ପିଲାଙ୍କ ପାଇଁ କିଡସ୍ ଜୋନ, ବିଭିନ୍ନ ଖେଳ ସହ ପ୍ରତିଯୋଗିତା ଓ ନାଚ ଗୀତର ଆସର
19/03/2023 at 9:19 PM

ଭୁବନେଶ୍ଵର: ଭୁବନେଶ୍ବର ଉତ୍କଳ କନିକା ଗ୍ୟାଲେରିଆ ମଲରେ କିଡ୍ସ ଫନ୍ ଫିଏଷ୍ଟା ଆୟୋଜିତ । ୪ ଜଣ ମହିଳାଙ୍କ ନିଆରା ଉଦ୍ୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ମାସ୍କ ଗାର୍ଲସ୍ ଏବଂ ଉତ୍କଳ ବିଲ୍ଡର୍ସର ମିଳିତ ସହଯୋଗରେ ପ୍ରଥମ ଥର ପାଇଁ ଏହି ଫିଏଷ୍ଟା ଆୟୋଜନ କରାଯାଇଛି।
ସଂସ୍ଥାର ସଦସ୍ୟ ମୋନିକା ସିନ୍ଧି, ସୋନମ କୋଚର, ଅଂଶିକା ଭୁରା, ଖୁସବୁ ଭୁରା ଏହି ପ୍ରତିଯୋଗିତା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ପିଲାମାନଙ୍କୁ ବିଦ୍ୟାଳୟରେ ଛୁଟି କରାଯାଇଛି। ଏହିପରି ପିଲାମାନଙ୍କୁ ଶିକ୍ଷାଗତ ମନୋରଞ୍ଜନ ସହିତ ଯୋଡିବା ପାଇଁ ସଂସ୍ଥା ଏହି ପ୍ରୟାସ କରିଛି। ଏଥିରେ ୨୦୦ରୁ ଅଧିକ ପିଲା ଏବଂ ଅଭିଭାବକମାନେ ଅଂଶଗ୍ରହଣ କରିଥିଲେ।
Related Posts
କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୭ ଜଣକ ଜୀବନ
31 March 2023