scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଇବେଲ୍ ରଖୁଥିବା ଲୋକଙ୍କ ଉପରେ ନୃଶଂସ ହେଲେ କିମ୍ ଜୋଙ୍ଗ୍‌, ମୃତ୍ୟୁ ଦଣ୍ଡଠୁ ନେଇ ଦେଉଛନ୍ତି ଜେଲ୍ ସଜା

27/05/2023 at 7:11 PM

ନୂଆଦିଲ୍ଲୀ: ଉତ୍ତର କୋରିଆରେ ବାଇବେଲ୍ ସହିତ ଧରା ପଡ଼ିଲେ ଖ୍ରୀଷ୍ଟ ଧର୍ମର ଲୋକଙ୍କୁ ମୃତ୍ୟୁ ଦଣ୍ଡ ଭୋଗିବାକୁ ପଡ଼ୁଛି। ଛୋଟ ଛୋଟ ପିଲାଙ୍କ ସହିତ ପରିବାର ସଦସ୍ୟଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉଛି। ଆମେରିକାର ବୈଦେଶିକ ବିଭାଗର ରିପୋର୍ଟରୁ ଏମିତି ଚାଞ୍ଚଲ୍ୟକର ଖୁଲାସା  ହୋଇଛି। ବୈଦେଶିକ ବିଭାଗର ଅନ୍ତର୍ଜାତୀୟ ଧାର୍ମିକ ସ୍ଵାଧୀନତା ରିପୋର୍ଟ ୨୦୨୨ ଅନୁସାରେ ଉତ୍ତର କୋରିଆରେ ୭୦ ହଜାରରୁ ଅଧିକ ଖ୍ରୀଷ୍ଟିୟାନ ଏବଂ ଅନ୍ୟ ଧର୍ମର ଲୋକମାନଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଛି।

बाइबिल रखने वालों पर किम जोंग का कहर, 2 साल के बच्चे तक को भेजा जेल

ଏପରିକି ଜେଲ୍‌ରେ ଭର୍ତ୍ତି କରାଯାଇଥିବା ଲୋକଙ୍କ ମଧ୍ୟରେ ବର୍ଷେ ଏବଂ ଦୁଇ ବର୍ଷର ପିଲା ମଧ୍ୟ ସାମିଲ୍। ପିଲାଙ୍କ ବାପା-ମାଆଙ୍କୁ ବାଇବେଲ୍ ସହିତ ଧରିବା ପରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଧାର୍ମିକ ପ୍ରଥା ଏବଂ ବାଇବେଲ୍ ରଖିବା ଅଭିଯୋଗରେ ଲୋକଙ୍କୁ ଗିରଫ କରାଯାଇଛି। କିଛି ଘଟଣା ୨୦୦୯ରେ ଘଟିଥିଲା, ଯେଉଁଠି ଦୁଇ ବର୍ଷର ଶିଶୁ ସହ ପୂରା ପରିବାରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ଏ ଖବର ପଢନ୍ତୁ- ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ

ବିଭିନ୍ନ ଶିବିରରେ ବନ୍ଦୀ ଥିବା ଖ୍ରୀଷ୍ଟିୟାନ ଧର୍ମର ଲୋକେ ଭୋଗିଥିବା ଅକଥନୀୟ ନିର୍ଯାତନା ବର୍ଣ୍ଣନା କରିଛନ୍ତି। ଉତ୍ତର କୋରିଆରେ ଅଣଲାଭକାରୀ ସଂଗଠନ କୋରିଆ ଫ୍ୟୁଚର ରିପୋର୍ଟରେ କୁହାଯାଇଛି ଯେ, ଉତ୍ତର କୋରିଆ ସରକାର ସେହି ଲୋକମାନଙ୍କୁ ହଇରାଣ କରୁଛନ୍ତି ଯେଉଁମାନେ ଧାର୍ମିକ କାମ ସହ ସଂଶ୍ଳିଷ୍ଟ ଅଛନ୍ତି ଏବଂ ଧାର୍ମିକ ଲୋକଙ୍କ ସହ ଜଡ଼ିତ ଅଛନ୍ତି।

Kim Jong Un pushes for military preparedness, war drills – DW – 02/07/2023

ସେହି ଲୋକମାନଙ୍କୁ ଗିରଫ କରାଯାଇ ଅଟକ ରଖାଯାଉଛି। କାମ କରିବା ପାଇଁ ବାଧ୍ୟ କରାଯାଉଛି ଏବଂ ନିର୍ଯାତନା ଦିଆଯାଉଛି। ନିରପେକ୍ଷ ଶୁଣାଣିରୁ ଲୋକଙ୍କୁ ବଞ୍ଚିତ କରାଯାଉଛି। ନିର୍ବାସନରେ ପଠାଯିବା ସହ ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଛି। ଏପରିକି ଯୌନ ହିଂସାର ଶିକାର ହେବାକୁ ମଧ୍ୟ ପଡ଼ୁଛି ବୋଲି ରିପୋର୍ଟରୁ ପ୍ରକାଶ।

ଏ ଖବର ପଢନ୍ତୁ- WTC ଫାଇନାଲ ପ୍ରସ୍ତୁତି; ଇଂଲଣ୍ଡରେ କୋହଲିଙ୍କ ଜୋରଦାର ପ୍ରସ୍ତୁତି, ସାମ୍ନାକୁ ଆସିଲା ଫଟୋ

   Related Posts