IPLରୁ ସନ୍ନ୍ୟାସ ନେଲେ କିରନ ପୋଲାର୍ଡ, ଏବେ ମୁମ୍ୱାଇ ଇଣ୍ଡିଆନ୍ସରେ ମିଳିଲା ଏହି ବଡ଼ ଦାୟିତ୍ୱ

Published By : Prameya-News7 Bureau | November 15, 2022 IST

ମୁମ୍ୱାଇ: ୱେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର କିରନ୍ ପୋଲାର୍ଡ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରେ ଏବେ ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ତେବେ, ଏହା ପରେ ବି ସେ ମୁମ୍ୱାଇ ଇଣ୍ଡିଆନ୍ସର ସଦସ୍ୟ ହୋଇ ରହିବେ । ଟିମ ମ୍ୟାନେଜମେଣ୍ଟ ଏବେ ତାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି । ଏହି ମହାନ ଅଲରାଉଣ୍ଡରଙ୍କୁ ମୁମ୍ୱାଇ ଇଣ୍ଡିଆନ୍ସର ବ୍ୟାଟିଂ କୋଚ ଭାବେ ନିଯୁକ୍ତି ଦିଆଯାଇଛି । ଆଇପିଏଲର ପରବର୍ତ୍ତୀ ସଂସ୍କରଣରୁ ସେ ଏହି ଦାୟିତ୍ୱ ସମ୍ଭାଳିବେ ।

ଉଲ୍ଲେଖଯୋଗ୍ୟ ଯେ, କିରନ୍ ପୋଲାର୍ଡ ଆଇପିଏଲର ୧୩ଟି ସିଜିନରେ ମୁମ୍ୱାଇ ଇଣ୍ଡିଆନ୍ସ ପାଇଁ ଖେଳି ସାରିଛନ୍ତି । ଏବେ ସେ ଆଇପିଏଲରେ ଖେଳିବନି କିନ୍ତୁ ବ୍ୟାଟିଂ କୋଚ ଭାବେ ଏମଆଇ ପରିବାର ସହ ଯୋଡି ହୋଇ ରହିବେ ବୋଲି ଟିମ ମ୍ୟାନେଜମେଣ୍ଟ ଘୋଷଣା କରିଛି । ପୋଲାର୍ଡ ୨୦୧୦ରୁ ମୁମ୍ୱାଇ ଇଣ୍ଡିଆନ୍ସ ଟିମ ସହ ଅଛନ୍ତି ଏବଂ ସେ ଟିମ ପାଇଁ ୧୫୦ ମ୍ୟାଚ ଖେଳିବାରେ ପ୍ରଥମ ଖେଳାଳି ହୋଇଥିଲେ।

କିରନ ପୋଲାର୍ଡ ମୁମ୍ୱାଇ ଇଣ୍ଡିଆନ୍ସର ଖେଳାଳି ଭାବେ ୫ଟି ଆଇପିଏଲ, ୨ଟି ଚାମ୍ପିୟନ ଲିଗ୍ ଟ୍ରଫି ଜିତିଛନ୍ତି । କିଛି ମ୍ୟାଚରେ ସେ ମୁମ୍ୱାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ । ମୁମ୍ୱାଇ ପାଇଁ ପୋଲାର୍ଡ ୧୮୯ଟି ମ୍ୟାଚ ଖେଳିଛନ୍ତି । ୧୭୨ଟି ଇନିଂସ ମଧ୍ୟରୁ ୫୨ ଥର ଅପରାଜିତ ରହି ମୋଟ ୩୪୧୨ ରନ କରିଛନ୍ତି । ତାଙ୍କର ସର୍ବାଧିକ ବ୍ୟକ୍ତିଗତ ରନ ୮୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.