ପ୍ରୀୟ ସାଥୀ ସହ ଏମିତି ଖେଳି ଖେଳି ସମୟ ବିତାଉଛି ଶିଶୁ, ଭିଡିଓ Viral
4/03/2020 at 6:32 PM

ପଶୁପକ୍ଷୀଙ୍କ ସହ ମଣିଷର ସମ୍ପର୍କ ବେଶ୍ ପୁରୁଣା। ଏଥିରେ ପୋଷା କୁକୁର ଅତ୍ୟନ୍ତ ବିଶ୍ୱସ୍ଥ। ଏକ ଦୁଇ ବର୍ଷର ଶିଶୁ ଘରେ ଏକାକୀ ଥିବା ସମୟ କିପରି କଟଉଛି ତାର ଏକ ଛୋଟ ଭିଡିଓ ଏବେ ଇଣ୍ଟରନେଟ୍ରେ ଭାଇରାଲ ହେବାରେ ଲାଗିଛି। ଯାହା ପ୍ରାଣୀପ୍ରେମୀଙ୍କୁ ବେଶ୍ ଆନନ୍ଦିତ କରୁଛି। ଏହି ଭିଡିଓକୁ ଶିଶୁର ମା ଆଲେକଜାଣ୍ଡ୍ରିଆ ସ୍ମିଥ୍ ତାଙ୍କ ଫେସବୁକ୍ ପେଜ୍ରେ ଅପଲୋଡ କରିବା ପରଠାରୁ ହଜାର ହଜାର ସେୟାର ହେଲାଣି।
ଘରେ ୨ ବର୍ଷର ପୁଅ ବ୍ରାକ୍ସଟନକୁ ଏକା ଛାଡି ଯିବାଲାଗି ଆଲେକ୍ଜାଣ୍ଡ୍ରିଆଙ୍କୁ କେବେ ଆଗପଛ ବିଚାର କରିବାକୁ ପଡେନି। କାରଣ ଘରେ ତାଙ୍କର ପୋଷା କୁକୁର ବୋଷ୍ଟନ ଅଛି। ଶିଶୁଟି ଏକା ଥିବା ବେଳେ ଅଭିଭାବକ ଭଳି ଶିଶୁର ଦେଖରେଖ କରିଥାଏ ବୋଷ୍ଟନ। ହେଲେ ଶିଶୁଟି ଅମାନିଆ। ଏକାକୀ ଥିବା ବେଳେ ବୋଷ୍ଟନକୁ ଚିଡେଇବା ତାକୁ ଭଲ ଲାଗେ। ହେଲେ ଦୁଷ୍ଟାମୀ ବୋଷ୍ଟନକୁ ପସନ୍ଦ ନୁହେଁ। ଏଣୁ ଶିଶୁକୁ ଦୁଷ୍ଟ ନ ହେବା ଲାଗି ତା ଅନୁସାରେ ଅନୁରୋଧ କରେ। ଏଥିରେ ସେ ନଶୁଣିଲେ ଶିଶୁକୁ ବୋଷ୍ଟନ ଧମକାଏ। ଏଥିରେ ଶିଶୁଟି ଚମକି ପଡେ ହେଲେ ପୁଣି ନିଜର ହରକତ କରିବାରେ ଲାଗେ। ତାହା ହେଉଛି ବୋଷ୍ଟନକୁ ଚିଡେଇବା।

ତେବେ ବୋଷ୍ଟନ ଓ ବ୍ରାକ୍ସଟନଙ୍କ ଖେଳ ସମ୍ପର୍କରେ ଜାଣି ନଥିଲେ ଆଲେକ୍ଜାଣ୍ଡ୍ରିଆ। ଯେତେବେଳେ ଜାଣିଲେ ସେ ଏହାର ଏକ ଭିଡିଓ କରିଦେଲେ। ଯାହା ଏବେ ଫନି ଭିଡିଓ ଭାବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ବ୍ରାକ୍ସଟନ ତାଙ୍କ ପୋଷା କୁକୁର ବୋଷ୍ଟନ ଯେମିତି କାନ୍ଦେ ସେମିତି କରି ଚିଡାଉଛି। ହେଲେ ବୋଷ୍ଟନ ତାକୁ ବାରମ୍ବାର ମନା କରୁଛି ଏପରି କରନା। ଏଥିରୁ ବେଶ ମଜା ନେଉଚି ବ୍ରାକ୍ସଟନ ।