ଦୁଇ ନାବାଳିକା ଭଉଣୀଙ୍କୁ ଅପହରଣ ଓ ଦୁଷ୍କର୍ମ ଘଟଣା : ଭଣ୍ଡବାବାକୁ ୧୦ବର୍ଷ ଜେଲ୍ଦଣ୍ଡ
25/07/2019 at 5:06 PM

ଟିଟିଲାଗଡ ୨୫|୭: ୨୦୧୬ ମସିହାରେ ସଇଁତଳା ଅନ୍ତର୍ଗତ ଏକ ଗାଁର ଦୁଇ ନାବାଳିକା ଭଉଣୀଙ୍କୁ ଅପହରଣ ଓ ଦୁଷ୍କର୍ମ କରିବା ମାମଲାର ଫଇସଲା ହୋଇଛି । କୋର୍ଟ ଦୁଷ୍କର୍ମକାରୀ ବାବା ମଧୁସୂଦନ ଦାସକୁ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଜଣକ ନିଜକୁ ତାରିଣୀ ବାବା ଓ ତା ନିକଟରେ ଅଲୌକିକ ଶକ୍ତି ଥିବା କହି ଆସୁଥିଲା । ଏପରି କହି ସେ ଦୁଇ ଜଣ ନାବାଳିକାକୁ ଅପହରଣ କରି ପ୍ରଥମେ ରାୟପୁର ପରେ ରାଜସ୍ଥାନର ଜୟପୁର ନେଇଯାଇଥିଲା । ସେମାନଙ୍କୁ ସେ ଧମକ ଚମକ ଦେଇ ବାରମ୍ବାର ଦୁଷ୍କର୍ମ ମଧ୍ୟ କରିଥିଲା । ସେଠାରୁ ସେ ଜଣେ ନାବାଳିକାଙ୍କୁ ଆଣି ଗୌର୍ଲିୟରରେ ବିକ୍ରି କରିଦେଇଥିବା ବେଳେ ଅନ୍ୟ ନାବାଳିକା ଜଣଙ୍କ କୌଶକକ୍ରମେ ଖସି ଆସି ପରିବାର ସହ ଯୋଗାଯୋଗ କରିବାରୁ ପୋଲିସ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲା । ଅନ୍ୟ ଜଣେ ନାବାଳିକାର ପତ୍ତା ଏପର୍ଯ୍ୟନ୍ତ ମିଳିପାରିନାହିଁ । ଏହି ମାମଲାର ବିଚାର କରି ଟିଟିଲାଗଡ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅଭିଯୁକ୍ତକୁ ଦଶ ବର୍ଷ ସଶ୍ରମ ଦଣ୍ଡାଦେଶ ଦେଇଛନ୍ତି ।