ଗଣେଷ ଭଷାଣୀ ବେଳେ ଯୁବକଙ୍କୁ ହତ୍ୟା

Published By : Prameya-News7 Bureau | September 16, 2018 IST

ପୁରୀ;୧୬/୦୯- ଗଣେଷ ଭଷାଣୀ ବେଳେ ଯୁବକଙ୍କୁ ହତ୍ୟା। ପୁରୀ ସମୁଦ୍ରକୁଳ ଥାନା ଅର୍ନ୍ତଗତ ଭିଆଇପି ରୋଡ଼ରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ତ। ମୃତ ଯୁବକ ଜଣକ ହେଉଛନ୍ତି ମଂଗୁଳି ନାୟକଙ୍କ ପୁଅ କୁନମୁନ୍ ନାୟକ। ଗୁରୁତର ଅବସ୍ଥାରେ କୁନମୁନଙ୍କୁ ସଦର ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ତେବେ ଆଜି ସଂନ୍ଧ୍ୟାରେ ଭିଆଇପି ରୋଡ଼ରେ ଗଣେଷ ଭଷାଣୀ ଚାଲୁଥିବା ସମୟରେ କିଛି ଯୁବକ କୁନମୁନ ସାଙ୍ଗର ମୋବାଇଲ୍ ଚୋରିକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କ୍ଷଣିକ ମଧ୍ୟରେ ଘଟଣା ଏଭଳି ଘଟିଥିଲା କେହି କିଛି ବୁଝିବା ପୂର୍ବରୁ କୁନମୁନଙ୍କ ଉପରେ ଖଣ୍ତା ଓ ଭୁଜାଲିରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଯଦ୍ୱାରା ଘଟଣାସ୍ଥଳରେ କୁନମୁନ୍ ଟଳି ପଡ଼ିଥିଲେ। ତେବେ ଭଷାଣୀରେ ଯାଉଥିବା ଯୁବକ ମାନେ କୁନମୁନକୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଘଟଣାସ୍ଥଳରେ ଆକ୍ରମଣକାରୀ ମାନେ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.