ନରହନ୍ତା ଦନ୍ତା ଏବେ ପାତ୍ରପଡ଼ାରେ : ୫ଜଣଙ୍କ ଜୀବନ ଯାଇଥିବାବେଳେ ୫ଜଣ ଗୁରୁତର
24/02/2020 at 5:32 PM

ଭୁବନେଶ୍ବର ୨୪/୨: ନରହନ୍ତା ଦନ୍ତା ଏବେ ପିପିଲିରୁ ଆସି ପାତ୍ରପଡ଼ାରେ ପହଞ୍ଚିଛି । ତେବେ ପାତ୍ରପଡ଼ାରେ ଏଣ୍ଟ୍ରି ବେଳେ ଦନ୍ତା ଆକ୍ରମଣର ଶିକାର ହୋଇଛନ୍ତି ସ୍ଥାନୀୟ ଫୁଲେଶ୍ବର ବସ୍ତି ମୁଣ୍ଡା ସାହିର ଜଣେ ମହିଳା । ତେବେ ମହିଳା ଜଣକ ସୌଭାଗ୍ୟ ବସତଃ ଦନ୍ତା କବଳରୁ ବର୍ତ୍ତିଯାଇଥିଲେ ମଧ୍ୟ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସ୍ରେ ଭର୍ତ୍ତି କରାଯାଇଛି । ପାତ୍ରପଡ଼ା ମେଡିସିନାଲ ଗାର୍ଡ଼େନ୍ରେ ଦନ୍ତା ହାତୀଟି ରହିଥିବା ବେଳେ ତାକୁ ଜଗି ରହିଛନ୍ତି ଡମପଡ଼ା ଫରେଷ୍ଟ ଡିଭିଜନ୍ ଟିମ୍ । ଗଲାକାଲି ପିପିଲି ଅଂଚଳରେ ଆତଙ୍କ ମଚାଇଥିବା ଦନ୍ତା ୫ଜଣଙ୍କୁ ଦଳି ମାରିଥିଲା ।

ପୁରୀ ଜିଲ୍ଲା ପିପିଲି ଅଂଚଳରେ ଆତଙ୍କ ମଚାଇଥିବା ନରହନ୍ତା ଦନ୍ତା ଏବେ ଆସି ଭୁବନେଶ୍ବର ଉପକଣ୍ଠ ପାତ୍ରପଡ଼ାରେ ପହଞ୍ଚିଛି । ପାତ୍ରପଡ଼ାରେ ଏଣ୍ଟ୍ରି ବେଳେ ଦନ୍ତା ଆକ୍ରମଣର ଶିକାର ହୋଇଛନ୍ତି ସ୍ଥାନୀୟ ଫୁଲେଶ୍ବର ବସ୍ତି ମୁଣ୍ଡା ସାହିର ଜଣେ ମହିଳା । ଆଜି ଭୋର୍ରୁ ମହିଳା ଜଣକ ଶୌଚ ହେବା ପାଇଁ ଯାଇଥିବା ବେଳେ ଏହି ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ । ହେଲେ ମହିଳା ଜଣକ ସୌଭାଗ୍ୟ ବସତଃ ଦନ୍ତା କବଳରୁ ବର୍ତ୍ତିଯାଇଥିଲେ ମଧ୍ୟ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସ୍ରେ ଭର୍ତ୍ତି କରାଯାଇଛି । ପାତ୍ରପଡ଼ା ମେଡିସିନାଲ ଗାର୍ଡ଼େନ୍ରେ ଦନ୍ତା ହାତୀଟି ରହିଥିବା ବେଳେ ତାକୁ ଜଗି ରହିଛନ୍ତି ଡମପଡ଼ା ଫରେଷ୍ଟ ଡିଭିଜନ୍ ଟିମ୍ ।

ଶଙ୍କରପୁର ଏବଂ କଳିଙ୍ଗ ବିହାରକୁ ଯୋଡ଼ୁଥିବା ମାଟି ରାସ୍ତାରେ ଲୋକଙ୍କ ଚଳପ୍ରଚଳକୁ ବନ୍ଦ କରିଛି ଚନ୍ଦକା ପୋଲିସ ।ହାତୀ ରହିଥିବା ଅଂଚଳକୁ ନଯିବା ସହ ଆଖପାଖ ଅଂଚଳରେ ଲୋକେ ଘରୁ ନବାହାରିବା ପାଇଁ ମାଇକ୍ ଯୋଗେ ପ୍ରଚାର କରିଛି ବନ ବିଭାଗ । ହାତୀଟିକୁ ଚନ୍ଦକା ଆଡ଼କୁ ଘଉଡ଼ାଇବା ପାଇଁ ସଂଧ୍ୟା ସମୟକୁ ଅପେକ୍ଷା କରାଯାଇଛି ।

ରବିବାର ପୁରୀଜିଲ୍ଲା ପିପିଲି, ବଳଙ୍ଗା ଆଦି ଅଂଚଳରେ ହାତୀଟି ଆତଙ୍କ ମଚାଇଥିଲା । ଦନ୍ତା ଆକ୍ରମଣରେ ୫ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ୫ଜଣଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ଓ କଟକ ଏସସିବିରେ ଭର୍ତ୍ତି କରାଯାଇଛି ।
