ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

କିଭଳି ପୁଅକୁ ବିବାହ କରିବାକୁ ଚାହୁଁଛନ୍ତି କିଆରା ? ଅଭିନେତ୍ରୀ କଲେ ଖୁଲାସା…

4/06/2022 at 12:04 PM

ନୂଆଦିଲ୍ଲୀ ୦୪।୦୬: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀଙ୍କ କ୍ୟାରିୟର ଗ୍ରାଫ୍ ବହୁତ ଦ୍ରୁତ ଗତିରେ ବୃଦ୍ଦି ପାଇବାରେ ଲାଗିଛି । ‘କବୀର ସିଂ’ ପରେ ଏବେ ହିଟ୍‌ ଉପରେ ହିଟ୍‌ ଫିଲ୍ମ ଦେବାରେ ଲାଗିଛନ୍ତି କିଆରା। ନିକଟରେ ତାଙ୍କ ଫିଲ୍ମ ଭୁଲ ଭୁଲେୟାଁ ରିଲିଜ୍‌ ହୋଇଥିଲା । ଯାହା ପାଇଁ ସେ ଖୁବ୍‌ ଚର୍ଚ୍ଚା ଅଛନ୍ତି । ଆଗାମୀ ସମୟରେ ତାଙ୍କୁ ‘ଜୁଗ୍ ଜୁଗ୍ ଜିଓ’, ‘ଗୋବିନ୍ଦା ନାମ ମେରା’ ଏବଂ ‘ଆର.ସି-୧୫’ ଭଳି ଫିଲ୍ମରେ ଦେଖିବାକୁ ମିଳିବ। ବୃ୍ତ୍ତିଗତ ଅପେକ୍ଷା କିଆରା ଆଡଭାନୀ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖୁବ୍‌ ଚର୍ଚ୍ଚାରେ ଥାନ୍ତି ।

ନିକଟରେ କିଆରା ଆଡଭାନୀ- ସିଦ୍ଧାର୍ଥ ମଲହୋତ୍ରାଙ୍କ ସମ୍ପର୍କକୁ ଖବର ଆସିଥିଲା। ହେଲେ ଏହା ବିଷୟରେ ଦୁହେଁ କେବେବି ନିଶ୍ଚିତ କରି ନାହାଁନ୍ତି। ତଥାପି ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଘୁରି ବୁଲୁଛି । ବର୍ତ୍ତମାନ କିଆରା ଆଡଭାନି ଏକ ସାକ୍ଷାତକାରରେ କହିଛନ୍ତି କେଉଁ ପ୍ରକାର ଜୀବନ ସାଥୀ ପାଇବାକୁ ଚାହାଁନ୍ତି, ଏହା ବ୍ୟତୀତ ସେ କହିଛନ୍ତି, ମୋ ଜୀବନ ସାଥୀରେ କିଛି ହୃଦୟକୁ ଛୁଇଁ ଯାଉଥିବା ଜିନିଷ ଦେଖିବାକୁ ଚାହେଁ । କିଆରା ଆଡଭାନୀ କହିଛନ୍ତି ଯେ କୌଣସି ସମ୍ପର୍କରେ ପରସ୍ପରକୁ ବୁଝିବା, ସମ୍ମାନ, ବିଶ୍ବାସ ଭଳି ଜିନିଷ ରହିବା ନିହାତି ଗୁରୁତ୍ୱପୂର୍ଣ୍ଣ।

ଏହା ବ୍ୟତୀତ କିଆରା ଆଡଭାନୀ ତାଙ୍କ ଜୀବନ ସାଥୀଙ୍କ ଗୁଣ ବିଷୟରେ କହିଥିଲେ ଏବଂ କହିଥିଲେ ତାଙ୍କ ଭବିଷ୍ୟତ ସ୍ବାମୀ ତାଙ୍କ କଥା ଶୁଣନ୍ତୁ, ତାଙ୍କୁ ଭଲ ପାଆନ୍ତୁ । ତାଙ୍କ ଅନ୍ତରରେ ଥିବା ଭଲ ପାଇବାକୁ ଅନୁଭବ ମଧ୍ୟ କରାନ୍ତୁ। ଅନ୍ୟପଟେ କହିବାକୁ ଗଲେ କିଆରାଙ୍କ କ୍ୟାରିୟର କବୀର ସିଂ ଫିଲ୍ମରୁ ହିଟ୍‌ ହୋଇଥିଲା । ବର୍ତ୍ତମାନ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଉଛନ୍ତି । ଆଗାମୀ ଦିନରେ ତାଙ୍କ ହାତରେ ବଡ ବଡ ପ୍ରୋଜେକ୍ଟ ଅଛି।

   Related Posts