ସୋଆରେ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍ ଉଦ୍‌ଯାପିତ : ଜୁନିୟର, ସବ୍ ଜୁନିୟରରେ ଓଡିଶା ଚାମ୍ପିଅନ

Published By : Prameya-News7 Bureau | January 04, 2023 IST

ଭୁବନେଶ୍ୱର ୦୪।୦୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପର ସବ୍ ଜୁନିୟର ଓ ଜୁନିୟର ବର୍ଗରେ ଓଡିଶା ଚାମ୍ପିଅନ୍ ହୋଇଛି । ସିନିୟର ବର୍ଗରେ ଓଡିଶା ରନର୍ସ ଅପ୍ ହୋଇଛି । ସୋଆ ବିଶ୍ୱବିଦ୍ୟାଳୟର ଛାତ୍ର କର୍ଣ୍ଣ ବାହାଦୂର ସିନିୟର ପୁରୁଷ ୬୬ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଜାତୀୟ ଚାମ୍ପିଅନ୍‌ସିପ୍ ଗତ ମାସ ୨୯ ରୁ ଆରମ୍ଭ ହୋଇ ନୂଆ ବର୍ଷରେ ଶେଷ ହୋଇଥିଲା । ୫୦୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ସବ୍ ଜୁନିୟର ବର୍ଗରେ ଓଡିଶା ଚାମ୍ପିଅନ୍ ଆସାମ ରନର୍ସ ଅପ୍ ଏବଂ କେରଳ ଦ୍ୱିତୀୟ ରନର୍ସ ଅପ୍ ଏବଂ ଜୁନିୟର ବର୍ଗରେ  ଓଡିଶା ଚାମ୍ପିଅନ୍ , କେରଳ ରନର୍ସ ଅପ୍ ଏବଂ ଆସାମ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ ।

ସେହିପରି  ସିନିୟରରେ କେରଳ ଚାମ୍ପିଅନ୍‌, ଓଡିଶା ରନର୍ସ ଅପ୍ ଏବଂ ଉତରପ୍ରଦେଶ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲା । ସିନିୟର ବର୍ଗରେ  ଉତ୍ତର ପ୍ରଦେଶ ଶ୍ରେଷ୍ଠ ଦଳ ଏବଂ  ପୁରୁଷରେ  ଓଡିଶାର ବବଲୁ  ମୁଣ୍ଡା  ଓ ମହିଳାରେ ଆସାମର ପ୍ରିୟଙ୍କା ପେଗୁ ଶ୍ରେଷ୍ଠ ଯୋଦ୍ଧା ଭାବେ ବିବେଚିତ ହୋଇଥିଲେ ।  ବବଲୁ ପ୍ରୋ-ଚାମ୍ପିଅନ ଓ ଆସାମ ର କୁଶଲ ପଚୁଙ୍ଗ ରନର୍ସ ଅପ୍ ଏବଂ ଓପନ ବର୍ଗରେ  ସକୁନ ଟିକ୍କୋ ଚମ୍ପିଅନ ଏବଂ ଓଡିଶାର ରାଜୁ ସିଙ୍କୁ ରନର୍ସ ଅପ୍‌ରେ ସନ୍ତୁଷ୍ଟ ରହିଥିଲେ ।

ତେବେ ଉଦ୍‌ଯାପନୀ ଉତ୍ସବରେ ଲେଫ୍ଟନାଣ୍ଟ ଜେନେରାଲ ଜେ.କେ ମହାନ୍ତି ମୁଖ୍ୟ ଅତିଥି , ସମ୍ମାନିତ  ଅତିଥି ଭାବେ ସୋଆ କୁଳପତି ପ୍ରଫେସର  ଡ. ବିଜୟ କୁମାର ସାହୁ,  ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର  ଜ୍ୟୋତି ରଞ୍ଜନ ଦାସ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଏସ୍‌.ଏସ୍‌. ହରିଚନ୍ଦନ , ପ୍ରବୋଧ ମହାନ୍ତି, ଦେବବ୍ରତ ପାଣିଗ୍ରାହୀ ଏବଂ ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.