କିଆରାଙ୍କ କଲେକସନ୍ରେ ସାମିଲ୍ ହେଲା ନୂଆ ଲଗଜରୀ କାର, କାଜୁଆଲ୍ ଲୁକ୍ରେ ଦେଲେ ପୋଜ୍
31/05/2023 at 12:28 PM

ମୁମ୍ଵାଇ ୩୧।୦୫: ବଲିଉଡ୍ର ପପୁଲାର ଅଭିନେତ୍ରୀ କିଆରା ଆଡଭାନୀ। ବର୍ତ୍ତମାନ ତାଙ୍କର ଅପକମିଂ ଚଳଚ୍ଚିତ୍ର ‘ସତ୍ୟପ୍ରେମ କି କଥା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନଙ୍କ ବିପକ୍ଷରେ କିଆରାଙ୍କୁ ଦେଖିବାକୁ ମିଳିବ। ଯାହା ୨୯ ଜୁନ୍ ରେ ମୁକ୍ତିଲାଭ କରିବ। ଏହି ସମୟରେ କିଆରା ତାଙ୍କ ନୂଆ ବିଳାସପୂର୍ଣ୍ଣ କାରରେ ମୁମ୍ବାଇର ଏକ ଡବିଂ ଷ୍ଟୁଡିଓକୁ ଯାଉଥିବାର ନଜର ଆସିଥିଲେ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।
ନିକଟରେ କିଆରାଙ୍କୁ ଏକ କଳା ରଙ୍ଗର ମର୍ସିଡିଜ୍ ଅଛି । ଖବର ଅନୁଯାୟୀ ତାଙ୍କ କାରର ମୂଲ୍ୟ ପ୍ରାୟ ୨.୭୦ ରୁ ୩ କୋଟି ଟଙ୍କା ହେବ। କୁହାଯାଉଛି ଯେ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ବିବାହ କରିବା ପରେ କିଆରା ପ୍ରଥମେ ଏକ ବଡ ଜିନିଷ କିଣିଛନ୍ତି, ତା’ହେଉଛି ଏହି କାର ଅଟେ। ଏହି ସମୟରେ କିଆରାଙ୍କୁ ଅତି ସରଳ ରୂପରେ ଦେଖିବାକୁ ମିଳିଥିଲା । ସେ ଏକ ଧଳା ଟ୍ୟାଙ୍କ ଟପ୍ ସହିତ ପ୍ରିଣ୍ଟ୍ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଥିଲେ । ସେ କ୍ୟାମେରା ଆଗରେ ଖୋଲାଖୋଲି ଭାବେ ପୋଜ୍ କରିଥିଲେ ଏବଂ ଯିବା ସମୟରେ ପାପାରାଜିଙ୍କୁ ଫ୍ଲାଇଙ୍ଗ୍ କିସ୍ ଦେଇଥିଲେ।
ଏବେ କିଆରା ତାଙ୍କ ଚଳଚ୍ଚିତ୍ରର ପ୍ରଡକ୍ସନ୍ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। କିଆରାର ନୂଆ କାର ବିଷୟରେ କହିବାକୁ ଗଲେ ଏହା ଏକ Mercedes-Benz Maybach S-class। ଏହାର ମୂଲ୍ୟ ୨.୬୯ କୋଟିରୁ ୩ କୋଟି ମଧ୍ୟରେ ଅଟେ। ଯାହାର ଇଞ୍ଜିନ୍ ହେଉଛି 3982 ରୁ 5980 ସିସି ପାୱାର୍ ଏବଂ ଟାର୍କ।
You Can Read: