କିଡନୀ ଖରାପ ହେବାର ୭ଟି ସଙ୍କେତ, କରନ୍ତୁ ନାହିଁ ଅଣଦେଖା...

Published By : Prameya-News7 Bureau | May 23, 2024 IST

ମୁମ୍ଵାଇ ୨୩।୦୫: କିଡନୀ ହେଉଛି ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଯାହା ରକ୍ତକୁ ଫିଲ୍ଟର୍ କରିବା ପରେ ସଫା କରିଥାଏ । ଏହା ରକ୍ତରୁ କ୍ରିଏଟିନାଇନ୍, ୟୁରିଆ, ଏସିଡ୍ ପରି ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଯେତେବେଳେ ଖାଦ୍ୟ ସହିତ ବର୍ଜ୍ୟବସ୍ତୁ ବ୍ଲାଡରରେ ପ୍ରବେଶ କରେ। ଏହି ସବୁ ଜିନିଷ ପରିସ୍ରା ସହିତ ବାହାରିଯାଏ ।  କିନ୍ତୁ ଯେତେବେଳେ ଏହା ଗଡବଡ ହେବାକୁ ଲାଗେ । ଏହି ବିପଜ୍ଜନକ ଜିନିଷ ରକ୍ତରେ ମିଶିବା ଆରମ୍ଭ କରେ। କିଡନୀ ଏତେ ଶୀଘ୍ର ନଷ୍ଟ ହୋଇଯାଏ ଯେ ବେଳେବେଳେ ଏହା ଜାଣି ହୁଏ ନାହିଁ ।  ଏଥିପାଇଁ ଏହାକୁ ସାଇଲେଣ୍ଟ କିଲର ଭାବେ କୁହାଯାଏ । ତେଣୁ, କିଡନୀରେ କ୍ଷତି ଘଟିବା ପୂର୍ବରୁ ଏହା ବିଷୟରେ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିଡନୀ ନଷ୍ଟ ହେବାର ୭ ଟି ଲକ୍ଷଣ। ଯାହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ ।

ପରିସ୍ରାରେ ପରିବର୍ତ୍ତନ- ପରିସ୍ରାର ପରିମାଣ ଏବଂ ରଙ୍ଗର ପରିବର୍ତ୍ତନ। ଯେପରିକି ବହୁତ କମ୍ କିମ୍ବା ଅଧିକ ପରିସ୍ରା ହେବା। ରକ୍ତସ୍ରାବ ହେବା ମଧ୍ୟ କିଡନୀ ଜନିତ ସମସ୍ୟା ହୋଇପାରେ ।

ଶରୀର ଫୁଲିବା-କିଡନୀ ଫେଲ୍‌ ହେବା ଫଳରେ ଶରୀରରେ ଜଳ ଜମା ହେବା ଆରମ୍ଭ ହୁଏ। ଯାହା ଗୋଡ, ମୁହଁ ଏବଂ ହାତରେ ଫୁଲା ହୋଇପାରେ। ଏହାକୁ ଏଡିମା କୁହାଯାଏ ।

ଥକ୍କା ଏବଂ ଦୁର୍ବଳତା-କିଡନୀ ରୋଗ ରକ୍ତହୀନତା ସୃଷ୍ଟି କରିପାରେ। ଯାହା ଶରୀରରେ ଥକାପଣ, ଦୁର୍ବଳତା ଏବଂ ଶକ୍ତି ଅଭାବ ସୃଷ୍ଟି କରିଥାଏ। କିଡନୀ ଖରାପ ହେବାରୁ ବର୍ଜ୍ୟବସ୍ତୁ ସଂଗ୍ରହ ହେତୁ ଥକ୍କାପଣ ମଧ୍ୟ ବୃଦ୍ଧି ପାଇପାରେ ।

ଚର୍ମରେ କୁଣ୍ଡେଇ ହେବା ଏବଂ ଶୁଷ୍କତା-କିଡନୀ ବିଫଳତା ହେତୁ ବର୍ଜ୍ୟବସ୍ତୁ ରକ୍ତରେ ଜମା ହୋଇପାରେ। ଯାହା ଚର୍ମରେ କୁଞ୍ଚନ ଏବଂ ଶୁଷ୍କତା ସୃଷ୍ଟି କରିପାରେ ।

କମ୍‌ ଭୋକ ଏବଂ ଓଜନ ହ୍ରାସ-କିଡନୀ ରୋଗ ଭୋକ ହ୍ରାସ ଏବଂ ଓଜନ ହ୍ରାସ କରିପାରେ। ପ୍ରୋଟିନ୍ ଏବଂ ପୋଷକ ତତ୍ତ୍ୱର ଅବଶୋଷଣ ହ୍ରାସ ହେତୁ ଏହା ହୋଇପାରେ ।

ମାଂସପେଶୀରେ ଯନ୍ତ୍ରଣା-କିଡନୀ ସମସ୍ୟା ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ଖରାପ ହୋଇପାରେ, ଯାହା ମାଂସପେଶୀ କଷ୍ଟ ଏବଂ ଯନ୍ତ୍ରଣା ଦେଇପାରେ ।

ଉଚ୍ଚ ରକ୍ତଚାପ-କିଡନୀ ଫେଲ୍‌ ହେଲେ ଉଚ୍ଚ ରକ୍ତଚାପ ସୃଷ୍ଟି କରିପାରେ ଏବଂ ଉଚ୍ଚ ରକ୍ତଚାପ କିଡନୀ ବିଫଳତାକୁ ଆହୁରି ଖରାପ କରେ। ଯଦି ଆପଣ ଏହି ସବୁ  ମଧ୍ୟରୁ କୌଣସି ସଙ୍କେତ ଦେଖନ୍ତି। ଯଥାଶୀଘ୍ର ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । କିଡନୀ ସମସ୍ୟାର ପ୍ରାରମ୍ଭିକ ଲକ୍ଷଣକୁ ଚିହ୍ନି ଆପଣ ନିଜ ସ୍ୱାସ୍ଥ୍ୟ ବଜାୟ ରଖିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.