ଡିସେମ୍ୱର ୧୩ରୁ ସୋଆରେ ଆରମ୍ଭ ହେବ କିକ୍‌ ବକ୍ସିଂ ଚମ୍ପିଆନ୍‌ସିପ୍‌

Published By : Prameya-News7 Bureau | December 27, 2022 IST

ଭୁବନେଶ୍ୱର ୨୭/୧୨: ଡିସେମ୍ବର ୨୯ରୁ  ଜାନୁଆରୀ ୧ ପର୍ଯ୍ୟନ୍ତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଷ୍ଟାଡିୟମ୍‌ରେ ୨୭ ତମ ସିନିୟର୍ ଆଇଏକେଓ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍ ଆୟୋଜିତ ହେବ। ଏଥିରେ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୫୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେବାର କାର୍ଯ୍ୟକ୍ରମ ରହିଛି।  ବିଭିନ୍ନ ବିଭାଗରେ ଏହି ପ୍ରତିଯୋଗିତା ହେବାକୁ ଥିବା ବେଳେ ଉଭୟ ପୁରୁଷ ଓ ମହିଳା ବିଭାଗରେ ସମାନ୍ତରାଳ ଭାବେ ୨୬ ତମ ସବ୍ ଜୁନିୟର୍ ଓ ୨୬ ତମ ଜୁନିୟର ଚାମ୍ପିଅନ୍‌ସିପ୍ ମଧ୍ୟ ହେବ ।

ଗୋଟିଏ ବର୍ଷ ପୂର୍ବେ ରାଜସ୍ଥାନର ଯୋଧପୁରରେ ଆୟୋଜିତ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶା ଟିମ୍ ରନର୍ସଅପ୍ ଟାଇଟଲ୍ ହୋଇଥିଲା। ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ କିକ୍‌ବକ୍ସିଂ ଅର୍ଗାନାଇଜେସନ୍‌ସ (ଆଇଏକେଓ)ର ସଦସ୍ୟ ଥିବା ଅଲ୍ ଓଡ଼ିଶା କିକ୍‌ବକ୍ସିଂ ଆସୋସିଏସନ୍ (ଏଓକେଏ) ଏହି ପ୍ରତିଯୋଗିତା ଆୟୋଜନ କରିଛି ।

ଭୁବନେଶ୍ୱର ମୁଖ୍ୟାଳୟରେ ଥିବା ଆଇଏକେଓ ୧୯୯୩ରେ ସ୍କୁଲ୍ ଏବଂ ବିଶ୍ୱବିଦ୍ୟାଳୟସ୍ତରରେ କିକ୍‌ବକ୍ସିଂକୁ ଆରମ୍ଭ କରିଥିବା ବେଳେ ଭାରତୀୟ କିକ୍‌ବକ୍ସରମାନେ ୨୦୦୭ ପର ଠାରୁ ଏସିଆନ୍ ଇଣ୍ଡୋର ଗେମ୍‌ସ୍ ଏବଂ ଏସିଆନ୍ ଇଣ୍ଡୋର ମାର୍ଶିଆଲ୍ ଆର୍ଟ୍ ଗେମ୍‌ସରେ ପଦକ ହାତେଇଛନ୍ତି ବୋଲି ଏଓକେଏର ସାଧାରଣ ସମ୍ପାଦକ ତଥା ଏହି ଚାମ୍ପିଅନ୍‌ସିପ୍‌ର କାର୍ଯ୍ୟକାରୀ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.