ନୂଆଦିଲ୍ଲୀ ୫/୧୨: ଫିଲ୍ମ ଏବଂ କ୍ରାଇମ୍ ପେଟ୍ରୋଲ୍ ଭଳି ସିରିୟଲ୍ ଦେଖି କିଡନ୍ୟାପିଂ ଯୋଜନା କରିଥିବା ୪ଜଣଙ୍କ ଗେମ୍ ଓଭର କରିଛି ପୋଲିସ୍। ଅପହରଣ ଯୋଜନା କରିବା ପରେ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ୪ଯୁବକ ତାଙ୍କ ପରିବାର ଲୋକଙ୍କଠୁ ୫ଲକ୍ଷ ଟଙ୍କା ମାଗିଥିଲେ । କିନ୍ତୁ ପୋଲିସ୍ ତାଙ୍କ ଯୋଜନାଗୁଡ଼ିକୁ ଫେଲ୍ କରି ଦେଇଥିଲା।
ଦିଲ୍ଲୀ ପୋଲିସକୁ ନଭେମ୍ବର ୨୪ତାରିଖରେ ଜ୍ଞାନେଶ୍ବର ଶୁକ୍ଲା ନାମକ ଯୁବକଙ୍କ ଅପହରଣ ସୂଚନା ମିଳିଥିଲା। ଜ୍ଞାନେଶ୍ବର ଜବ୍ ପ୍ଲେସମେଣ୍ଟ୍ କମ୍ପାନୀରେ କାର୍ଯ୍ୟରତ। ଅପହରଣ ପରେ ଜ୍ଞାନେଶ୍ବରଙ୍କ ପରିବାରଠୁ ୫ଲକ୍ଷ ଟଙ୍କା ମଗାଯାଇଥିଲା। ସାଇବର ସେଲ୍ ଅଫିସର ହୋଇ ଟଙ୍କା ପାଇଁ ଅପହରଣ ଯୋଜନା କରିଥିଲେ ୪ଜଣ ଯୁବକ।
ଏହା ପରେ ଦିଲ୍ଲୀ ପୋଲିସ୍ ଅପରେସନ ଜ୍ଞାନ ଆରମ୍ଭ କରି ଦେଇଥିଲା ଏବଂ ସିସିଟିଭି ଏବଂ କଲ୍ ଡିଟେଲ୍ ଖୋଳତାଡ଼ କରିଥିଲା। ଅପହରଣକାରୀମାନେ ଅପହରଣ କରିବା ପରେ ନିଜ ଫୋନ୍ ଏବଂ ଲୋକେସନ୍ ଖୁବ୍ ଶୀଘ୍ର ବଦଳାଇ ଦେଉଥିଲେ।
ପୋଲିସ୍ ଓଖଲା ଫେଜ୍ ୩ ଏବଂ ହରକେଶ ନଗରରୁ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଏବଂ ଜ୍ଞାନେଶ୍ବର ଶୁକ୍ଳାଙ୍କୁ ସକୁଶଳ ଉଦ୍ଧାର କରିଥିଲା। ଅପହରଣକାରୀଙ୍କ ନାଁ ରାଜକୁମାର ଚୌହାନ,ରାହୁଲ କେ,ସନ୍ତୋଷ ସିଂହ ଏବଂ ଗୌରବ ବୋଲି ଜଣା ପଡ଼ିଛି।