ଆଦେଶ ଜାରି କରିଛନ୍ତି। ଶୁକ୍ରବାରରୁ ଆଗାମୀ ୧୧ ଦିନ ଯାଏଁ ଦେଶରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ସେଥିପାଇଁ ନାଗରିକଙ୍କ ଏହିସବୁ କାମ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଉତ୍ତର କୋରିଆର ଅନେକ ନାଗରିକ ଏହି ପ୍ରତିବନ୍ଧକକୁ ନେଇ ସ୍ପଷ୍ଟ କରିଛନ୍ତି। ରେଡ଼ିଓ ଫ୍ରି ଏସିଆ ଦେଶର ସୀମା କ୍ଷେତ୍ରରେ ଥିବା ସିନୁଇଜୁ ସହରବାସୀଙ୍କ ବିଷୟରେ କହିଛନ୍ତି ଯେ ସାଧାରଣ ଲୋକେ ଦୈନନ୍ଦିନ ସାମଗ୍ରୀ କିଣିବାକୁ ଘରୁ ବାହାରକୁ ଯାଇପାରିବେ ନାହିଁ। ନିୟମ ଉଲ୍ଲଙ୍ଘନ କଲେ ଗିରଫ ହେବା ସହ କଠିନ ଦଣ୍ଡ ଦିଆଯିବାର ନିୟମ ରହିଛି।

ଜଣେ ନାଗରିକ କହିଛନ୍ତି ଯେ, ଆଗରୁ ମଧ୍ୟ କିମ ଜୋଙ୍ଗ ଉଲଙ୍କ ପୂଣ୍ୟତିଥୀରେ ଯେଉଁମାନେ ମଦ୍ୟପାନ କରୁଥିଲେ କିମ୍ବା ନିଶା ସେବନ କରୁଥିଲେ ସେମାନଙ୍କୁ ଗିରଫ କରି ଅପରାଧୀଙ୍କ ଭଳି ରଖାଯାଉଥିଲା। କିଛି ଲୋକଙ୍କର ଗିରଫ ପରେ ଖୋଜ ଖବର ମଧ୍ୟ ମିଳିନି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ୧୧ ଦିନ ଶୋକ ସମୟରେ ଯଦି କାହାର ମୃତ୍ୟୁ ହୋଇଯାଏ ତାହେଲେ ତା ପରିବାର ଲୋକଙ୍କୁ ଜୋର ଜୋରରେ କାନ୍ଦିବାକୁ ମଧ୍ୟ ଅନୁମତି ନାହିଁ। ଏପରିକି ଅନ୍ତିମ ସତ୍କାର ମଧ୍ୟ ୧୧ ଦିନ ଶୋକ ପରେ କରାଯାଇଥାଏ। ଶୋକ ଅବଧି ସମୟରେ ଲୋକେ ଜନ୍ମଦିନ ମଧ୍ୟ ପାଳନ କରିପାରନ୍ତି ନାହିଁ।

   Related Posts