ମଥାରେ ସିନ୍ଦୁର, ହାତରେ ଚୁଡି ପିନ୍ଧିଥିବାର ନଜର ଆସିଲେ କିଆରା, କାହିଁକି ହେଲେ ଟ୍ରୋଲ୍ ?
9/02/2023 at 8:26 AM

ମୁମ୍ଵାଇ ୦୯।୦୨: ବଲିଉଡ ଷ୍ଟାରକଲ ସିଦ୍ଧାର୍ଥ ମଲହୋତ୍ରା ଏବଇ କିଆରା ଆଡଭାନୀ । ବର୍ତ୍ତମାନ ଏହି ଦମ୍ପତି ବିବାହିତ। ଫେବୃୟାରୀ ୭ରେ ଦୁହେଁ ପରସ୍ପରର ହାତ ଧରିଥିଲେ। ବିବାହ ପରେ ଦୁହେଁ ଦିଲ୍ଲୀରେ ପହଞ୍ଚିଛନ୍ତି । ସେଠାରେ ତାଙ୍କର ଢୋଲ ବାଜା ସହ ଗ୍ରାଣ୍ଡ ୱେଲକମ୍ ହୋଇଥିଲା । ହେଲେ ଏହା ପୂର୍ବରୁ ସେ ଖୁବ୍ ଟ୍ରୋଲ୍ ହୋଇଥିଲେ।
ହେଲେ ଦିଲ୍ଲୀ ଯିବା ପାଇଁ ସେ ପ୍ରଥମେ ବିବାହ ପରେ ଜୈସଲର ଏୟାରପୋର୍ଟରେ ସ୍ପଟ୍ ହୋଇଥିଲେ । ଏହି ସମୟରେ ବିମାନବନ୍ଦରରେ ଉପସ୍ଥିତ ଥିବା ଅନେକ ପାପାରାଜି ବିବାହ ପରେ ପ୍ରଥମ ଥର ପାଇଁ ଏହି ଦମ୍ପତିଙ୍କୁ ଦେଖିଥିଲେ। ଯେଉଁ ଫଟୋ ଗୁଡ଼ିକ ସାମ୍ନାକୁ ଆସିଥିଲା। ସେଥିରେ ସିଦ୍ଧାର୍ଥ ଖୁବ୍ ହ୍ୟାଣ୍ଡସମ୍ ଦେଖାଯାଉଥିଲେ। ତାଙ୍କ ହାତରେ କିଆରା ନାମର ମେହେନ୍ଦୀ ମଧ୍ୟ ଲାଗିଥିଲା । ଏହି ସମୟରେ କିଆରାଙ୍କ ହାତରେ ଚୁଡି ମଥାରେ ସିନ୍ଦୁର ଏବଂ ପାଦରେ ବି ମେହେନ୍ଦୀ ଲାଗିଥିଲା । ଏହା ସହ ପାଦରେ ସିମ୍ପଲ୍ ଚପଲ ପିନ୍ଧିଥିବାର ନଜର ଆସିଥିଲେ। କିଛି ଲୋକ ଦମ୍ପତିଙ୍କ ସରଳତା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ସମୟରେ କିଛି ଲୋକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। କାହିଁକି? ଆସନ୍ତୁ ଜାଣିବା ।
ଫଟୋଗୁଡ଼ିକରେ କିଆରା ତାଙ୍କ ମଙ୍ଗଲସୁତ୍ରକୁ ପ୍ଲାଣ୍ଟ କରୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ ସେ ସାଧାସିଧା ଲୁକ୍ରେ ନଜର ଆସିଥିଲେ। ତଥାପି ସେ ଟ୍ରୋଲର ଟାର୍ଗେଟରେ ଆସିଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଯଦି ସେ ନାଲି ରଙ୍ଗର ପୋଷାକ ପିନ୍ଧିଥାନ୍ତେ ଭଲ ହୋଇଥାନ୍ତା।’ ଅନ୍ୟ ଜଣେ ୟୁଜର୍ସ ମନ୍ତବ୍ୟ ଦେଇଛନ୍ତି, ‘ଭଲ ଜିନିଷ ପିନ୍ଧି ଆସିବାକୁ କଣ ପଇସା ପଡୁଛି। ଆପଣ କ୍ୟାଟ୍ରିନାଙ୍କୁ ଦେଖିଛନ୍ତି କି? ସେ ବିବାହରେ କେତେ ସୁନ୍ଦର ଦେଖାଯାଉଥିଲେ। ଆଉ ଜଣେ ଲେଖିଛନ୍ତି, ‘ବିବାହ ପରେ ପାରମ୍ପାରିକ ରୂପରେ ଦେଖାଯିବା ନିହାତି ଉଚିତ୍।