ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କ ଉପରେ ମରଣାନ୍ତକ ଆକ୍ରମଣ, ସେୟାର କଲେ ଫଟୋ...

Published By : Prameya-News7 Bureau | May 02, 2022 IST

ନୂଆଦିଲ୍ଲୀ ୦୨/୦୫:ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କୁ ନେଇ ଆଶ୍ଚର୍ଯ୍ୟଜନକ ଖବର ଜଣାପଡିଛି । ରିପୋର୍ଟ ଅନୁଯାୟୀ, ତାଞ୍ଜାନିଆ ବାସିନ୍ଦା ବ୍ଲଗରଙ୍କ ଉପରେ କିଛି ଅଜ୍ଞାତ ବ୍ୟକ୍ତି ଛୁରୀରେ ଆକ୍ରମଣ କରିଛନ୍ତି । ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ସୋସିଆଲ ମିଡିଆରେ କିଲି ନିଜେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି । ଫଟୋ ସେୟାର କରି ସେ ଏ ବିଷୟରେ ଜଣାଇଛନ୍ତି ।

wp:html
/wp:html

ସୂଚନା ଥାଉକି, କିଲି ତାଙ୍କ ଡ୍ୟାନ୍ସ ଭିଡିଓ ଯୋଗୁଁ ବିଶ୍ୱବ୍ୟାପୀ ବେଶ୍ ଫେମସ ହୋଇଛନ୍ତି । କେବଳ ସାଧାରଣ ଜନତା ନୁହଁନ୍ତି ପିଏମ ମୋଦୀ ମଧ୍ୟ କିଲିଙ୍କ ଡ୍ୟାନ୍ସ ଦ୍ୱାର ବେଶ୍ ପ୍ରଭାବିତ ହୋଇଥିଲେ । ମନ କି ବାତ କାର୍ଯ୍ୟକ୍ରମରେ ତାଙ୍କର ଭୂରି ଭୂରି ପ୍ରଶଂସା କରିଥିଲେ । କିଲି କହିଛନ୍ତି ଯେ, ମୁଁ ଭିଡିଓ କରୁଥିଲା, ସେତିକିବେଳେ କିଛି ବ୍ୟକ୍ତି ମୋ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ।

wp:gallery {"linkTo":"none"} /wp:gallery

ଏମିତିକି ଲାଠିରେ ପିଟିବା ସହ ଛୁରୀରେ ଆକ୍ରମଣ କରିଥିଲେ । ଏହା ପରେ ସେ ଗୁରୁତର ହୋଇଥିଲେ । ସଂଗେ ସଂଗେ ନିକଟସ୍ଥ ହସ୍ପିଟାଲ ଯାଇ ଚିକିତ୍ସା କରାଇଥିଲେ । ତାଙ୍କ ହାତରେ ପ୍ରାୟ ୫ଟି ଷ୍ଟିଜ୍ ପଡିଛି । ଏହି ଘଟଣାକୁ ସେ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଅନ୍ୟ ଏକ ଷ୍ଟୋରୀରେ ସେ ଲେଖିଛନ୍ତି ଯେ, ଲୋକେ ମୋତେ ତଳକୁ ଖସାଇବାକୁ ଚାହୁଁଛନ୍ତି । କିନ୍ତୁ ଯେ ସତରେ ଥାଏ ତାର କିଛି ହୁଏନି । ଭଗବାନଙ୍କ ଆଶିର୍ବାଦ ମୋ ଉପରେ ଅଛି ସେଥିପାଇଁ ମୁଁ ସଫଳତା ପାଉଛି । ମୁଁ କେମିତି ଖୁବ ଶୀଘ୍ର ଆରୋଗ୍ୟ ଲାଭ କରିବି ମୋ ପାଇଁ ପ୍ରାର୍ଥନା କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.