Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ଦିଲ୍ଲୀ ପୁଲିସ
  • ||
  • ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub; ୧୪୦ ଇଞ୍ଜିନିୟର ହେବେ ପ୍ରଭାବିତ
  • ||
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||

ଚାଞ୍ଚଲ୍ୟ : ଶିକ୍ଷା ବିଭାଗୀୟ କିରାଣୀଙ୍କ ପୁଅକୁ ଅପହରଣ କରି ୨ଲକ୍ଷ ଟଙ୍କା ମୁଣ୍ଡ ଜାମିନ ଓ ପରେ ବୀଭତ୍ସ ହତ୍ୟା

6/12/2018 at 4:38 PM

ଢେଂକାନାଳ ୬|୧୨: ଅପହରଣ କରି ୨ଲକ୍ଷ ଟଙ୍କା ମୁଣ୍ଡ ଜାମିନ ପରେ ବିଭତ୍ସ ହତ୍ୟା । ମୁଣ୍ଡକୁ ପଥରରେ ଛେଚି ଅତି ନିର୍ମମ ଭାବେ ଜଣେ ଯୁବକଙ୍କୁ ହତ୍ୟା କରାଯାଇ ନିଛାଟିଆ ସ୍ଥାନରେ ପକାଇ ଡାଳପତ୍ର ଘୋଡାଇ ଦିଆଯାଇଛି । ଢେଙ୍କାନାଳ ବନମାଳୀ କଣ୍ଟାନାଳୀ ଅଞ୍ଚଳର ଶିକ୍ଷା ବିଭାଗର ଜଣେ କର୍ମଚାରୀଙ୍କ ପୁଅକୁ ଏପରି ମୁଣ୍ଡ ଜାମିନ କରି ବିଭତ୍ସ ହତ୍ୟା କରାଯିବା ଘଟଣା ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସ ୩ଜଣଙ୍କୁ ଅଟକ ରଖି କରୁଛି ଛାନଭିନ୍‌ ।

୨ଲକ୍ଷ ଟଙ୍କା ଦିଅ ନହେଲେ ପୁଅକୁ ଉଡାଇ ଦେବୁ । ଫିଲ୍ମ ଷ୍ଟାଇଲ୍‌ରେ ଫୋନ୍‌ରେ ଅପହର୍ତ୍ତା ଦେଉଛି ଏଭଳି ଧମକ । ଆଉ ଏପେଟେ ଅପହର୍ତ୍ତା ମାନେ ଅପହରଣକାରୀକୁ ଅତି ନିର୍ମମ ଭାବେ ହତ୍ୟା କରି ବୁଦାରେ ଲୁଚାଇ ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ । ଢେଙ୍କାନାଳ କଣ୍ଟାନାଳୀ ଅଞ୍ଚଳରେ ରହୁଥିବା ଶିକ୍ଷା ବିଭାଗର କିରାଣୀ ଗଣେଶ ଚନ୍ଦ୍ର ପୃଷ୍ଟିଙ୍କ ପୁଅ ସଂଗ୍ରାମ ସୋମବାର ସଂଧ୍ୟାରେ ନିଖୋଜ ହୋଇଯାଇଥିଲା । ପୁଅ ଫୋନ୍‌କୁ ଗଣେଶ ଫୋନ୍‌ କରିଥିଲେ ମଧ୍ୟ କେହି ଉଠାଇନଥିଲେ । ହେଲେ ମଙ୍ଗଳବାର ସକାଳ ୭ଟା ୪୦ରେ ପୁଅ ଫୋନ୍‌ରୁ କଲ୍‌ ଆସିଥିଲା । ଯେଉଁଥିରେ ଅପହରଣକାରୀ ସଂଗ୍ରାମକୁ ଅପହରଣ କରାଯାଇଛି ଏବଂ ୨ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ନଦେଲେ ହତ୍ୟା କରାଯିବ ବୋଲି ଧମକ ଦେଇଥିଲା । ଏହା ପରେ ଗଣେଶ ଥାନାରେ ପୁଅ ଅପହରଣ ନେଇ ଏତଲା ଦେଇଥିଲେ । ସେହି ଦିନ ଟଙ୍କା ପାଇଁ ଆଉ ୨ ଥର କଲ୍‌ ଆସଥିଲା ।ଗଣେଶ ଏତେ ଟଙ୍କା ଦେଇପାରିବେ ନାହିଁ କହିଥିଲେ । ଆଉ ଶେଷରେ ଅପହରଣକାରୀ ସଂଗ୍ରାମକୁ ହତ୍ୟା କରିଥିଲେ ।

ସେହି ଫୋନ କଲ ହିଁ ହତ୍ୟାକାଣ୍ଡର ପର୍ଦାଫାସ କରିଛି । ଫୋନ କଲ ରେକର୍ଡ ଯାଞ୍ଚ କରି ସ୍ଥାନୀୟ ବନମାଳୀ ପ୍ରସାଦର ଜଣେ ନାବାଳକକୁ କାବୁ କରିଥିଲା ପୋଲିସ । ପରେ ଏହି ବିଭତ୍ସ ହତ୍ୟାକାଣ୍ଡ ଉପରୁ ପରଦା ହଟିଥିଲା । ବନମାଳୀ ପ୍ରସାଦ ଗାଁ ଠାରୁ କିଛି ଦୂର କାଜୁ ଜଙ୍ଗଲ ପାଖରେ ସଂଗ୍ରାମର ରକ୍ତ ଜୁଡୁ ବୁଡୁ ମୃତ ଦେହ ପଡିଥିଲା । ମୃତ ଦେହକୁ ଡାଳପତ୍ରରେ ଘୋଡାଇଦେଇଥିଲେ ହତ୍ୟାକାରୀ । କଣ୍ଟାନାଳୀରେ ରହୁଥିବା ସଂଗ୍ରାମର ୨ଜଣ ସାଙ୍ଗ ତାକୁ ମଦ ପିଇବାକୁ ଡାକି ଆଣି ସଂଗ୍ରାମଙ୍କ ଫୋନରୁ ସଂଗ୍ରାମର ବାପାଙ୍କ ପାଖକୁ  ଫୋନ କରି ଟଙ୍କା ଦେବାକୁ କହିଥିବା ଗିରଫ ନାବାଳକ କହିଛି । ଏପରିକି ପରେ ସଂଗ୍ରାମର ମୁଣ୍ଡକୁ ପଥରରେ ଛେଚି ସେହି  ଜଣକ ହତ୍ୟା କରିଥିବା ପ୍ରକାଶ କରିଛି ଏହି ନାବାଳକ ।

ପୁଲିସ ମୃତଦେହ ଜବତ କରି ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ ଚଲାଇଛି । ଏହି ନାବାଳକ ସହ କଣ୍ଟାନାଳୀ ଅଞ୍ଚଳର ୩ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ଢେଙ୍କାନାଳ ପୋଲିସ । ଶାନ୍ତିପୂର୍ଣ୍ଣ ସହର କୁହାଯାଉଥିବା ଢେଙ୍କାନାଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ  ଚାଞ୍ଚଲ୍ୟ ଖେଳାଇଦେଇଛି । କିଛି ଦିନ ହେଲା ସହରରେ ଲୁଟପାଟ, ହତ୍ୟାକାଣ୍ଡ ଭଳି ଘଟଣା ବୃଦ୍ଧି ପାଉଥିବା ନେଇ ସହରବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

   Related Posts