ଅପହରଣ ଉଦ୍ୟମ ପଣ୍ଡ : ଦୁର୍ଘଟଣାରେ ଅପହରଣକାରୀ ଓ ଅପହୃତ ଆହତ, କାର୍ରୁ ମିଳିଲା ବନ୍ଧୁକ
8/06/2019 at 10:06 AM

ଭୁବନେଶ୍ବର ୮|୬: ଅପହରଣ ବେଳେ କାର୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଅପହରଣକାରୀ ଓ ଅପହରଣ ଶିକାର ହୋଇଥିବା ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ରାସ୍ତା ମଝିରେ ଛାଡି ପଳାଇଲେ ଅପହରଣକାରୀ । ଅପହରଣକାରୀଙ୍କ କାରରୁ ମିଳିଲା ୨ଟି ବନ୍ଧୁକ । ଅପହରଣ ଶିକାର ହୋଇଥିବା ବ୍ୟକ୍ତି ନୟାପଲ୍ଲୀ ଆଇଆରସି ଭିଲେଜର ଶିବ ସୁନ୍ଦର ଦାସ ।

ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଅପହରଣ କରାଯାଇଥିଲା । ଅପହରଣର କାରଣ ଅସ୍ପଷ୍ଟ ରହିଛି । ବାଣୀବିହାର ଓଭର ବ୍ରିଜ୍ ଉପରେ ଘଟିଛି ଦୁର୍ଘଟଣା । ଆରଟିଓ ଚେକିଂ ବେଳେ ହଡବଡେଇ ଅପହରଣକାରୀ ଗାଡି ଦୁର୍ଘଟଣା କରି ପକାଇଲେ । ପୋଲିସର ତଦନ୍ତ ଆରମ୍ଭ ।
Related Posts
ଗାଧୋଇବାକୁ ଯାଇଥିଲେ ପୋଖରୀ, ପାଣିରେ ବୁଡି ଚାଲିଗଲା ଜୀବନ
3 October 2023
ଶୋଇଥିବା ବେଳେ ଭୁଶୁଡିଲା ଘର କାନ୍ଥ : ବାପା ମୃତ, ଝିଅ ସାମାନ୍ୟ ଆହତ
3 October 2023
ସହିପାରିଲେନି ପ୍ରେମିକାର ବିରହ, ବିଷ ପିଇ ଜୀବନ ହାରିଦେଲେ ଯୁବକ
3 October 2023