୬ମାସର ଶିଶୁକୁ ଧରି ୩ ମହଲା କୋଠା ବାଲକୋନିରେ ବୁଲୁଥିଲା ମା' : ଜୋର ପବନ ହେବାରୁ ହଠାତ ହାତରୁ ଖସି ପଡିଲା ଶିଶୁ

Published By : Prameya-News7 Bureau | January 24, 2019 IST

ସୁରଟ ୨୪/୧ : ସୁରଟର ପାଣ୍ଡେସରାର ଗଣପତନଗରରେ ଘଟିଛି ଏକ ଅଭାବନୀୟ ଘଟଣା | ଜଣେ ମହିଳା ନିଜ ୬ମାସର ଶିଶୁକୁ ଘର ବାଲକୋନିରେ ଝୁଲାଉଥିଲେ | ହଠାତ ଶିଶୁ ମା' ହାତରୁ ଖସି ୩ ମହଲା କୋଠା ତଳେ ପଡିଯାଇଥିଲେ | ଶିଶୁକୁ ସଂଗେ ସଂଗେ ହସ୍ପିଟାଲ ନେଇଯାଇଥିଲେ ଘରଲୋକେ | ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ | ଭୁଲ ବଶତଃ ଘଟିଯାଇଥିବା ଘଟଣା ପରେ ଶିଶୁର ମା'ଙ୍କୁ ଗଭୀର ଆଘାତ ହୋଇଛି | ସେ କାନ୍ଦି କାନ୍ଦି କହିଛନ୍ତି ଯେ, ବାଲକୋନିକୁ ବହୁତ ଜୋରରେ ପବନ ବୋହୁଥିଲା | ସେ ସେଠାରୁ ପଳେଇ ଆସିବେ ବୋଲି ଭାବିଥିଲେ | କିନ୍ତୁ ଅଚାନକ ସେତେବେଳେ ପବନ ତାଙ୍କ ଶିଶୁକୁ ଉଡେଇ ନେଇଥିଲା |


ମହିଳାଙ୍କ ସ୍ୱାମୀ ଏକ ସୂତାକଳରଏମ୍ବ୍ରଡ଼େରି ବିଭାଗରେ କାମ କରନ୍ତି | ଦୁର୍ଘଟଣା ବେଳେ ସେ ଘରେ ନଥିଲେ | ଖବରପାଇ ସଂଗେ ସଂଗେ ହସ୍ପିଟାଲରେ ପହଂଚିଥିଲେ | କିନ୍ତୁ ଡାକ୍ତର ଶିଶୁକୁ ବଂଚେଇ ପାରିନଥିଲେ | ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ, ବହୁତ ମନସ୍କାମନା କରି ସେମାନେ ଏହି ଶିଶୁକୁ ଜନ୍ମ ଦେଇଥିଲେ | ୩ ବର୍ଷ ପୂର୍ବରୁ ସନୋଜ ଗୁପ୍ତାଙ୍କ ବିବାହ ଗୁଡ଼ିଆଙ୍କ ସହିତ ହୋଇଥିଲା | କୌଣସି କାରଣବଶତଃ ତାଙ୍କର ସନ୍ତାନ ଜନ୍ମ ହେଉନଥିଲା | ବହୁ ଚିକିତ୍ସା ଏବଂ ମନସ୍କାମନା ପରେ ୬ ମାସ ପୂର୍ବରୁ ଉଭୟଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା | ବାପା ମା ଶିଶୁର ନାଁ ବର୍ଷା ରଖିଥିଲେ | ଗୁଡ଼ିଆ ସନୋଜଙ୍କ ଦ୍ୱିତୀୟ ସ୍ତ୍ରୀ | ଗୁଡ଼ିଆ ପ୍ରତିଦିନ ନିଜ ଝିଅକୁ ଧରି ବାଲକନିରେ ବୁଲାବୁଲି କରନ୍ତି | ମଙ୍ଗଳବାର ସନ୍ଧ୍ୟାରେ ମଧ୍ୟ ସେ ଶିଶୁକୁ ଧରି ବୁଲୁଥିଲେ | ସେତିକିବେଳେ ଅଚାନକ ଏହି ଦୁର୍ଘଟଣା ଘଟିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.