କ୍ୟାରିଅରକୁ ନେଇ ଖୁଲାସା କଲେ କିଆରା, କହିଲେ- ଫରକ ପଡୁନି ମୁଁ ବିବାହିତ କି...

Published By : Prameya-News7 Bureau | February 26, 2024 IST

କିଆରା ଆଡଭାନି ଏବେ ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ‘କବୀର ସିଂହ’,  ‘ଗୁଡ୍‌ ନ୍ୟୁଜ୍‌’, ‘ଶେରଶାହ’ ଭଳି ଫିଲ୍ମରେ ତାଙ୍କର  ଉଚ୍ଚକୋଟୀର ଅଭିନୟକୁ ସମସ୍ତେ ଭୂରିଭୂରି  ପ୍ରଶଂସା କରିଥିଲେ । ଗତବର୍ଷ ସେ ଅଭିନେତା  ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ବିବାହ ବନ୍ଧନରେ  ଆବଦ୍ଧ ହୋଇଥିଲେ । ଇତିମଧ୍ୟରେ ଏକ  ସାକ୍ଷାତକାରରେ କିଆରା ନିଜର ବିବାହ ଓ  କ୍ୟାରିୟରକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି ।

ସେ କହିଛନ୍ତି, ଆଗରୁ ବିବାହ ପରେ  ଅଭିନେତ୍ରୀମାନଙ୍କର କ୍ୟାରିୟର ନେଇ ପ୍ରଶ୍ନବାଚୀ  ଦେଖାଯାଉଥିଲା । ଏବେ କିନ୍ତୁ ଅଭିନେତ୍ରୀ  ବିବାହିତ କି ନୁହଁନ୍ତି ତାହା ଆମର ଦର୍ଶକଙ୍କୁ କୌଣସି ଫରକ ପକାଉନାହିଁ । ଆଜି ଆମ ଇଣ୍ଡଷ୍ଟ୍ରିରେ ବିବାହିତା ଅଭିନେତ୍ରୀମାନେ  ଶୀର୍ଷରେ ଅଛନ୍ତି । ବିବାହ ପରେ ମୁଁ ମଧ୍ୟ  କ୍ୟାରିୟରର ଦୁଇଟି ବଡ଼ ଫିଲ୍ମ କରିବାକୁ  ଚୁକ୍ତିବଦ୍ଧ ହୋଇଛି । ଏହା ସମୟ ବଦଳିଯିବାର  ସଙ୍କେତ ଦେଉଛି । ସତ କହିବାକୁ ଗଲେ  ଏହା ଏକ ବହୁତ ବଡ଼ ସକରାତ୍ମକ ପରିବର୍ତ୍ତନ ।  କିଆରାଙ୍କୁ ଆଗକୁ ରଣବୀର ସିଂହଙ୍କ ସହିତ  ‘ଡନ୍‌-୩’ରେ ଦେଖିବାକୁ ମିଳିବ ।  ସେଥିରେ ପ୍ରଥମ ଥର ଲାଗି ଆକ୍ସନ୍‌  କରିବାର ଦେଖିବାକୁ ମିଳିବେ ସେ । 

‘ଡନ୍‌-୩’ ଛଡ଼ା ଏକ ତେଲଗୁ  ଫିଲ୍ମ ‘ଗେମ୍‌ଚେଞ୍ଜର’ରେ ବି  ସେ ନଜର ଆସିବେ । ସେହି  ଫିଲ୍ମରେ ସାଉଥ୍‌ ସୁପରଷ୍ଟାର  ରାମଚରଣ ତାଙ୍କ ବିପକ୍ଷରେ  ଅଭିନୟ କରିବେ ।  ସେହିପରି ‘ୱାର-୨’ରେ ବି  କିଆରା ନଜର ଆସିବେ ।  ସେହି ଫିଲ୍ମରେ ଜୁନିଅର  ଏନ୍‌ଟିଆର ଏବଂ  ହ୍ରିତ୍ୱିକ ରୋଶନ୍‌  ତାଙ୍କ ସହ ସ୍କ୍ରିନ  ଶେୟାର  କରିବେ

wp:embed {"url":"https://www.prameyanews7.com/sobhita-dhulipala-wants-to-become-a-mother/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sobhita-dhulipala-wants-to-become-a-mother/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.