ଫିଲ୍ମର ପ୍ରମୋସନରେ ସୁଶାନ୍ତଙ୍କୁ ମନେପକାଇ ଭାବୁକ ହେଲେ କିଆରା, କହିଲେ- ଆଜି ବି ମନେପଡେ ସେଦିନର କଥା

Published By : Prameya-News7 Bureau | May 16, 2022 IST

ନୂଆଦିଲ୍ଳୀ ୧୬।୦୫ : ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ କିଆରା ଆଡଭାନୀ । ବର୍ତ୍ତମାନ ତାଙ୍କ ଫିଲ୍ମ 'ଭୁଲ୍‌ ଭୁଲେୟାଁ-୨' କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ତାଙ୍କ ଫିଲ୍ମର ପ୍ରମୋଶନ ପାଇଁ ସେ ଖୁବ୍‌ ବ୍ୟସ୍ତ ଅଛନ୍ତି । ଏହି ସମୟରେ କିଆରା ତାଙ୍କ ସହ-ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମନେ ପକାଇ ଭାବୁ ହୋଇଥିଲେ । କହିଥିଲେ ଆଜି ବି ସେଦିନର କଥା ମନେପଡେ । 'ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ'କୁ ନେଇ କିଛି ସେୟାର କରିଥିଲେ । ଏହା ବ୍ୟତୀତ କିଆରା ଆଡଭାନୀ କହିଥିଲେ କି ମୁଁ ସୁଶାନ୍ତଙ୍କୁ କହିଥିଲି ତମ ଉପରେ ନିଶ୍ଚୟ ବାୟୋପିକ୍ ହେବ।

ଏ ସାକ୍ଷାତକାରରେ କହିଥିଲେ ଏବେ ଛୋଟ ବଡ ବିଷୟରେ ଖୁଲାସା କରିଛନ୍ତି । ସୁଶାନ୍ତ ଓ ତାଙ୍କର ସେହି ଦିନକୁ ମନେ ପକାଇ କହିଥିଲେ କି ଔରଙ୍ଗାବାଦ୍‌ରେ ଶୁଟିଂ ଚାଲିଥିଲା । ପ୍ରାୟତଃ ରାତି ୯ଟାରେ ପ୍ୟାକ୍‌ କରି ଫେରିଥିଲୁ। ଏହା ପରେ ପୁରା ରାତି ନଶୋଇବାକୁ ନିଷ୍ପତ୍ତି ନେଲୁ । କାହିଁକି ନା ତା ପର ଦିନ ଆମର ଭୋର ୪ଟାରେ ଫ୍ଲାଇଟ୍‌ ଥିଲା । ଏତେ ସବୁ ଭିତରେ ସୁଶାନ୍ତ ତାଙ୍କ କ୍ୟାରିୟର ବିଷୟରେ ବହୁତ କିଛି କହିଥିଲେ । ସେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସରୁ କିପରି ଧୋନି ଚରିତ୍ର ହାସଲ କରିଥିଲେ । ଏହା ବ୍ୟତୀତ ସୁଶାନ୍ତ ତାଙ୍କ ଇଞ୍ଜିନିୟରିଂ ଲାଇଫ୍‌ ବିଷୟରେ ମଧ୍ୟ କିଛି ସେୟାର କରିଥିଲେ । କିଆରା ତାଙ୍କ ଜୀବନ ବିଷୟରେ ଶୁଣିବା ପରେ କହିଥିଲେ ସୁଶାନ୍ତ ତମେ ଜଣେ ସଚ୍ଚୋଟ ମଣିଷ , ତୁମ ଉପରେ ଦିନେ ବାୟୋପିକ୍ ନିଶ୍ଚୟ ହେବ ।

କିଆରାଙ୍କ କାମ ବିଷୟରେ କହିବାକୁ ଗଲେ ଖୁବ୍ ଶୀଘ୍ର ଆନିସ୍ ବାଜମିଙ୍କ ଭୁଲ୍‌ ଭୁଲେୟାଁ -୨ରେ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ନଜର ଆସିବେ। ଅନ୍ୟପକ୍ଷରେ ବରୁଣ ଧାୱନ, ଅନିଲ କପୁର ଏବଂ ନୀତୁ କପୁରଙ୍କ ସହ ଫିଲ୍ମ 'ଜୁଗ୍ ଜୁଗ୍ ଜିଓ'ରେ ଏକ ଦେଖିବାକୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.