ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ

Published By : Prameya-News7 Bureau | August 09, 2022 IST

ସୁନ୍ଦରଗଡ, ୦୯/୦୮: ଲେଫ୍ରିପଡା ଥାନା ଅନ୍ତର୍ଗତ ସୁଆରିଜୋର ଗାଁର ଈଶ୍ବର କିଷାନଙ୍କୁ ଅପହରଣ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ । ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ୫ ଶହରୁ ଉର୍ଦ୍ଧ୍ବ ଲୋକ ଥାନା ଘେରାଉ କରିଛନ୍ତି । କିଛିଦିନ ତଳେ ସୁଆରିଜୋର ଗାଁକୁ ଦେଶୀ ମଦ ବେପାରୀ ମଦ ବିକ୍ରି କରିବା ପାଇଁ ଯାଇଥିବା ବେଳେ ଗାଁରେ ଏହାକୁ ବିରୋଧ କରିଥିଲେ ଇଶ୍ୱର । ତାର ପ୍ରତିଶୋଧ ନେବା ପାଇଁ ଈଶ୍ବରଙ୍କୁ ଅପହରଣ କରିଥିବା ନେଇ ସ୍ତ୍ରୀ ଅଭିଯୋଗ କରିଛନ୍ତି ।

ଗତକାଲି ଠାରୁ ଏହି ଘଟଣା ଘଟିଥିବାରୁ ତାଙ୍କ ସ୍ବାମୀଙ୍କୁ ଫେରାଇ ଆଣିବାକୁ ଗତକାଲି ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଥାନାରେ ବସିରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଈଶ୍ବରଙ୍କ ପତ୍ତା ନମିଳିବାରୁ ଲେଫ୍ରିପଡା ଥାନାରେ ଉତ୍ତେଜନା ଲାଗିରହିଛି । ଘଟଣାସ୍ଥଳରେ ଏସଡିପିଓ ମଧୁଶିକ୍ତା ମିଶ୍ର ଓ ତଲସରା ବିଧାୟକ ଭବାନୀ ଭୋଇ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.